ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଶୁକ୍ରବାର ଦିତୀୟ ଦିନ ମଧ୍ୟ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି କଫିବଗିଚା, କଲେଜ ପଡିଆ, ପେଟ୍ରୋଲଟାଙ୍କି ସାହି, ବଡ଼ିପଦର, ଶ୍ରୀପଙ୍କା, ସମେତ ସିମନବାଡି, ଶ୍ରାନିକେତା, କିରିକୁଟି, ତିଲୋରୀ, ବାଡାବାଙ୍ଗା, ଦାସିଙ୍ଗବାଡି, ସୋନପୁର, ସିଆଙ୍ଗବାଲି, ଭ୍ରମରବାଡ଼ି ପଞ୍ଚାୟତ ଆଦି ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଛି । ଏବେ ଶୀତ ଯେମିତି ଦାଉ ସାଧୁଛି । ଦାରିଙ୍ଗବାଡି ଅଞ୍ଚଳରେ ଦିନକୁ ଦିନ ଶୀତର ଲହରୀ ଅଞ୍ଚଳବାସୀଙ୍କ ପାଇଁ ଅସହ୍ୟ, ଅସମ୍ଭାଳ ହେବାରେ ଲାଗିଛି । ଦିନ ଓ ରାତି ଶୀତ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ନଇଁ ଆସିବା ପରଠାରୁ ପରଦିନ ସକାଳ ୧୦ ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରିପକାଉଛି। ଶ୍ରମିକ ହୁଅନ୍ତୁ କି ସରକାରୀ ଓ ବେସରକାରୀ କର୍ମଚାରୀ ସଠିକ୍‌ ସମୟରେ ନିଜ କାମଧନ୍ଦା ପାଇଁ ଯିବା ମୁସ୍କିଲ ହୋଇପଡିଛି । ଏବେ ଖରା ଓ ନିଆଁ ଆଗ ଅପେକ୍ଷା ଅଧିକା ଜରୁରୀ ହୋଇପଡିଛି। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକ ଘରୁ ବାହାରୁନଥିବା ବେଳେ ସନ୍ଧ୍ୟା ହେବାକ୍ଷଣି ରାସ୍ତାଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି । ଖାଁ ଖାଁ ହୋଇଯାଉଛି ଗାଁ ଦାଣ୍ଡ । ଯଦି ଆଭ୍ୟନ୍ତରୀଣ ଅଞ୍ଚଳ କଥା ଦେଖାଯିବ ସେଠି ଗୋଟିଏ ଦୃଶ୍ୟ ସବୁଠି ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି । ବୃଦ୍ଧାବୃଦ୍ଧଙ୍କ ଅବସ୍ଥା ଅତି ଶୋଚନୀୟ । ସେମାନଙ୍କ ପାଇଁ ଶୀତକୁ ସମ୍ଭାଳିବା ବହୁତ କଷ୍ଟ ହୋଇପଡିଛି । ତେବେ ପର୍ଯ୍ୟଟକ ଶୀତର ମଜା ନେବାକୁ ଦୈନିକ ହଜାର ସଂଖ୍ୟାରେ ଦାରିଙ୍ଗବାଡିରେ ଭିଡ଼ ଜାମଉଛନ୍ତି । ଆଗକୁ ରବିବାର ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଡଜ ଗୁଡିକ ଆଗୁଆ ବୁକିଂ ସରିଗଲାଣି ବୋଲି ହୋଟେଲ ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁ କହିଛନ୍ତି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri