Odisha Elections 2024
Posted inଖେଳ

ସୋଏବଙ୍କ ତୃତୀୟ, ସନାଙ୍କ ଦ୍ୱିତୀୟ ବିବାହ, ଜାଣନ୍ତୁ ପ୍ରଥମେ କାହା ସହ ହୋଇଥିଲା ସୋଏବଙ୍କ ବିବାହ

କରାଚୀ,୨୦ା୧(ପି.ଟି.): ଭାରତୀୟ ଟେନିସ୍‌ ସୁପରଷ୍ଟାର ସାନିଆ ମିର୍ଜାଙ୍କ ସହ ୧୩ ବର୍ଷର ସମ୍ପର୍କ ଛିନ୍ନ କରି ତୃତୀୟ ଥର ବିବାହ କରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ। ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍‌ଙ୍କ ସହ ସୋଏବ ବିବାହର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି। ଏହି ଫଟୋରେ ସେ କ୍ୟାପ୍‌ଶନ୍‌ ଲେଖିଥିଲେ ‘ଇଟ୍‌ସ ଅଲ୍‌ କ୍ରିଏଟେଡ୍‌ ଇନ୍‌ ପ୍ୟାରିସ୍‌’।

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ପାଇଁ ଏହା ତୃତୀୟ ବିବାହ ହୋଇଥିବା ବେଳେ ସନା ଜାଭେଦ୍‌ଙ୍କ ପାଇଁ ଏହା ଦ୍ୱିତୀୟ ବିବାହ । ୪୧ ବର୍ଷୀୟ ସୋଏବ ୨୦୦୬ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିବା ବେଳେ ଏହି ସମ୍ପର୍କ ୪ ବର୍ଷ ତିଷ୍ଠିଥିଲା। ୨୦୧୦ରେ ଡିଭୋର୍ସ ନେଇ ସେ ସାନିଆ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରେ ୧୩ ବର୍ଷର ସମ୍ପର୍କର ପୂର୍ଣ୍ଣଚ୍ଛେଦ ପକାଇ ସେ ସନା ଜାଭେଦ୍‌ଙ୍କ ସହ ତୃତୀୟ ବିବାହ କରଛନ୍ତି ା ଅନ୍ୟପକ୍ଷରେ ସନା ୨୦୨୦ରେ ଗାୟକ ଉମର ଜୟସ୍ବାଲଙ୍କୁ ବିବାହ କରିଥିଲେ। ୨୦୨୩ରେ ଉଭୟଙ୍କ ଡିଭୋର୍ସ ହୋଇଥିବା ବେଳେ ସେ ସୋଏବ ମଲିକଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।

ପାକିସ୍ତାନୀ ଚଳଚ୍ଚିତ୍ର ଓ ଡ୍ରାମାରେ ଅଭିନୟ କରୁଥିବା ସନା ସାଉଦି ଆରବର ଜେଡାରେ ଜନ୍ମିତ। ସେ ୨୫ରୁ ଅଧିକ ଡ୍ରାମା ଓ ୫ ଟେଲିଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ସୋଏବ। ଉଭୟଙ୍କର ଇଝାନ୍‌ ନାମକ ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି। ସୋଏବ-ସାନିଆ ୨୦୨୨ରୁ ପରସ୍ପରଠାରୁ ଅଲଗା ରହୁଛନ୍ତି। ଅନ୍ୟ ଅଭିନେତ୍ରୀଙ୍କ ସହ ସୋଏବଙ୍କ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଅଲଗା ରହୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଛାଡପତ୍ରର ରିପୋର୍ଟ ମଧ୍ୟ ଆସୁଥିଲା।

ତେବେ ଉଭୟ ବିଭିନ୍ନ ସମୟରେ ଏହାକୁ ଅସ୍ବୀକାର କରି ଆସିଥିଲେ। ପରେ ଉଭୟ ଏକ ପାକିସ୍ତାନୀ ଟିଭି ପ୍ରୋଗ୍ରାମର ହୋଷ୍ଟ ଭାବେ ନଜର ଆସିଥିଲେ। ଏହାପରେ ସମ୍ପର୍କ ଠିକ୍‌ ହୋଇ ଯାଇଥିବା ନେଇ ଆଲୋଚନା ହୋଇଥିଲା। ତେବେ ଏକ ସପ୍ତାହ ପୂର୍ବରୁ ସାନିଆ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସୋଏବଙ୍କ ସହ ସମସ୍ତ ଫଟୋ ଡିଲିଟ୍‌ କରିଥିଲେ। ପରେ ସୋଏବ ମଧ୍ୟ ସାନିଆଙ୍କୁ ଅନ୍‌ଫଲୋ କରିଥିଲେ। ସୋଏବ ଫଟୋ ପୋଷ୍ଟ କରିବା ପରେ ସାନିଆ ଖୁଲା(ଛାଡପତ୍ର) ନେଇଥିବା ନେଇ ତାଙ୍କ ପିତା ଇମ୍ରାନ ମିର୍ଜା ବୟାନ ଦେଇଛନ୍ତି।

ସାନିଆଙ୍କୁ ବିବାହ କରିବା ପୂର୍ବରୁ ସୋଏବ ଆଗରୁ ଆୟେଶା ସିଦ୍ଦିକି ନାମ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ସେ ମଧ୍ୟ ହାଇଦ୍ରାବାଦର ବୋଲି ଜଣାପଡିଥିଲା। ସାନିଆଙ୍କ ବିବାହ ପୂର୍ବରୁ ସେ ନିଜକୁ ସୋଏବଙ୍କ ପତ୍ନୀ ଭାବରେ ଦର୍ଶାଇଥିଲେ ଏବଂ ବିବାହର ଭିଡିଓ ମଧ୍ୟ ଦେଖାଇଥିଲେ। ପ୍ରଥମେ ସୋଏବ ମଲିକ ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ ପରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦେଇଥିଲେ। ୨୦୧୦ରେ ଆୟେଶାଙ୍କୁ ଛାଡପତ୍ର ଦେବା ପରେ ସେ ସାନିଆଙ୍କୁ ବିବାହ କରିଥିଲେ। ସାନିଆ ମିର୍ଜା ପ୍ରଥମ ଭାରତୀୟ ମହିଳା ଭାବେ ଟେନିସ୍‌ ଗ୍ରାଣ୍ଡସ୍ଲାମ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୬ ଗ୍ରାଣ୍ଡସ୍ଲାମ ସହ ୪୩ଟି ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri