ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସୁଛନ୍ତି। ଏହି ସମୟରେ ଲୋକଙ୍କୁ ଦଂଶନ କରୁଛନ୍ତି। ଫଳରେ ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ୩ ଦିନ ପୁର୍ବେ ତାରସିଂ ଥାନା ଅନ୍ତର୍ଗତ ଗଜପଦର୍‌ ଗ୍ରାମର ସୁଦାମ ନାୟକଙ୍କୁ ସର୍ପ ଦଂଶନ କରିବାରୁ ସେ ମୃତ୍ୟୁବରଣ କରିଛନ୍ତି। କିଛିଦିନ ପୂର୍ବେ ବେନାକୁନ୍ଦା ବିଦ୍ୟାଳୟ ପରିସରରେ ଏକ ବିଷଧର ସାପକୁ ଧରାଯାଇଛି। ଏହି ସମୟରେ ବିଦ୍ୟାଳୟ ବନ୍ଦ ଥିଲା। ମଙ୍ଗଳବାର ରାତିରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟରେ ଦୁଇଟି ବିଷଧର ସାପ ପଶିଯାଇଥିଲା। ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ ଘଟଣା ସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ି ଦେଇଥିଲେ।

ସେହିପରି ବୁଧବାର ଅପରାହ୍ନରେ ଭଞ୍ଜନଗର ସହରତଳିରେ ରହୁଥିବା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁଙ୍କ ଘରେ ଏକ ବିରାଟ ନାଗ ସାପ ପଶିଯାଇଥିଲା। ଏହାପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଛନ୍ତି। ବର୍ଷା ପାଇଁ ସାପ ଆତଙ୍କ ବଢ଼ୁଛି। ତେଣୁ ଲୋକେ ନିଜ ଘର ଚତୁଃପାର୍ଶ୍ୱକୁ ସଫାସୁତରା ରଖିବା ପାଇଁ ପରାମର୍ଶ ଦିଆଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ରାହୁଲଙ୍କ ଅଭିଯୋଗକୁ ନେଇ ସରକାରଙ୍କ କଡ଼ା ଜବାବ, ଗୁଳି ନୁହେଁ କେବଳ….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

କୌଣସି ପ୍ରମାଣ ନାହିଁ… ୧୧ ବର୍ଷ ପୁରୁଣା ମାମଲାରେ ମନମୋହନ ସିଂଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୨୯ା୭: କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri