ବିଜେଡିର ସୋସିଆଲ ମିଡିଆ ବନାମ କଂଗ୍ରେସର ପୋଷ୍ଟର

ବିଷମକଟକ,୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାୟଗଡ଼ା ଜିଲାରେ ବିଭିନ୍ନ ଦଳ ପକ୍ଷରୁ ନିଜ ଢଙ୍ଗରେ ପ୍ରଚାର ଚାଲିଛି। ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ମଧ୍ୟ ସରିଲାଣି। ହେଲେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଡିଜିଟାଲ ଏବଂ ପୋଷ୍ଟର ପ୍ରଚାର ଏବେ ରୋଚକ ହୋଇଛି। ଜିଲାର ବିଷମକଟକଠାରେ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। କଂଗ୍ରେସ ନିଜ ସମୟରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକୁ ପୋଷ୍ଟରରେ ଲେଖି ପ୍ରଚାର କରୁଛି। ବିଷମକଟକ ପଞ୍ଚୟତ ସମିତି କାର୍ଯ୍ୟାଳୟ, ବିଷମକଟକ ବସ୍‌ଷ୍ଟାଣ୍ଡ ନିର୍ମାଣ, ଢେପାଗୁଡ଼ା ନାଳ ଉପରେ ସେତୁ, କଲ୍ୟାଣ ମଣ୍ଡପ, ମୁଣ୍ଡାବନ୍ଧ ନାଳ ଉପରେ ସେତୁ, ବିଏସ୍‌ଏନ୍‌ଏଲ୍‌ କାଯ୍ୟାଳୟ, ବିଷମକଟକ ଓ ରାୟଗଡ଼ା ରାସ୍ତା ଆଲୋକିକରଣ, ସାନ ହରିଜନ ସହିରେ ପାଣି ଟାଙ୍କି ନିର୍ମାଣ, ରତା ଟିକିରି ନାଳ ଉପରେ ସେତୁ, ବିଷମକଟକରେ ଅଗ୍ନିଶମ କାର୍ଯ୍ୟାଳୟ କଂଗ୍ରେସର ସମୟର ଅବଦାନ ବୋଲି କୁହାଯାଇଛି। ଏଥିସହ ଭୋଟ ଦେଇ ସୁଯୋଗ ଦେଲେ ପ୍ରଥମ ବର୍ଷରେ ବିଷମକଟକ ପଞ୍ଚୟତରେ ରାସ୍ତା ସଫେଇ ଗାଡ଼ି ଗଡ଼ିବ, ମହିଳା ଓ ଶିଶୁଙ୍କ ପାଇଁ ପାର୍କ, ନୂତନ ବସ୍‌ଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ, ୧୦ବର୍ଷ ହେଲା ବନ୍ଦ ଥିବା ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ, ଆବାସ, ବିନା ଲାଞ୍ଚରେ ରାଶନ କାର୍ଡ, ବରିଷ୍ଠ ନାଗରିକଙ୍କ ପାଇଁ ମନୋରଞ୍ଜନ କକ୍ଷ ନିର୍ମାଣ ପାଇଁ ଦଳ ପୋଷ୍ଟର ଜରିଆରେ ପ୍ରତିଶ୍ରୁତି ଦେଇଛି। ବିଜେଡି ଅପରପକ୍ଷେ ପ୍ରାର୍ଥୀ ମଧ୍ୟ ପ୍ରଚାରେ ପଛରେ ପଡ଼ିନାହାନ୍ତି। ୨୨ ବର୍ଷ ଶାସନରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ସୋସିଆଲ ମିଡିଆରେ ଭୋଟରଙ୍କୁ ଜଣାଉଛନ୍ତି। କଂଗ୍ରେସର କିଛି ନେତା ଆମେ କରିଛୁ ବୋଲି କହି ପ୍ରଚାର କରୁଛନ୍ତି। କିନ୍ତୁ ବିଜେଡି ସରକାର ସମୟରେ ବିଷମକଟକ ଠାରେ ଆଇଟିଆଇ, କଳିଙ୍ଗ ମଡେଲ ବିଦ୍ୟାଳୟ, ଡଙ୍ଗରିଆ କନ୍ଧ ବିଦ୍ୟାଳୟ, ଆଲୋକିକରଣ, ବିଜୁ କଲ୍ୟାଣ ମଣ୍ଡପ, ସବ୍‌ ଜଜ୍‌ କୋର୍ଟ, ମାଁ ମାର୍କାମା ମନ୍ଦିର, ରାଧାକାନ୍ତ ମନ୍ଦିର, ମାଁ ମାର୍କାମା କଲେଜ ଅନୁଦାନ ଓ ଅନ୍ୟ କାମ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ନୂତନ କାମ ଯଥା ମେଘା ପାନୀୟ ଜଳ ପ୍ରକଳ୍ପ ଜରିଆରେ ୧୭ ପଞ୍ଚାୟତରେ ଘରକୁ ପାନୀୟ ଜଳ ଯୋଗାଣ, ବିଷମକଟକ ଏନ୍‌ଏସି ଘୋଷଣା, ଗୌଡ଼ ସାହିଠାରୁ ମାଁ ମାର୍କାମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ମଝିରେ ବିଦ୍ୟୁତ୍‌ ଲାଇଟ, ବିଷମକଟକରେ ତିନି ମହଲା ମେଡିକାଲ, ନୂତନ ବସ୍‌ଷ୍ଟାଣ୍ଡ, ବିଷମକଟକ ହାଇସ୍କୁଲକୁ ମଡେଲ ସ୍କୁଲ କାର୍ଯ୍ୟ ଚାଲିଥିବା କୁହାଯାଇଛି। ଏଥିସହ କଂଗ୍ରେସ ଶାସନକୁ ଆସିଲେ ଲାଗଥିବା ଷ୍ଟିଟ ଲାଇଟ୍‌ ମଧ୍ୟ ଲିଭିଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଉଭୟ ଦଳର ସୋସିଆଲ ମିଡିଆ ଏବଂ ପୋଷ୍ଟରରେ ଏଭଳି ପ୍ରଚାର ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri