ଭୋଟ ପାଇଁ ୧୩ ପରିଚୟପତ୍ର, ଏକାଧିକ ପ୍ରାର୍ଥୀଙ୍କୁ ଦେଲେ ନାକଚ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଫେବୃୟାରୀ ୧୬ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ର ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚିଛନ୍ତି। ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ।

ଭୋଟ ଦେବା ପାଇଁ ଜଣେ ଭୋଟରଙ୍କ ପଞ୍ଚାୟତ ସକାଶେ ପ୍ରସ୍ତୁତ ଓ୍ବାର୍ଡଓ୍ବାରି ଭୋଟର ତାଲିକାରେ ନାମ ଥିବା ଜରୁରୀ। ଭୋଟରମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଭୋଟର ପରିଚୟପତ୍ର ଦେଖାଇ ମତଦାନ କରିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟପତ୍ର ନ ଥାଏ ତେବେ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ୧୩ଟି ପ୍ରମାଣ ପତ୍ର ମଧ୍ୟରୁ ଅନୁମୋଦିତ ରାଶନ କାର୍ଡ, ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜବ୍‌ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା କାର୍ଡ, ବ୍ୟାଙ୍କ ପାସ୍‌ବୁକ, ପେନ୍‌ସନ୍‌ ଡକ୍ୟୁମେଣ୍ଟ ଆଦି ଯେ କୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ।

ଭୋଟ ଦେବାବେଳେ ମତଦାତାମାନେ କିଭଳି ସତର୍କ ରହିବେ ଓ ଭୋଟ୍‌ ଯେପରି ନାକଚ ନ ହେବ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନ୍‌ ଜାରି କରିଛନ୍ତି । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦ ଆସନ ପାଇଁ ଅଲଗା ଅଲଗା ବାଲଟ ପେପର ରହିଛି। ଗୋଟିଏ ବାଲଟ ପେପରରେ ୧୦ଟି ଚିହ୍ନ ରହିଛି। ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ତାହା ନାକଚ ହୋଇଯିବ। ଭୋଟ ଦେବା ବେଳେ ସତର୍କ ରହିବାକୁ ମତଦାତାଙ୍କୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ଯେଉଁ ଚିହ୍ନରେ ଭୋଟ ଦେଉଛନ୍ତି ସେହି ଘର ଭିତରେ ଷ୍ଟାମ୍ପ ମାରିବା ଦରକାର। ଏହା ଯେପରି ଘରର ଗାର ଅତିକ୍ରମ ନ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥଙ୍କ ଭଡ଼ାଘରେ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ

ପୁରୀ ଅଫିସ,୧୮।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ନୟାଗଡ଼ ଅଫିସ,୧।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ତୁଳସୀପୁର ସାଇମନ୍ଦିର ନିକଟରେ ରବିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।...

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ...

ସତୀଗୁଡା ଜଳଭଣ୍ଡାରରେ କମିଛି ପକ୍ଷୀ ସଂଖ୍ୟା:୨୦୧୯ରେ ଥିଲା ୨୧୧୭,ଚଳିତବର୍ଷ ୧୫୮୮

ମାଲକାନଗିରି,୪।୧ (ଡି.ଏନ୍‌.ଏ.)- ମାଲକାନଗିରି ବନଖଣ୍ଡ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସତୀଗୁଡା ଜଲଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବା...

୧୧ରୁ ଶୀତ କମିବ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତେବେ ଆସନ୍ତା ବୁଧବାରଠାରୁ ଶୀତ କମିଯିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ...

ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ...

ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଭୁବନେଶ୍ୱରରେ କରୋନା ପଜିଟିଭ କେସ...

Advertisement
Archives

Model This Week