Posted inଜାତୀୟ

ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୫।୨ : ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ। ସମାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ କିଭଳି ଚିନ୍ତା କରୁଛି ତାହାକୁ ଜାମିନ୍‌ ବିଚାର କ୍ଷେତ୍ରରେ ପରିସରଭୁକ୍ତ କରାଯିବା ଅନୁଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି।

ବିଚାରପତି ଚନ୍ଦ୍ରଧାରୀ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଜାମିନ୍‌ ମାମଲାର ବିଚାର କରି ଭାରତୀୟ ଦଣ୍ଡ ସଂହିତା ଧାରା ୩୯୨, ୪୧୧ ଏବଂ ୩୪ ଅନ୍ତର୍ଗତ ଅଭିଯୁକ୍ତ ତରନଜିତ୍‌ ସିଂଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି। ବ୍ୟକ୍ତିଗତ ସ୍ବାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ମୌଳିକ ଅଧିକାର। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଅନିବାର୍ଯ୍ୟ ଅଥବା ନୁହେଁ ତାହା ସ୍ଥିରିକୃତ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୧ ନଭେମ୍ବର ୨୪ରେ ଅଭିଯୁକ୍ତଙ୍କ ବିରୋଧରେ ଲୁଟ୍‌ ଅଭିଯୋଗ ହୋଇଥିଲା। ଏଫ୍‌ଆଇଆର୍‌ ରୁଜୁ ହେବାରେ କିଛି ଘର୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୨୧ ନଭେମ୍ବର ୨୫ଠାରୁ ସେ ଜେଲ୍‌ରେ ଅଛନ୍ତି। ୨୦୨୨ ଜାନୁୟାରୀ ୧୫ରେ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା।

ଏହାପରେ ଅଭିଯୁକ୍ତ ତରନଜିତ୍‌ଙ୍କ ପକ୍ଷରୁ ଜାମିନ୍‌ ପାଇଁ ଆବେଦନ କରାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ଆଇନଜୀବୀ ଅଭିଯୁକ୍ତଙ୍କ ପାଖରୁ ଏକ ପିସ୍ତଲ ଜବତ ହୋଇଥିବା କୁହାଯାଇ ତାଙ୍କୁ ଜାମିନ୍‌ ମିଳିଲେ ସେ ଫେରାର ହୋଇଯିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା। ତେବେ ଖଣ୍ଡପୀଠ ଏଭଳି ଚିନ୍ତାଧାରା ଅନୁଚିତ ବୋଲି ଦର୍ଶାଇ ଜାମିନ୍‌ ମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଅସଲି କି ନକଲି, କ୍ୟୁଆର କୋଡ୍‌ ସ୍କାନ୍‌ କଲେ ମିଳିବ ସୂଚନା…

ନୂଆଦିଲ୍ଲୀ,୩।୧୦ : ଆମେ କିଣୁଥିବା ଔଷଧ ଅସଲି ନା ନକଲି? ଏହା ଶରୀର ପାଇଁ କ୍ଷତିକାରକ କି? ମେଡିକାଲ ଷ୍ଟୋରରୁ ଔଷଧ କିଣିବାବେଳେ ପ୍ରାୟତଃ ଏହି...

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ...

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ସିକ୍ୟୁରିଟି ଗାର୍ଡଙ୍କୁ ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ,୨୪।୧: ଭାରତରେ ବେଆଇନ୍‌ ଭାବେ ରହୁଥିବା ଜଣେ ପାକିସ୍ତାନୀ ୧୫ ବର୍ଷିୟ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ପାଖରେ ଆବଶ୍ୟକୀୟ ବିଦେଶୀ ପ୍ରମାଣପତ୍ର ନ...

ନକଲି ହେଲମେଟ, ପ୍ରେସରକୁକର. ସିଲିଣ୍ଡର ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫ ।୧୧: ଜୀବନ ପ୍ରତି ବିପଦ ଥିବା ନକଲି ଉତ୍ପାଦନର ବିକ୍ରି ଓ ନିର୍ମାଣ ଉପରେ ଲଗାମ ଲାଗାଇବାକୁ ସରକାର ସାରା ଦେଶରେ ଅଭିଯାନ ଆରମ୍ଭ...

ରାଜଧାନୀରେ ତିନି ଦିନ ମଦ ବିକ୍ରି ବନ୍ଦ

ନୂଆଦିଲ୍ଲୀ,୧।୧୨: ଆସନ୍ତା ୪ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସାରୁ ଜାତୀୟ ରାଜଧାନୀରେ ତିନି ଦିନ ପର୍ଯ୍ୟନ୍ତ...

ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର

ଇଟାନଗର,୨୧।୧୦: ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଏକ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର...

ନିର୍ବାଚନ ଲଢ଼ିବା ମୌଳିକ ଅଧିକାର ନୁହେଁ, ଏହା ଆଇନ ଦ୍ୱାରା ପ୍ରଦତ୍ତ, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ,ଏକ ଲକ୍ଷ ଜରିମାନା ଦଣ୍ଡାଦେଶ……

ନୂଆଦିଲ୍ଲୀ, ୧୩।୯ : ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ...

ସୁପ୍ରିମକୋର୍ଟ ପହଞ୍ଚିଲା ମୋରବି ପୋଲ ଭାଙ୍ଗିବା ଘଟଣା

ନୂଆଦିଲ୍ଲୀ,୧ ।୧୧: ଗୁଜରାଟ ମୋରବି ସହରରେ କେବଲ ସସ୍‌ପେନସନ ବ୍ରିଜ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ...

Advertisement
Archives

Model This Week