ବରଫ ସ୍ଖଳନ

କୌଣସି ତିଖ ପାହାଡ଼ର ପାର୍ଶ୍ୱରୁ ବରଫର ଏକ ବିଶାଳ ଖଣ୍ଡ ଖସି ତଳକୁ ଦ୍ରୁତ ଗତି କରିବା ଆରମ୍ଭ କଲେ ଏହାକୁ ବରଫ ସ୍ଖଳନ (Avalanche) କହନ୍ତି। କିଛି ପ୍ରାକୃତିକ ଘଟଣା ଯଥା ଭୂକମ୍ପ, ବୃଷ୍ଟିପାତ, ବାୟୁପ୍ରବାହ କିମ୍ବା ଉଚ୍ଚ ତାପମାତ୍ରା ଯୋଗୁ ମୂଳ ବରଫ ଚଟାଣ ଦୁର୍ବଳ ହୋଇ ଏଥିରେ ଫାଟ ସୃଷ୍ଟି ହୋଇ ଭୁଶୁଡି ପଡ଼ିବା ଭଳି ବରଫ ସ୍ଖଳନ ଘଟିଥାଏ।
ହିମ ହ୍ରଦ ପ୍ଳାବନ ବନ୍ୟା : କୌଣସି ହିମବାହ ଦ୍ୱାରା ସୃଷ୍ଟି ହୋଇଥିବା ଏକ ପ୍ରାକୃତିକ ହ୍ରଦ ଭାଙ୍ଗିଯାଇ ତଳ ମୁଣ୍ଡକୁ ଅକସ୍ମାତ୍‌ ବିପୁଳ ଜଳ ନିର୍ଗତ ହେଲେ ତାହାକୁ ହିମ ହ୍ରଦ ପ୍ଳାବନ ବନ୍ୟା (Glacial Lake Outbrust Flood-GLOF) କହନ୍ତି।
କ୍ରମାଗତ ତୁଷାରପାତ ଯୋଗୁ ପର୍ବତର ଶିଖର ଓ ପାର୍ଶ୍ୱଭାଗରେ ଥିବା ହିମବାହରେ ବରଫ ଜମିବାକୁ ଲାଗେ । ଏଥିରେ ଥିବା ବରଫରାଶି କୌଣସି କାରଣରୁ ତରଳିଲେ ନିର୍ଗତ ଜଳରାଶି ତଳ ମୁଣ୍ଡରେ ଥିବା ନଦୀ ଓ ଜଳାଶୟରେ ପ୍ରବାହିତ ହେବାରୁ ଜଳସ୍ତର ବଢ଼ିବାରେ ଲାଗେ। ଏହା ପ୍ରକୃତିର ଏକ ଧରାବନ୍ଧା ନିୟମ ଏବଂ ପୃଥିବୀର ପ୍ରାକୃତିକ ଜଳଚକ୍ର ପ୍ରକ୍ରିୟାର ଏକ ଚିରାଚରିତ ଅଂଶ।
ହିମବାହରେ ଗଚ୍ଛିତ ବରଫ ତରଳିବା ଦ୍ୱାରା ଏହା ତ ମଧୁର ଜଳରେ ପରିଣତ ହୁଏ; ମାତ୍ର ଏହା ରାସ୍ତାରେ ଅନେକ ଆବର୍ଜନା ଯଥା ଶିଳା, ପଥର, ମାଟି, ଗୋଡ଼ି, ବାଲି ଭଳି ଅବକ୍ଷେପ ଛାଡିଦେଇ ଯାଏ। ଏହି ଅବକ୍ଷେପ କ୍ରମାଗତ ଜମା ହୋଇ ଏକ ପ୍ରାକୃତିକ ପ୍ରତିବନ୍ଧକ ସୃଷ୍ଟି କରେ। ଏହି ପ୍ରତିବନ୍ଧକ ମଧ୍ୟରେ ବିପୁଳ ମଧୁର ଜଳ ଜଳାଶୟ ଆକାରରେ ଗଚ୍ଛିତ ହୋଇ ରହିଥାଏ। କୌଣସି କାରଣରୁ ହିମବାହ ଦ୍ୱାରା ସୃଷ୍ଟ ଏହି ଜଳାଶୟର ପାର୍ଶ୍ୱବନ୍ଧରେ ଛିଦ୍ର ସୃଷ୍ଟି ହୋଇ ଭାଙ୍ଗିଗଲେ କିମ୍ବା ଜଳାଶୟ ମଧ୍ୟରେ ଜଳସ୍ତର ସୀମା ଟପିଗଲେ, ଗଚ୍ଛିତ ଜଳରାଶି ଅଚାନକ ତଳକୁ ନିର୍ଗତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରେ। ବରଫ ସ୍ଖଳନ, ଭୂମିକମ୍ପ କିମ୍ବା ଜଳଭଣ୍ଡାରର ଗଚ୍ଛିତ ଜଳରାଶିର ଅତ୍ୟଧିକ ଚାପ ଭଳି ପ୍ରାକୃତିକ ଘଟଣା ଯୋଗୁ ମଧ୍ୟ ଏହି ବନ୍ଧ ଭାଙ୍ଗି ଯାଇପାରେ।
ମନୁଷ୍ୟକୃତ କାରଣ ଯଥା- ଜଙ୍ଗଲକଟା, ପ୍ରଦୂଷଣ ଇତ୍ୟାଦି କାରଣରୁ ସୃଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ଏହି ବନ୍ଧ ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥାଏ। ମନୁଷ୍ୟକୃତ ପ୍ରଦୂଷଣ ହେତୁ ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଧୂମକଣିକା ଜଳାଶୟର ତଳେ ବସିଯିବା ଦ୍ୱାରା ଏହା ଅଧିକରୁ ଅଧିକ ତାପ ଶୋଷଣ କରି ବରଫ ତରଳିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ।
ଫେବୃୟାରୀ ୭ ତାରିଖ ମଧ୍ୟାହ୍ନ ପାଖାପାଖି ସମୟରେ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ହିମାଳୟରୁ ପ୍ରବାହିତ କିଛି ନଦୀ ଯଥା- ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦାର ଜଳସ୍ତର ଅଚାନକ ବଢ଼ିବାକୁ ଲାଗିଲା ଏବଂ ଘଟଣାକ୍ରମେ ନଦୀଜଳ କୂଳ ଲଂଘି ଭୀଷଣ ବେଗରେ ବରଫ, ପାଣି ଓ କାଦୁଅର ଭୟଙ୍କର ବନ୍ୟା ରୂପରେ ଗାଁ ଗଣ୍ଡା ମଧ୍ୟକୁ ମାଡି ଆସିଲା। ଏହି ବନ୍ୟାରେ ୭୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ। ଅଧିକାଂଶ ଘରଦ୍ୱାର, ପୋଲ ଓ ରାସ୍ତାଘାଟ ନଷ୍ଟ ହୋଇ ଯାଇଥିଲାବେଳେ ଯେଉଁ କେତେକ ଅଳ୍ପକେ ବର୍ତ୍ତି ଯାଇଥିଲେ, ସେସବୁ ୨୦ ଫୁଟ ଗଭୀର କାଦୁଅରେ ପୋତି ହୋଇ ପଡିଥିଲେ। ଏହି ଭୟଙ୍କର ବନ୍ୟାରେ ୧୭୦ ଜଣ ନିଖୋଜ ହୋଇଥିଲେ।
ଏହି ବନ୍ୟାରେ ନିର୍ମାଣାଧୀନ ରୁଷିଗଙ୍ଗା ଜଳବିଦ୍ୟୁତ ଶକ୍ତିକେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲାବେଳେ ଅନତି ଦୂରସ୍ଥ ତପୋବନ ଶକ୍ତିକେନ୍ଦ୍ର ମଧ୍ୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା ।
ଏ ଅଚାନକ ଦୁର୍ବିପାକର କାରଣ ଏବେ ବି ରହସ୍ୟାବୃତ ଥିଲାବେଳେ ବୈଜ୍ଞାନିକମାନେ ଏଥିପାଇଁ ମୁଖ୍ୟତଃ ୩ଟି କାରଣ ଯଥା ଭୂସ୍ଖଳନ, ବରଫ ସ୍ଖଳନ କିମ୍ବା ହିମ ହ୍ରଦ ପ୍ଳାବନ ବନ୍ୟା ଭଳି କିଛି ପ୍ରାକୃତିକ ଘଟଣାକୁ ଦାୟୀ କରୁଛନ୍ତି । ଉପରୋକ୍ତ କୌଣସି କାରଣରୁ ହିମବାହରୁ ବିଗଳିତ ବରଫ ସ୍ରୋତର ମୁଖ୍ୟପ୍ରବାହର ଗତିପଥର ଅବରୋଧ ଯୋଗୁ ସୃଷ୍ଟ ଏକ ଅସ୍ଥାୟୀ ହ୍ରଦ ଅକସ୍ମାତ୍‌ ଭାଙ୍ଗି ଯିବା ଦ୍ୱାରା ଏପରି ଅଚାନକ ବନ୍ୟା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ଅଞ୍ଚଳରେ ଅବସ୍ଥିତ ଏପରି ୪୮୬ଟି ଅସ୍ଥାୟୀ ହିମ ହ୍ରଦ ମଧ୍ୟରୁ ୧୮ଟିକୁ ବିପଦସଙ୍କୁଳ ବୋଲି ଚିହ୍ନଟ କରିଛି।
ସମ୍ଭାବ୍ୟ କାରଣ : ୱାଡିଆ ହିମାଳୟ ଭୂତାତ୍ତ୍ୱିକ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ମତରେ ଗତ ଫ଼େବୃୟାରୀ ୭ ତାରିଖ ଭୋରରୁ ଗଡୱାଲ ହିମାଳୟର ନନ୍ଦାଦେବୀ ହିମବାହର ରଣ୍ଠି ନିକଟରୁ ଏକ ବିଶାଳ ବରଫଖଣ୍ଡ ଖସିବା ଫଳରେ ଏହି ଘଟଣାର ସୂତ୍ରପାତ ହୋଇଥିଲା ।

ସୂଚନାଯୋଗ୍ୟ, ଏଠାକାର ହିମବାହ ସବୁରୁ ହିଁ ଗଙ୍ଗା ନଦୀର ଉପନଦୀ ସମୂହ ଯଥା- ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦା ନଦୀର ଜଳ ଯୋଗାଣ ହୋଇଥାଏ I ଏହି ପ୍ରତିଷ୍ଠାନର ଦୁଇ ଦଳ ବୈଜ୍ଞାନିକ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଘଟଣାସ୍ଥଳ ପରିଦର୍ଶନ କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସେମାନଙ୍କ ମତ ଅନୁସାରେ, ସମ୍ଭବତଃ ଭୂସ୍ଖଳନ ଯୋଗୁଁ ସମୁଦ୍ରପତ୍ତନଠାରୁ ୫୬୦୦ ମିଟର ଉଚ୍ଚରେ ଅବସ୍ଥିତ ଗୋଟିଏ ଝୁଲନ୍ତା ହିମବାହରୁ ଏକ ବିଶାଳ ବରଫଖଣ୍ଡ ବିଚ୍ଛିନ୍ନ ହୋଇ ପର୍ବତର ତିଖ ଢାଲୁ ଦେଇ ତଳ ଉପତ୍ୟକାକୁ ଦ୍ରୁତ ବେଗରେ ଖସିବାକୁ ଆରମ୍ଭ କରିଥିଲା। ଏହାର ଗତିପଥରେ ଅନେକ ବରଫଖଣ୍ଡ ଓ ମାଟିଗୋଡି ସଂଗ୍ରହ କରି କଳେବରରେ ବୃଦ୍ଧି ପାଇ ପ୍ରାୟ ୩ କି.ମି. ଓସାରରେ ପହଞ୍ଚତ୍ଥିଲା, ଯାହା ଉପଗ୍ରହ ଚିତ୍ରରୁ ଏକ ଧୂଳିର ପିଣ୍ଡ ରୂପେ ସୂଚନା ମିଳୁଛି । ଏହା ୨୦୦୦ ମିଟର ତଳକୁ ଖସିଆସି ରୁଷିଗଙ୍ଗା ନଦୀର ଏକ ଉତ୍ସ ରଣ୍ଠିନଳା ହିମବାହରେ ପଡି ଏହାର ପ୍ରବାହକୁ ସାମୟିକ ଅବରୋଧ କରିବାରୁ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଘଟଣାକ୍ରମେ ଏହି ହ୍ରଦର ପାର୍ଶ୍ୱସ୍ଥ ବନ୍ଧରେ ଫାଟ ସୃଷ୍ଟି ହୋଇ ଭୁଶୁଡି ପଡିବାରୁ ସଞ୍ଚତ୍ତ ଜଳରାଶି ହଠାତ୍‌ ନିର୍ଗତ ହୋଇ ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦା ନଦୀରେ ପ୍ରବାହିତ ହେବାରୁ ଅଚାନକ ବନ୍ୟା ବିତ୍ପାତ ଘଟିଥିଲା । ଆହୁରି ମଧ୍ୟ ନିମ୍ନଗାମୀ ବିଶାଳ ବରଫଖଣ୍ଡର ଦ୍ରୁତ ଗତି ଯୋଗୁଁ ପାହାଡପୃଷ୍ଠ ସହିତ ଘର୍ଷଣ ଦ୍ୱାରା ଉତ୍ପନ୍ନ ପ୍ରଚଣ୍ଡ ତାପରେ ବରଫ ତରଳିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ବିପୁଳ ଜଳରାଶି ନିର୍ଗତ ହୋଇଥିଲା, ଯାହା ନଦୀକୁ ପ୍ରବାହିତ ହୋଇ ନଦୀର ଜଳସ୍ତର ଅଚାନକ ବୃଦ୍ଧି କରିବାରେ ସହାୟକ ହୋଇଥିଲା।
ଭୂସ୍ଖଳନ କ’ଣ : କୌଣସି କାରଣରୁ ପାହାଡର ତିଖ ପାର୍ଶ୍ୱ ଦେଇ ପଥର, ମାଟି କିମ୍ବା ଆବର୍ଜନାର ବିଶାଳକାୟ ପିଣ୍ଡ ତଳକୁ ଖସି ଗତି କରିବାକୁ ଆରମ୍ଭ କଲେ ଏହାକୁ ଭୂସ୍ଖଳନ କହନ୍ତି । ବୃଷ୍ଟିପାତ, ଭୂମିକମ୍ପ, ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ଭଳି କିଛି ପ୍ରାକୃତିକ କାରଣରୁ ପାହାଡର ଢାଲୁରେ ଅବସ୍ଥିତ ଚଟାଣ ଦୁର୍ବଳ ହୋଇଗଲେ ଭୂସ୍ଖଳନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥାଏ। ଗାଡିମୋଟର ତଥା କଳକାରଖାନା ସବୁରୁ ନିର୍ଗତ ସବୁଜଘର ବାଷ୍ପ କାରଣରୁ ପୃଥିବୀର ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଏହି ବିଶ୍ୱତାପନ ପ୍ରଭାବ ପ୍ରତି ସବୁଠାରୁ ବେଶି ସମ୍ବେଦନଶୀଳ ହେଉଛନ୍ତି ପୃଥିବୀର ହିମବାହସବୁ। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ବରଫ ତରଳିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଭୂସ୍ଖଳନ ଏବଂ ବରଫସ୍ଖଳନ ପ୍ରକ୍ରିୟା ଦ୍ରୁତତର ହେବାରୁ ହିମବାହ ସବୁରୁ ଉଦ୍‌ଗମ ନଦୀରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଦୁର୍ଭାଗ୍ୟର କଥା, ହିମାଳୟର ହିମବାହ ସବୁକୁ ଏପର୍ଯ୍ୟନ୍ତ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭଲ ରୂପେ ଅଧ୍ୟୟନ କରାଯାଇନାହିଁ ଏବଂ ଆହୁରି ମଧ୍ୟ ଏ ଅଞ୍ଚଳରେ ବନ୍ଧବାଡ ଭଳି ମନୁଷ୍ୟକୃତ ବିଭିନ୍ନ ନିର୍ମାଣ ଦ୍ୱାରା ନଦୀର ସ୍ବତଃ ପ୍ରବାହଧାରା ବାଧାପ୍ରାପ୍ତ ହୋଇ ବନ୍ୟା ପରିସ୍ଥିତି ଉତ୍କଟତର ହେଉଛି। ବିଗତ ଉତ୍ତରାଖଣ୍ଡର ବନ୍ୟା ବିତ୍ପାତ ମନୁଷ୍ୟର ଏହି ଏକଚାଟିଆ କାର୍ଯ୍ୟକଳାପ ବିରୋଧରେ ପ୍ରକୃତିର ଏକ ପ୍ରତିକ୍ରିୟା ମାତ୍ର । ସୁତରାଂ ଆଗାମୀ ଦିନରେ, ପ୍ରକୃତିର ଏହି ତାଣ୍ଡବକୁ ଏଡାଇବାକୁ ହେଲେ, ହିମାଳୟର ହିମବାହସବୁକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭଲକରି ଅଧ୍ୟୟନ ପୂର୍ବକ ଆମକୁ ପ୍ରକୃତିପ୍ରିୟ କାର୍ଯ୍ୟକଳାପ ଆପଣେଇ ନେବା ସହିତ ବିପଦସଙ୍କୁଳ ହିମହ୍ରଦ ସମ୍ପର୍କରେ ଆଗୁଆ ସୂଚନା ଜାରି କରାଯିବା ଆବଶ୍ୟକ ଏହାଦ୍ୱାରା ବ୍ୟାପକ ଧନଜୀବନ କ୍ଷୟକ୍ଷତିକୁ ରୋକାଯାଇ ପାରିବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?