Posted inଫୁରସତ

ସାପଙ୍କ ବନ୍ଧୁ ସ୍ନେହାଶ୍ରୀ

ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍‌ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ସର୍ବଦା ତତ୍ପର। ଯେଉଁଥିପାଇଁ ଜଣେ ପ୍ରାଣୀ ସୁରକ୍ଷାକାରୀ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତା। ସେ ହେଉଛନ୍ତି ମୟୂରଭଞ୍ଜ ଜିଲାରେ ରହୁଥିବା ସ୍ନେହାଶ୍ରୀ ସୋରେନ୍‌। ବର୍ତ୍ତମାନ ସୁଦ୍ଧା ସେ ବହୁ ସଂଖ୍ୟାରେ ସାପ ଧରିଥିବାବେଳେ କେବଳ ୨୦୧୧ ମସିହାରୁ ପ୍ରାୟ ୧ହଜାର ସାପ ଧରି ସାରିଛନ୍ତି। ସ୍ଥାନୀୟ ଅଞ୍ଚଳରେ କାହା ଘରେ ସାପ ବାହାରିଲେ ତାଙ୍କୁ ଖୋଜାପଡ଼େ। ଆଉ ସେଠାରେ ପହଞ୍ଚତ୍ ସାପକୁ ଅତି ସହଜରେ କାବୁ କରି ସେ ଜଙ୍ଗଲରେ ଛାଡ଼ିଥା’ନ୍ତି। ବର୍ତ୍ତମାନ ସେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ସ୍କୁଲ ସମୟରେ ପିଲାଙ୍କୁ ପଢ଼ାଇ ସାରିବା ପରେ ଅନ୍ୟ ସମୟରେ ସମାଜସେବା କରନ୍ତି। ଆବଶ୍ୟକ ସମୟରେ ନିଜ ସାଧ୍ୟମତେ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି। ସାପକୁ ଦେଖିଲେ ସାଧାରଣତଃ ସଭିଏଁ ଭୟ କରୁଥିଲା ବେଳେ ସେମାନେ ମୋ ବନ୍ଧୁ ବୋଲି କୁହନ୍ତି ସ୍ନେହାଶ୍ରୀ। ସାପ ଦେଖିବାମାତ୍ରେ ଭୟଭୀତ ହୋଇ ତା’କୁ ନ ମାରି ସୁସ୍ଥ ଅବସ୍ଥାରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେବାକୁ ସେ ସଭିଙ୍କୁ ପରାମର୍ଶ ଦିଅନ୍ତି। ଗୁରୁ ଦେବଜିତ୍‌ ରାଉତରାୟଙ୍କଠାରୁ ସେ ସାପ ଧରିବା ତାଲିମ ନେଇଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ପ୍ରାୟ ହଜାର ହଜାର ବିଭିନ୍ନ ପ୍ରଜାତିର ସାପ ଧରି ଜଙ୍ଗଲରେ ଛାଡ଼ିଛନ୍ତି। ତେବେ ସେ ଜଣେ ଯୁବତୀ ହୋଇ ଏଭଳି ବିପଦପୂର୍ଣ୍ଣ କାମ କରି ମାଲକାନଗରି ଜିଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ ସ୍ଥାନରେ ପ୍ରଶଂସିତ ହୋଇପାରିଛନ୍ତି।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri