ଏଇ ଭାରତରେ

ତାମିଲନାଡୁର ଦୁରାଇ ପୃଥ୍ବୀରାଜ ଦୁର୍ଗମ ଅଞ୍ଚଳର ଗରିବମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ଯୋଗାଇ ଦେଉଛନ୍ତି। ବିରୁଦ୍ଧୁନଗର ଜିଲା ଅରୁପ୍ପୁକୋଟ୍ଟାଇ ଗାଁରେ ଦୁରାଇଙ୍କ ଘର। ଏବେ ତାଙ୍କ ପାଖରେ ଦୁଇଟି ଆମ୍ବୁଲାନ୍ସ ରହିଛି। ତାଙ୍କ ଗାଁ ନିକଟରୁ ସେ ୪୦ କି.ମି. ମଧ୍ୟରେ ଏହି ସେବା ଯୋଗାଇ ଦେଉଛନ୍ତି। ୨୦୧୧ରେ ଦୁରାଇ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଭିଲେଜ ଆଡ୍‌ମିନିଷ୍ଟ୍ରେଶନ ଅଫିସର ଭାବେ କାର୍ଯ୍ୟ କରି ଦରମାର ୫୦% ଟଙ୍କା ସଞ୍ଚୟରେ ଭ୍ୟାନ୍‌ କିଣିଥିଲେ, ଯାହା ଏବେ ଆମ୍ବୁଲାନ୍ସ ଭାବେ ବ୍ୟବହାର ହେଉଛି। ଗରିବମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି ଓ ଅନ୍ୟମାନେ ଯିଏ ଯାହା ଦେଲେ ତାହାକୁ ଦାନ ଆକାରରେ ଗ୍ରହଣ କରାଯାଉଛି। ଦୁରାଇ ମଧ୍ୟ ତାଙ୍କ ଘରର ଏକ ଭାଗକୁ ଆଶ୍ରୟସ୍ଥଳୀ କରିଛନ୍ତି। ଏଠାରେ ଅସହାୟ ଲୋକମାନେ ମାଗଣାରେ ଖାଇ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଛି। ‘ରାଜେଶ ଉଦ୍ଧାଭୂମ କରାଙ୍ଗଲ’ ନାମକ ଏନ୍‌ଜିଓ ଦ୍ୱାରା ସମସ୍ତ ସେବାକୁ ପରିଚାଳନା କରୁଛନ୍ତି। ସାନଭାଇ ରାଜେଶ ଏକ ଦୁର୍ଘଟଣାର ଶିକାର ହେବା ପରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁ ତାଙ୍କ ପ୍ରାଣ ଚାଲିଯାଇଥିଲା ଓ ପରେ ସାନଭାଇ ନାମରେ ଏହି ଏନ୍‌ଜିଓ ଗଢିଥିଲେ। ଏଥିତ୍ରେ ୧୫ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ହ୍ବାଟ୍‌ସଆପ୍‌ ଗ୍ରୁପରେ ୫୦୦ ଡୋନରଙ୍କଠାରୁ ସେ ପାଣ୍ଠି ସଂଗ୍ରହ କରି ଏହି କାର୍ଯ୍ୟରେ ବିନିଯୋଗ କରୁଛନ୍ତି। କରୋନା ରୋଗୀମାନଙ୍କୁ ହସ୍ପିଟାଲ ଆଣିବା ଲାଗି ଜିଲା କର୍ତ୍ତୃପକ୍ଷ ତାଙ୍କୁ ପିପିଇ କିଟ୍‌ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ଯୁଦ୍ଧ ଆଉ କେତେ ଦିନ

ଡ. ଅଜୟ କୁମାର ନନ୍ଦ   ଜୀବନରେ ସାମ୍ନା କରି ନ ଥିବା ଏକ ଅଦୃଶ୍ୟ ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଯୋଦ୍ଧା।...

ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ...

ଏଇ ଭାରତରେ

ସମାଜରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଲାଗି କାର୍ଯ୍ୟ କରାଯାଉଛି ସତ, କିନ୍ତୁ ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ସ୍ବାବଲମ୍ବୀ କରୁଥିବା ବ୍ୟକ୍ତି ବା ସଂସ୍ଥା...

ବିରୋଧୀ ବଧ

ବିରୋଧୀ ଦଳର ଧର୍ମ ହେଲା ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବା। ପ୍ରତ୍ୟେକ କଥାରେ ବିରୋଧୀ ବିରୋଧ କରିବା ଦରକାର। ଗଣତାନ୍ତ୍ରିକ ସରକାରର କର୍ତ୍ତବ୍ୟ ହେଉଛି...

ମନ୍ତ୍ରୀ ନା ସଚିବ, କିଏ ଚଳାଉଛି ସରକାର

ସହଦେବ ସାହୁ ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଶୁଣି ପାଠକମାନେ ଭାବୁଥିବେ ଆମ ମୁଖ୍ୟମନ୍ତ୍ରୀ କ’ଣ...

ବିଶ୍ୱ ଶ୍ରମିକ ଦିବସ ଓ ଆଜିର ଶ୍ରମିକ

ଡ. ଅଜୟ କୁମାର ନନ୍ଦ ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ...

ଯୋଗ ଗୋଷ୍ଠୀ, ପ୍ରତିରୋଧ ଶକ୍ତି ଓ ଏକତା

ରମେଶ ପୋଖରିୟାଲ ‘ନିଶଙ୍କ’ ୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ସାଧାରଣ ପରିଷଦରେ ଦେଇଥିବା ଭାଷଣ ଅବସରରେ...

ବାୟୁମଣ୍ଡଳୀୟ ଗବେଷଣାକୁ ଅନ୍ତର୍ଜାତୀୟ ସ୍ବୀକୃତି

ଗୌରୀଶଙ୍କର ସାହୁ ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଗବେଷଣା। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ଏହି ବିଭାଗ ସହ ସଂଲଗ୍ନ। ଜଳବାୟୁ ପରିବର୍ତ୍ତନ...

Advertisement
Archives

Model This Week