Posted inଖେଳ

ବାର୍ସିଲୋନାର ଏହି ଷ୍ଟାର ଫୁଟ୍‌ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍‌ ଦଣ୍ଡ

ବାର୍ସିଲୋନା,୨୨ା୨: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବାର୍ସିଲୋନାର ଏକ କୋର୍ଟ ଗୁରୁବାର ଷ୍ଟାର ଫୁଟବଲ ଖେଳାଳି ଡାନି ଆଲଭେସ୍‌କୁ ୪ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଦିନ ଧରି ଏହି ମାମଲାର ଶୁଣାଣି କରିଥିଳେ। ଆଲେଭେସଙ୍କ ଉପସ୍ଥିତିରେ ଖଣ୍ଡପୀଠ ଦଣ୍ଡ ବିଧାନ ଶୁଣାଇଥିଲେ। ପୀତୀଡ଼ାଙ୍କ ଓକିଲ ଇଷ୍ଟର ଗାର୍ସିଆ ଚଳିତ ସପ୍ତାହରେ କହିଥିଲେ ରାୟ ପ୍ରଦାନ ବେଳେ ସେ ଓ ତାଙ୍କ ମହକିଲ ଉପସ୍ଥିତ ରହିବେ ନାହିଁ।

ପୀଡ଼ିତା ଜଣଙ୍କ ଯୌନ ସମ୍ପର୍କ ରଖିବାକୁ ରାଜି ନ ଥିଲେ। ତାଙ୍କୁ ଜବରଦସ୍ତ ବଳାତ୍କାର କରାଯାଇଛି। ଏହାର ଯଥେଷ୍ଟ ପ୍ରମାଣ ରହି ଥିବା କୋର୍ଟ ତାଙ୍କ ରୁଲିଂରେ ଜଣାଇଛନ୍ତି। କୋର୍ଟ ଆହୁରି ମଧ୍ୟ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୧୫୦,୦୦୦ ୟୁରୋ (୧୬୨,୦୦୦ ଡଲାର) ଏବଂ ମାମଲା ବାବଦରେ ଖର୍ଚ୍ଚ ଆଲଭେସଙ୍କ ଦେବା ଲାଗି କହିଛନ୍ତି। ଜଲେ ଦଣ୍ଡ ଶେଷ ହେବା ପରେ ୪୦ ବର୍ଷୀୟ ଆଲଭେସଙ୍କ ଉପର ନଜର ରଖାଯିବ। ଏହି ସମୟ ମଧ୍ୟରେ ସେ ପୀଡ଼ିତାଙ୍କ ନିକଟକୁ ଯାଇପାରିବେ ନାହିଁ କି ତାଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ। କୋର୍ଟରେ ଦର୍ଶାଯାଇଥିଲା ପୀଡ଼ିତାଙ୍କୁ ଆଲଭେସ ୨୦୨୨ ଡିସେମ୍ବର ୩୧ ବାର୍ସିଲୋନା ଅନ୍ତର୍ଗତ ଏକ ନାଇଟ କ୍ଲବର ଗାଧୁଆ ଘରେ ବଳାତ୍କାର କରିଥିଲେ।

ଅନ୍ୟପକ୍ଷରେ ଆଲଭେସ କୋର୍ଟରେ ତାଙ୍କ ବୟାନରେ ଦର୍ଶାଇଥିଲେ, ସେ ମହିଳାଙ୍କୁ ବଳତ୍କାର କରି ନାହାନ୍ତି। ସେ ସେଭଳି ଚରିତ୍ରର ଲୋକ ନୁହଁନ୍ତି। କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ପାରିବ। ଷ୍ଟେଟ୍‌ ପ୍ରୋସିକ୍ୟୁଟର କାର୍ଯ୍ୟାଳୟ କହିଛି କୋର୍ଟଙ୍କ ରାୟର ଅଧ୍ୟୟନ ପରେ ଅପିଲ କରାଯିବ କି ନା ତାହା ବିଚାର କରାଯିବ। ଆଲଭେସ ୨୦୨୩ ଜାନୁଆରୀ ୨୦ରୁ ଜେଲ୍‌ରେ ଅଟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri