ଉଇହୁଙ୍କାରେ ସାପ

ଭାରତୀୟ ସଂସ୍କୃତି ଓ ଧର୍ମୀୟ ପରମ୍ପରାରେ ଅତି ପବିତ୍ର ଛବି ସବୁ ରହିଛି। ସେଗୁଡ଼ିକ ମଧ୍ୟରୁ ଉଇହୁଙ୍କାରୁ ସାପ ବାହାରୁଥିବା ଛବି ସବୁଠୁ ପବିତ୍ର ବୋଲି କୁହାଯାଏ। ଏହାକୁ ଦିବ୍ୟତାର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଉଇମାନେ ଦିନରାତି ଲାଗିପଡ଼ିି ହୁଙ୍କା ତିଆରି କରିଥାନ୍ତି। ଏଗୁଡ଼ିକର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ପ୍ରାକୃତିକ ମନେହୁଏ। ଏହାକୁ ସେମାନେ ଏଭଳି ନିର୍ମାଣ କରିଥାନ୍ତି ଯେ, ତା’ ମଧ୍ୟରେ ବାୟୁ ଚଳାଚଳ ଉତ୍ତମ ରହେ। ଏହା ମଧ୍ୟ ଉଇଙ୍କୁ ବନ୍ୟା ଓ ଶତ୍ରୁ ଦାଉରୁ ସୁରକ୍ଷା ଦିଏ । ତେବେ ଏତେ ସବୁ ଭଲ ବ୍ୟବସ୍ଥା କରି ମଧ୍ୟ ସବୁଦିନ ପାଇଁ ଉଇମାନେ ହୁଙ୍କାରେ ରହି ନ ଥାନ୍ତି। କୌଣସି ସମୟରେ ସେମାନଙ୍କ ଦ୍ୱାରା ନିର୍ମିତ ସେହି ବିଶାଳ ମାଟିସ୍ତୂପକୁ ଛାଡ଼ିଚାଲିଯାଆନ୍ତି। ପରେ ସାପମାନେ ତାହାକୁ ଦଖଲ କରିନିଅନ୍ତି ଓ ସେମାନେ ହୁଙ୍କାରେ ରହି ବାହ୍ୟ ଉତ୍ତାପରୁ ରକ୍ଷା ପାଇବା ସହ ସମ୍ଭାବ୍ୟ ଶତ୍ରୁଙ୍କ ନଜରରୁ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥାଆନ୍ତି।
ଭାରତର ପୌରାଣିକ ଲୋକ କଥାରେ ସାପଟିଏ (ମୁଖ୍ୟତଃ ନାଗସାପ) ରହୁଥିବା ଉଇ ହୁଙ୍କାଗୁଡ଼ିକୁ ଆମ ଧର୍ମୀୟ ପରମ୍ପରାରେ ଏକ ଶ୍ରଦ୍ଧା ତଥା ଭକ୍ତି ଓ ଆଦରର ବିଷୟ ଭାବେ ଗ୍ରହଣ କରାଯାଇଥାଏ। ଏହି ହୁଙ୍କାଗୁଡ଼ିକୁ ବିଭିନ୍ନ ପ୍ରକାରେ ପୂଜା କରାଯାଏ। ସନ୍ତାନ ଆଶା କରୁଥିବା ମହିଳା ଏବଂ ଉତ୍ତମ ଫସଲ ଚାହଁୁଥିବା ଚାଷୀମାନେ ସାପ ରହୁଥିବା ହୁଙ୍କାରେ ଚନ୍ଦନ ଏବଂ ସିନ୍ଦୂର ଲଗାଇ ମନାସିଥାନ୍ତି। କେବଳ ଏତିକି ନୁହେଁ, ହୁଙ୍କା ଭିତରେ ଥିବା ସାପକୁ ଖାଦ୍ୟ ଆକାରରେ କ୍ଷୀର ଦେଇଥାନ୍ତି। ଏଭଳି ସବୁ ହୁଙ୍କାକୁ ନେଇ ଆମ ପରମ୍ପରାରେ ଦେଖିବାକୁ ମିଳେ ଅନ୍ୟ ଏକ କାହାଣୀ। ଏଗୁଡ଼ିକ ନିକଟରେ ଦେବୀ ସନ୍ତାନ ରୂପରେ ଆବିର୍ଭାବ ହୋଇଥାଆନ୍ତି ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଏଣୁ ଏଭଳି ହୁଙ୍କା ଯେଉଁ ସବୁ ରାଜ୍ୟରେ ଥାଏ ସେଗୁଡ଼ିକୁ ସେଠାକାର ରାଜାମାନେ ଭକ୍ତି କରନ୍ତି ଓ ତାହାର ଯନତ୍ ନେବା ସହ ତାହାକୁ ବଢ଼ିବାକୁ ଦେଇଥାନ୍ତି।
ଉଇହୁଙ୍କା ଓ ସାପକୁ ନେଇ ପୁରାଣରେ ଆହୁରି ଭିନ୍ନ କଥା ରହିଛି। ହୁଙ୍କାକୁ ଭୋଗବତୀ ଅର୍ଥାତ୍‌ ପାତାଳରେ ସାପମାନଙ୍କ ରାଜ୍ୟ ବା ନାଗଲୋକରେ ନାଗମାନଙ୍କ ରାଜଧାନୀକୁ ଏକ ବାଟ ବୋଲି ବିବେଚନା କରାଯାଏ। କୁହାଯାଏ, ଭୋଗବତୀରେ ସାପମାନେ ମସ୍ତକରେ ମଣି ଧାରଣ କରି ରହନ୍ତି। ଏହି ମଣିର ଶକ୍ତି ଅମାପ । ରୋଗ ଉପଶମ କରିବାରେ ଏହାର ରହିଛି ଅପାର ସାମର୍ଥ୍ୟ । ଯେଉଁମାନେ ମଣି ଧାରଣ କରନ୍ତି ସେମାନଙ୍କ ଭାଗ୍ୟ ବଦଳିଯାଏ ଓ ସମୃଦ୍ଧି ଆସେ। ଅନେକ ପୁରାଣରେ ବି ଉକ୍ତ ମଣି ବିଷୟରେ ବର୍ଣ୍ଣନା କରାଯାଇଛି। ପାତାଳରେ ରହୁଥିବା ସାପମାନଙ୍କ ରାଜା ହେଉଛନ୍ତି ବସୁକୀ। ତାଙ୍କ ଭଉଣୀଙ୍କ ନାମ ମନସାଦେବୀ। ମନସାଦେବୀଙ୍କର ବି ଅମୋଘ ଶକ୍ତି ରହିଛି। କୌଣସି ଲୋକକୁ ସର୍ପ ଦଶନ କଲେ ତାଙ୍କ ଶରୀରରେ ବିଷ ଖେଳିଯାଏ। କୁହାଯାଏ, ବିଷ ଜର୍ଜରିତ ଏଭଳି ବ୍ୟକ୍ତିଙ୍କୁ ବିଷମୁକ୍ତ କରି ଆରୋଗ୍ୟ କରିଥାନ୍ତି ମନସାଦେବୀ। ତେବେ ସାପ ଓ ହୁଙ୍କାର ବିଶ୍ୱାସକୁ ନେଇ ପୁରାଣ ଏତିକିରେ ଅଟକି ନାହିଁ। ପାତାଳ ଓ ନାଗଲୋକରେ ରହୁଥିବା ସାପ ଓ ଗରୁଡ଼ ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରିଛି ପୁରାଣ। ନାଗଲୋକବାସୀ ସାପମାନଙ୍କ ସହ ଆକାଶରେ ଉଡ଼ିବୁଲୁଥିବା ଗରୁଡ଼ଙ୍କ ସହ ସବୁବେଳେ ଯୁଦ୍ଧ ଲାଗିଥାଏ ବୋଲି କୁହାଯାଇଛି। ଏହା ବ୍ୟତୀତ ମଣିଷ ଓ ସାପମାନଙ୍କ ସମ୍ପର୍କ ସମ୍ବନ୍ଧରେ ରାମାୟଣରେ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ, ରାବଣର ପୁତ୍ର ଇନ୍ଦ୍ରଜିତ ସର୍ପ(ନାଗ)କନ୍ୟାକୁ ବିବାହ କରିଥିଲେ। ଏଥିପାଇଁ ତାଙ୍କର ସର୍ପାସ୍ତ୍ର ପ୍ରୟୋଗ କରିବାର କ୍ଷମତା ରହିଥିଲା। ମହାଭାରତରେ ଉଭୟ ଅର୍ଜୁନ ଓ ଭୀମ ମଧ୍ୟ ନାଗକନ୍ୟାଙ୍କୁ ବିବାହ କରିଥିଲେ। ଏଣୁ ସେମାନଙ୍କ ସନ୍ତାନମାନେ ସବୁଠୁ ବୀର ଥିଲେ ବୋଲି କୁହାଯାଏ।
ଉଇହୁଙ୍କାରେ ସାପ ରହିବାକୁ ନେଇ ଆମ ମଧ୍ୟରେ ଯେଉଁସବୁ ଭକ୍ତି ଓ ଶ୍ରଦ୍ଧାର ଭାବ ରହିଛି ତାହା ବାଦ୍‌ ହୁଙ୍କାଗୁଡ଼ିକର ଗଠନକୁ ନେଇ ଆହୁରି ରୋଚକ ତଥା ବିସ୍ମୟକର କାହାଣୀ ଶୁଣିବାକୁ ମିଳେ । କିମ୍ବଦନ୍ତୀରୁ ଜଣାଯାଏ ଯେ, ଜଣେ ସନ୍ଥ ଈଶ୍ୱର ପ୍ରାପ୍ତି ମାର୍ଗରେ ଆଗଉଥିବା ସମୟରେ ବିଭିନ୍ନ ସ୍ତର ଦେଇ ଗଭୀର ଧ୍ୟାନରେ ପ୍ରବେଶ କରିଥାନ୍ତି। ଧ୍ୟାନ ସମୟରେ ତାଙ୍କର ଦେହଜ୍ଞାନ ରହି ନ ଥାଏ। ଦୀର୍ଘଦିନ ଏହି ଅବସ୍ଥାରେ ରହିବା ଫଳରେ ତାଙ୍କ ଶରୀର ଚାରିପାଖରେ ଉଇହୁଙ୍କା ଗଢିଉଠେ ବୋଲି ବିଶ୍ୱାସ ରହିଛି। ସନ୍ଥମାନେ ଧ୍ୟାନ ମୁଦ୍ରାରେ ଥିବା ଯୋଗୁ ହୁଙ୍କା ମଧ୍ୟରେ ଉଇ କାମୁଡ଼ା ସହିବାର ଶକ୍ତି ଥାଏ ଓ ଏଭଳି ସ୍ଥିତିରେ ସେମାନେ ସର୍ବଦା ଅବିଚଳିତ ରହିଥାଆନ୍ତି। ଏଥିପାଇଁ ଉଇହୁଙ୍କାକୁ ଆଧ୍ୟାମତ୍ିକ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ। ଏ କଥା ମଧ୍ୟ କୁହାଯାଇଛି ଯେ,ହୁଙ୍କାରେ ଥିବା ସାପମାନେ ଏହା ମଧ୍ୟସ୍ଥ ଧ୍ୟାନସ୍ଥ ସନ୍ଥଙ୍କ ଶରୀରରେ ବାସ କରନ୍ତି ଓ ବର୍ଷା ଦାଉରୁ ସେମାନଙ୍କୁ ରକ୍ଷା କରିଥାନ୍ତି। ମନ୍ଦିର ପରମ୍ପରା ବା ବିଶ୍ୱାସରେ ମଧ୍ୟ ଭିନ୍ନ ଭାବେ ହୁଙ୍କାର ସ୍ଥାନ ରହିଛି। କୁହାଯାଏ ଯେ, ଗାଈମାନେ ହୁଙ୍କା ଉପରେ ସେମାନଙ୍କ କ୍ଷୀର ସ୍ରାବ କରିଥାନ୍ତି। ଅନେକ ସମୟରେ ଗାଈଗୋଠ ଜଗୁଆଳି ଜଣକ ସେହି ଉଇହୁଙ୍କା ଭାଙ୍ଗି ଦିଅନ୍ତି ଓ ସେଥିରେ ଶିବ କିମ୍ବା ବିଷ୍ଣଙ୍କୁ ମୂର୍ତ୍ତି ଦେଖିବାକୁ ପାଇଥାଆନ୍ତି। ଏହି ମୂର୍ତ୍ତିକୁ ଆଧାରକରି ସେଠାରେ ଏକ ମନ୍ଦିର ଗଢିଉଠେ। ମୁରୁଗାଁ (ତାମିଲନାଡୁରେ ଶିବ ଓ ପୃଥିବୀଙ୍କ ପୁତ୍ର ଭାବେ ପୂଜିତ ଦେବତା)ଙ୍କୁ ଉଇହୁଙ୍କା ସୁରକ୍ଷା ଦେଇଥିବା ଅବଧାରଣା ଲୋକକଥାରେ ବେଶ୍‌ ଲୋକପ୍ରିୟ।
ପିମ୍ପୁଡ଼ି ଓ ଉଇ ଦେଖିବାକୁ ଛୋଟ ହେଲେ ମଧ୍ୟ ସେମାନେ ଆମ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି କରିଥାନ୍ତି। ଆମ ରୋଷେଇଘରେ ପିମ୍ପୁଡ଼ିମାନେ ପଶି ଯାହା ପାଆନ୍ତି ଖାଇ ନଷ୍ଟ କରିପାରନ୍ତି। ଅନ୍ୟ ପକ୍ଷରେ ଘର ନିଅଁଠାରୁ ଆରମ୍ଭ କରି ଘରର ସବୁ ଖାଇ ନଷ୍ଟ କରିପାରିବାର ଶକ୍ତି ଉଇମାନଙ୍କର ରହିଛି। ସେମାନେ କିଭଳି ବିଷ୍ଣୁଙ୍କ ଧନୁର୍ଗୁଣ ଏବଂ ମହିରାବଣଙ୍କ ସିଂହାସନକୁ ଖାଇ ନଷ୍ଟ କରିଦେଇଛନ୍ତି ସେ ସମ୍ପର୍କରେ କାହାଣୀ ଶୁଣିବାକୁ ମିଳେ। ଉଭୟ ପିମ୍ପୁଡ଼ି ଓ ଉଇ ଦେବୀଙ୍କ କ୍ରୋଧର କାରଣ ପାଲଟିଥିବା ମଧ୍ୟ ଦେଖାଯାଇଛି। ତେବେ ଏସବୁ ବ୍ୟତୀତ ସେମାନଙ୍କର ଶୃଙ୍ଖଳିତ, ସାଂଗଠନିକ, ସହଯୋଗୀ ମନୋଭାବ ଏବଂ ଅନବରତ କାର୍ଯ୍ୟକରିବାର କ୍ଷମତାକୁ ଆମେ ପ୍ରଶଂସା କରୁ। ଅନେକ ମହିଳା ସେମାନଙ୍କୁ ଖାଇବାକୁ ଦେବା ଉଦ୍ଦେଶ୍ୟରେ ଘର ପ୍ରବେଶ ପଥରେ ଚାଉଳ ଚୂନାର ମୁରୁଜ କରିବା ସହ ଚାଉଳ ଚୂନାରୁ ପ୍ରସ୍ତୁତ ରଙ୍ଗରେ କାନ୍ଥରେ ଛବି ଆଙ୍କିଥାନ୍ତି। ସାପମାନଙ୍କର ଅପୂର୍ବ ଶକ୍ତି ସମ୍ପର୍କରେ କହାଣୀ ରହିଛି ପୁରାଣରେ। କାତି ଛଡ଼ାଇ ପୁଣି ସୃଷ୍ଟିକରିବାରେ ସେମାନଙ୍କର ବିଚିତ୍ର କ୍ଷମତା ରହିଥିବାରୁ ସେମାନେ ସଞ୍ଜୀବନୀ ବିଦ୍ୟା, ପୁନର୍ଜନ୍ମ ଏବଂ ଅମରତ୍ୱ ସହ ଜଡ଼ିତ ରହିଥିଲେ ବୋଲି ଆମେ ବିଶ୍ୱାସ କରୁ। ଏସବୁ ବେଦିକ୍‌ ପରମ୍ପରା ନୁହେଁ,କିନ୍ତୁ ହିନ୍ଦୁ ପରମ୍ପରା ଓ ଧର୍ମାୟ ବିଶ୍ୱାସର ବିଶାଳ ଧାରା ମଧ୍ୟରେ ଆସୁଛି। ସେଥିପାଇଁ ଉଇହୁଙ୍କା, ସାପ ଉପରେ ଆମର ବିଶ୍ୱାସ ବଳବତ୍ତର ରହିଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?