ପ୍ରତିପାଳନ ଯତ୍ନ ଓ ଶିଶୁ

ଶୁଭନାରାୟଣ ଶତପଥୀ

ପୌରାଣିକ କଥାବସ୍ତୁରୁ ଆମେ ଜାଣୁ ଯେ, ଦ୍ୱାପର ଯୁଗରେ ଦେବକୀନନ୍ଦନ ଶ୍ରୀକୃଷ୍ଣଙ୍କୁ ପ୍ରତିପାଳିତ କରୁଥିଲେ ମାଆ ଯଶୋଦା। ମାତା କୁନ୍ତୀ ତାଙ୍କ ମାନସ ପୁତ୍ର କର୍ଣ୍ଣଙ୍କୁ ତ୍ୟାଗ କରିବା ପରେ ତାଙ୍କର ପ୍ରତିପାଳନ କରିଥିଲେ ରାଧା। ସେଥିପାଇଁ ପରବର୍ତ୍ତୀ ସମୟରେ ସେ ରାଧେୟ ନାମରେ ପରିଚିତ ହୋଇଥିଲେ। ଏସବୁ ଘଟଣାରେ ଯେତେବେଳେ ଏହି ଶିଶୁମାନେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଯାଇଛନ୍ତି ସେତେବେଳେ ତାଙ୍କର ପ୍ରତିପାଳନ ପାଇଁ ସ୍ବେଚ୍ଛାକୃତ ଭାବେ ମାତାପିତା ବା ଦମ୍ପତି ଆଗକୁ ଆସିଛନ୍ତି। ଏହାକୁ କେହିକେହି ଭଗବାନଙ୍କ ଲୀଳା କୁହନ୍ତି ବା ସ୍ବେଚ୍ଛାକୃତ ଭାବେ ପ୍ରତିପାଳନ ପାଇଁ ଶିଶୁମାନଙ୍କୁ କୋଳେଇ ନେବାକୁ ଆଗକୁ ଆସିଥିବା ଉକ୍ତ ଦମ୍ପତିଙ୍କ ଅବଦାନ ବୋଲି ଅଭିହିତ କରନ୍ତି। ଏ ଘଟଣାର ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଜଣାଯାଏ କେଉଁଠି ସାମାଜିକ କଳଙ୍କକୁ ଡର ତ ଆଉ କେଉଁଠି ନିଷ୍ପାପ ଶିଶୁଟିକୁ ଜୀବନରେ ମାରିଦେବାର ଭୟ, ଆହୁରି ପୁଣି ପରିବାରରୁ ପିତା ବା ମାତାଙ୍କ ବିଚ୍ଛେଦକୁ ନେଇ ଏହି ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଓ ସ୍ବାର୍ଥ ପାଇଁ ତାଙ୍କର ପ୍ରତିପାଳନ ବ୍ୟବସ୍ଥା ସାମାଜିକ ସ୍ତରରେ ଏହିପରି ଭାବେ ହୋଇଥିବା କୁହାଯାଇପାରେ। ତେବେ ଅଧୁନା ସମାଜରେ ଏମିତି ଶିଶୁ ଅନେକ ଅଛନ୍ତିି। ସେମାନଙ୍କ ମଧ୍ୟରୁ କେହିକେହି ଅନୁଷ୍ଠାନରେ ରହିଛନ୍ତି ତ ଆଉ କେହି ଅସହାୟ ଅବସ୍ଥାରେ ଘୂରି ବୁଲୁଛନ୍ତିି। ଏପରି ସ୍ଥିତିରେ ରହୁଥିବା ଶିଶୁମାନଙ୍କ ବିଷୟରେ କିଶୋର ନ୍ୟାୟ ଆଇନରେ ବିସ୍ତୃତ ରୂପେ ବର୍ଣ୍ଣନା କରାଯାଇଛି। ଏହି ଆଇନ ଦେଶରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି ଓ ବିପଦସଙ୍କୁଳ ଅବସ୍ଥାରେ ଥିବା ବା ବିପରୀତ ପରିସ୍ଥିତିକୁ ଚାଲିଯିବାର ଭୟଥିବା ଶିଶୁମାନଙ୍କ ଯତ୍ନ, ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଯେଉଁ ଶିଶୁମାନେ ଯତ୍ନ, ସୁରକ୍ଷା ଆବଶ୍ୟକ କରନ୍ତି, ସେମାନଙ୍କ ତାଲିକା କିଶୋର ନ୍ୟାୟ ଆଇନ ୨୦୧୫ର ଧାରା ୨(୧୪)ରେ ଲିଖିତ ଅଛି। ଏକଥା ମଧ୍ୟ ଆଇନରେ କୁହାଯାଇଛି ଯେ, ଶିଶୁର ଥଇଥାନ ବେଳେ ତା’ର ପରିବାରକୁ ପ୍ରାଥମିକତା ଦେବା ଉଚିତ ଏବଂ ଶିଶୁଟିର ଥଇଥାନର ସର୍ବଶେଷ ସ୍ଥଳ ହେଉଛି ଶିଶୁଯତ୍ନ ଅନୁଷ୍ଠାନ। ଏଣୁ ଆଇନ ଓ ତତ୍‌ସମ୍ପର୍କିତ ଯୋଜନାର କାର୍ଯ୍ୟକାରିତା ଓ ଅନୁପାଳନ ବେଳେ ଏହି ଦିଗକୁ ପ୍ରାଧାନ୍ୟ ଦେଇ ଶିଶୁମାନଙ୍କର ଯତ୍ନ, ସୁରକ୍ଷାକୁ ନିଶ୍ଚିତ କରିଥାନ୍ତି ବ୍ୟବସ୍ଥାର ଅଂଶୀଦାର ସମୂହ। ତେବେ ଯେଉଁଠି ଶିଶୁଟିକୁ ନିଜ ପରିବାରରେ ଥଇଥାନ କରିବାରେ ଅସୁବିଧା ସୃଷ୍ଟି ହୁଏ ସେଠି ତାକୁ ତା’ର ସମ୍ପର୍କୀୟଙ୍କ ଦ୍ୱାରା ଲାଳନପାଳନ ପାଇଁ ଚେଷ୍ଟା କରାଯାଇଥାଏ।
ତେବେ ପ୍ରତିପାଳନ ଯତ୍ନ ବା ଫଷ୍ଟର କେୟାର କହିଲେ ଶିଶୁଟିକୁ କୌଣସି ଦମ୍ପତିଙ୍କ ଦ୍ୱାରା ତାଙ୍କ ପରିବାରରେ ରଖି ଲାଳନପାଳନ କରାଯାଇଥାଏ। ଏହି ଦମ୍ପତି ଶିଶୁର ପାରିବାରିକ ସମ୍ପର୍କୀୟ ହୋଇନଥାନ୍ତି। ଶିଶୁଟିର ପ୍ରତିପାଳନ ଯତ୍ନ ପାଇଁ ସେହି ଯୋଗ୍ୟ ଦମ୍ପତିଙ୍କୁ ଚିହ୍ନଟ କରାଯାଏ। ଯୋଗ୍ୟ ଦମ୍ପତିଙ୍କ ନିକଟରେ ଏହି ଶିଶୁମାନଙ୍କ ଲାଳନପାଳନ ପାଇଁ ଛଡାଯାଇଥାଏ। ଶିଶୁଟିର ଲାଳନପାଳନ ପାଇଁ ଆର୍ଥତ୍କ ସହାୟତା ମଧ୍ୟ ପ୍ରଦାନ କରାଯାଇଥାଏ। ଏମିତିକି ଏହି ଅଇନଗତ ପ୍ରକ୍ରିୟାରେ ସ୍ଥଳବିଶେଷରେ ସେମାନେ ଉକ୍ତ ଶିଶୁକୁ ପୋଷ୍ୟରୂପେ ମଧ୍ୟ ଗ୍ରହଣ କରିପାରନ୍ତିି। ଏ କ୍ଷେତ୍ରରେ ସରକାର ଓ ବେସରକାରୀ ସଂଗଠନର ଉଦ୍ୟମ ଜାରି ରହିଥିବା ବେଳେ ଏଥିପ୍ରତି ଜନସାଧାରଣଙ୍କ ସଚେତନତା ଓ ଉତ୍ସର୍ଗୀକୃତ ମନୋଭାବର ଆବଶ୍ୟକତା ଢେର ଆବଶ୍ୟକ ପଡ଼ିଥାଏ। ଅନେକ ଶିଶୁ ଅନୁଷ୍ଠାନରେ ଆଜି ବି ପ୍ରତିପାଳନ ପାଇଁ ଅପେକ୍ଷାରେ ଅଛନ୍ତି କିନ୍ତୁୁ ଉପଯୁକ୍ତ ଦମ୍ପତି ବା ମାତାପିତାଙ୍କ ଅଭାବରୁ ସେମାନେ ପ୍ରତିପାଳିତ ହେବାରୁ ବଞ୍ଚିତ ହେଉଛନ୍ତି। ଯେମିତି ଲୋକେ କୁହନ୍ତି ଯେ, ବିବାହ ସ୍ବର୍ଗରେ ନିର୍ଦ୍ଦିଷ୍ଟ ହୋଇଥାଏ ସେମିତି ପ୍ରତିପାଳନ ପାଇଁ ମାତାପିତା ମଧ୍ୟ ପୂର୍ବନିଶ୍ଚିତ ବୋଲିି ଧରିନିଆଯାଇପାରେ। ଯଦିଓ ଏ କଥାର ପ୍ରାସଙ୍ଗିକତା ସ୍ପଷ୍ଟ ନୁହେଁ କିନ୍ତୁ କେହିକେହି ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତିି। କାରଣ ଚୟନ ପ୍ରକ୍ରିୟା ବେଳେ ଶିଶୁଟିର ସାଂସ୍କୃତିକ, ଗୋଷ୍ଠୀଗତ, ସାମାଜିକ ଚଳଣି ପ୍ରାୟତଃ ଉକ୍ତ ପରିବାର ସହ ମିଶିଯାଉଥିବାରୁ ଏପରି ଆଖ୍ୟାୟିତ କରନ୍ତି ଓ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ବି କୁହନ୍ତିି ପ୍ରତିପାଳିତ ପାଇଁ ଚୟନ ହୋଇଥିବା ଉକ୍ତ ମାତାପିତା। ଯୁକ୍ତିତଃ ମାର୍ଗଦର୍ଶିକାର ସର୍ତ୍ତଗୁଡିକ କାରଣରୁ ମାତାପିତା ଓ ଶିଶୁଟିର ମେଳକ ପ୍ରାୟତଃ ସମାନ ରହିଥାଏ। ସେ ଯାହାହେଉନା କାହିଁକି ଏ ପ୍ରକ୍ରିୟା ଓ ଶିଶୁର ଥାଇଥାନ ଉଭୟ ମାତାପିତା ଓ ଶିଶୁଟି ପାଇଁ ବରଦାନ ସଦୃଶ।
ଆମେ ଜାଣୁ ଯେ ଅନୁଷ୍ଠାନରେ ଗୋଟିଏ ଗୃହମାତା ବା ଗୃହପିତା ୨୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଦେଖାଶୁଣା କରୁଥିବା ବେଳେ ପ୍ରତିପାଳନରେ ଜଣେ ବା ଦୁଇଜଣ ଶିଶୁ ପରିବାରରେ କିମ୍ବା ଦଳଗତ ଭାବେ ଶିଶୁଙ୍କୁ ଗୋଟିଏ ଦକ୍ଷ ଅନୁଷ୍ଠାନ ମାଧ୍ୟମରେ ଦେଖାଶୁଣା କରନ୍ତି ଯାହା ଏକ ଉନ୍ନତ ମାନକଯୁକ୍ତ ଯତ୍ନର ପ୍ରକ୍ରିୟାକୁ ଇଙ୍ଗିତ କରେ। ଏହା କେବଳ ଶିଶୁଟିର ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସହାୟକ ହୁଏ ତାହା ନୁହେଁ ବରଂ ପ୍ରତିପାଳନ କରୁଥିବା ସେହି ମାତାପିତାଙ୍କ ନାମ ଚିରଦିନ ପାଇଁ ଇତିହାସ ପୃଷ୍ଠାମଣ୍ଡନ କରେ। ଆମର ପୌରାଣିକ କଥାବସ୍ତୁ ଏହାର ପ୍ରମାଣ।
ପ୍ରତିପାଳନର ମାର୍ଗଦର୍ଶିକା ଅନୁଯାୟୀ ଶିଶୁମାନଙ୍କୁ ଯତ୍ନ ସୁରକ୍ଷା, ଥଇଥାନ, ସାମାଜିକ ସମ୍ମିଶ୍ରଣ କରାଯାଏ। ସମ୍ପର୍କୀୟ ବା ନିଜ ପରିବାରରେ ଶିଶୁଟିର ଥଇଥାନ କରାଯାଇ ନ ପାରିଲେ ସମ୍ପର୍କୀୟ ହୋଇ ନ ଥିବା ଦମ୍ପତିଙ୍କ ପାଖରେ ରହି ଶିଶୁଟିଏ ବଢିଥାଏ। ଏହା ଏକ ନୂତନ ଓ ଫଳପ୍ରଦ ନିୟମାନୁମୋଦିତ ବ୍ୟବସ୍ଥା। ଯୋଗ୍ୟତା ଭିତିରେ ସ୍ବାମୀ, ସ୍ତ୍ରୀ ଭାରତୀୟ ହୋଇଥିବେ, ସେମାନେ ୩୫ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବେ, ପୂର୍ବରୁ କୌଣସି ଅପରାଧମୂଳକ କାର୍ଯ୍ୟ ଘଟାଇ ନ ଥିବେ ଇତ୍ୟାଦିକୁ ଚୟନ ବେଳେ ଧ୍ୟାନ ଦିଆଯାଏ ଓ ସେହି ପରିବାରର ପୂର୍ବଅଭିଜ୍ଞତା, ଦକ୍ଷତା, ଶିଶୁମାନଙ୍କ ପ୍ରତି ଥିବା ସଦ୍ଦିଚ୍ଛା ଆଦିକୁ ବିଚାରକୁ ନେଇ ପ୍ରତିପାଳନ ପାଇଁ ପରିବାର ଚିହ୍ନଟୀକରଣ କରାଯାଏ। ଶିଶୁ ମଙ୍ଗଳ କମିଟିଙ୍କ ଅନୁମୋଦନକ୍ରମେ ଶିଶୁ ସାମୟିକ ଭାବରେ ପ୍ରତିପାଳନ ପାଇଁ ସେଠାରେ ଅବସ୍ଥାପିତ ହୁଅନ୍ତିି। ଶିଶୁଟିର ଯତ୍ନ ଯୋଜନା ଅନୁସାରେ ଯେତେବେଳେ ତା’ର ସ୍ବଗୃହକୁ ଫେରିବାର କଥା ଆସେ ବା ପୋଷ୍ୟ ଭାବରେ ଯିବା ପ୍ରସଙ୍ଗ ଆସେ ବା ଅନ୍ୟ ବିକଳ୍ପ ସୁବିଧାକୁ ଫେରାଇନେବାର ଯୁକ୍ତି ଉପସ୍ଥାପିତ ହୁଏ ସେତେବେଳେ ଶିଶୁ ମଙ୍ଗଳ କମିଟି ଏହାର ପରବର୍ତ୍ତୀ ଥଇଥାନର ବ୍ୟବସ୍ଥା କରନ୍ତିି। କିନ୍ତୁ ଏହି ସାମୟିକ ସମୟର ଅବଧି ବା ସମ୍ପ୍ରସାରିତ ସାମୟିକ ସମୟର ଅବଧି କାଳରେ ଶିଶୁଟିର ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ଏହି ପ୍ରତିପାଳନ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଏ। ୧୮ବର୍ଷରୁ କମ ବୟସର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଏହି ବ୍ୟବସ୍ଥାରେ ସୁବିଧା ଲାଭ କରିଥାଆନ୍ତିି।
ଏଣୁ ବତ୍ତର୍ର୍ମାନ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଆଉ ଅନୁଷ୍ଠାନ ନୁହେଁ ବରଂ ପ୍ରତିପାଳିତ ଗୃହଟିଏ ଯୋଗାଇଦେବା ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଆଗକୁ ଆସନ୍ତୁ ମାତାପିତା, ଦମ୍ପତି ବା ସ୍ବାମୀ ଓ ସ୍ତ୍ରୀମାନେ। ଶିଶୁମଙ୍ଗଳ କମଟି, ଜିଲା ଶିଶୁସୁରକ୍ଷା ୟୁନିଟ ସହ ସମ୍ପର୍କ ସ୍ଥାପନ କରି ଏ ବିଷୟରେ ପୂର୍ଣ୍ଣ ଅବଗତ ହୁଅନ୍ତୁ। ଦେଶ,ଜାତି ହିତରେ ନିଜର କର୍ତ୍ତବ୍ୟ ନିର୍ବାହ କରି ଶିଶୁମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବା ପାଇଁ ଆଗେଇ ଆସିଲେ ହିଁ ପ୍ରକୃତ ସାମାଜିକ ସେବାର ଉଦାହରଣ ସୃଷ୍ଟି ହେବ ଓ ଏକ ଉନ୍ନତ ଭବିଷ୍ୟତ ଗଠନ କରିହେବ। ପରବର୍ତ୍ତୀ ସମୟରେ ଏକ ସୁସ୍ଥ ମାନସିକତାପୂର୍ଣ୍ଣ ଭବିଷ୍ୟତ ସମସ୍ତଙ୍କୁ ସ୍ବାଗତ କରିବ।
ପାଳିତ ମାତାପିତାଙ୍କୁ ଏ ସେବା ଆତ୍ମ ସନ୍ତୁୁଷ୍ଟି ପ୍ରଦାନ କରିବ। ପରିବାରରେ ଶିଶୁର ଉନ୍ନତ ଲାଳନପାଳନ ବିଷୟରେ ଶିକ୍ଷା ମିଳିବ ଓ ଦକ୍ଷତା ବୃଦ୍ଧି ହେବ। ଫଳରେ ପରିବାରରେ ଥିବା ସୁବିଧାଗୁଡିକୁ ସଂଗଠିତ କରାଇ ଉତ୍କୃଷ୍ଟମାନର ଯତ୍ନ ଓ ଶିଶୁସୁଲଭ ସେବା ଯୋଗାଇବାରେ ସକ୍ଷମ ହୋଇପାରିବା। ପୋଷ୍ୟ ପାଇଁ ଆଶାୟୀ ଥିବା ଦମ୍ପତିଙ୍କ ସଂଖ୍ୟାରେ ହ୍ରାସ ଘଟିବା ସହ ସେମାନେ ଏହି ପ୍ରକ୍ରିୟାରେ ମାତାପିତା ହେବାର ଗୌରବ ଅର୍ଜନ କରିପାରିବେ। ଏଥିପାଇଁ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଜାରି ରହିଥିଲେ ହେଁ ପରିବାର, ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ଲୋଡ଼ା। ବାସ୍ତବରେ ଏ ପ୍ରୟାସ ହେଉଛି ଶିଶୁମାନଙ୍କ ନିମନ୍ତେ ପାରିବାରିକ ବିକଳ୍ପ ବା ପରିବାରଭିତ୍ତିକ ଶିଶୁ ଯତ୍ନ ସେବା, ଯାହାଦ୍ୱାରା ଶିଶୁଟି କୌଣସି ଅନୁଷ୍ଠାନକୁ ଯିବା ବଦଳରେ ଏକ ପରିବାରରେ ଥଇଥାନ ହୋଇପାରିବ। ତେବେ ଏ କ୍ଷେତ୍ରରେ ଯେଉଁମାନେ ଆଗକୁ ଆସି କାମ କରୁଛନ୍ତି ସେ ପାଳିତ ମାତାପିତା ହୁଅନ୍ତୁ ବା ସେବାର ଅଂଶୀଦାର ସମୂହ, ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେବା ସଫଳତାର ଶ୍ରେୟ ପ୍ରମାଣପତ୍ର ପ୍ରଦାନ କଲେ ପ୍ରତିପାଳନ ବ୍ୟବସ୍ଥା ନିମନ୍ତେ ସବୁସ୍ତରରେ ଆଗ୍ରହ ଜନ୍ମାଇ ହେବ। ପ୍ରତିପାଳନ ଯତ୍ନର ମହତ୍ତ୍ୱ ପ୍ରତ୍ୟେକ ବ୍ୟକ୍ତି ହୃଦୟଙ୍ଗମ କରିବା ଦରକାର। ସରକାରୀସ୍ତରର ତୃଣମୂଳକର୍ମୀ ଓ ଏନ.ଜି.ଓ.ମାନଙ୍କ ମାଧ୍ୟମରେ ସଚେତନତା ଓ ପରିବାର ଚିହ୍ନଟୀକରଣ ମଧ୍ୟ କରାଯାଇପାରେ। ତେବେ ପ୍ରତିପାଳନ ଯେ ଏକ ଅତ୍ୟାବଶ୍ୟକ ଆବଶ୍ୟକତା ଏହାର ଉପଲବ୍ଧି ଆମ ସମସ୍ତଙ୍କୁ କରିବାକୁ ହେବ ନଚେତ ଅନେକ ଶିଶୁଙ୍କ ଭବିଷ୍ୟତ ପାଇଁ ଆମେ ଦାୟୀ ରହିବା। ଆଉ ତା’ ଭବିଷ୍ୟତ ପଚାରୁଥିବା ପ୍ରଶ୍ନର ଉତ୍ତର ଆମ ପାଖରେ ନଥିବ।
ବିଜିପୁର, ବ୍ରହ୍ମଗିରି, ପୁରୀ,
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri