ଗଁା ମୁହଁା ସାପ,କୁମ୍ଭୀର

କେନ୍ଦ୍ରାପଡ଼ା, ୬ା୮(ଜଗନ୍ନାଥ ଧଳ)ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ବନ୍ୟା ଆସିଥିବା ବେଳେ ଏବେ ଜଳସ୍ତର କମିଛି ା ଏହାସତ୍ତ୍ୱେ ଜିଲାର ୫୬ ଗ୍ରାମ ପାଣି ଘେରରେ ଅଛି ା ଲଗାଣ ବର୍ଷା ଓ ବନ୍ୟା ଜଳ ଜିଲାର ତଳ ଅଞ୍ଚଳରେ ଜମି ରହିଛି ା ଏହି ସମୟରେ ଗ୍ରାମକୁ ସରିସୃପ ପଶି ଆସିବା ଏକ ଆତଙ୍କରେ ପରିଣତ ହୋଇଛି ା ଏଥିସହିତ ଗୋବରୀ, ବିରୂପା, ପାଇକା, ବ୍ରାହ୍ମଣୀ, କଣ୍ଠିଆ ନାଳ ଓ ଚିତ୍ରୋପତ୍ଳା ନଦୀର ୭ଟି ସ୍ଥାନରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖଥିବା ଆଲୋଚନା ଚାଲିଛି ା ଜଳ ବନ୍ଦୀ ଘେରରେ ଥିବା ଗ୍ରାମଗୁଡିକରେ ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳୁଛି ା ବର୍ଷା ଓ ବନ୍ୟା ଜଳରେ ନଷ୍ଟ ହୋଇଥିବା କଚ୍ଚା ଘରେ ଏହି ପ୍ରଜାତିଙ୍କୁ ଦେଖିବାକୁ ମିଳୁଥିବା ବେଳେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛି ା ରାଜକନିକା ବ୍ଲକ ଗୋପିନାଥପୁର ଗ୍ରାମରେ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଗତ ଗୁରୁବାର ରାତିରେ ସର୍ପାଘାତ ହୋଇଛି ା ଏହି ଗ୍ରାମର ଅନ୍ୟ ଜଣେ ମଧ୍ୟ ସୋମବାର ରାତିରେ ସର୍ପାଘାତରେ ଗୁରୁତର ହୋଇଛନ୍ତି। ସେହିପରି ବନ୍ୟା ଘେରରେ ଥିବା ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ସାପଙ୍କ ଆତଜାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ା ଏପରି କିଛି ଘଟଣା ଉଦାହରଣ ହୋଇଥିବା ବେଳେ ଜିଲାର ଉପାନ୍ତ ଅଞ୍ଚଳରେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି ା ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ ବିଷରୁ ରକ୍ଷା ପାଇଁ ଇଞ୍ଜେଶନ ରଖିବାକୁ ଦାବି ହୋଇଛି ା ଏସମ୍ପର୍କରେ ମହାକାଳପଡ଼ାର ହରେକୃଷ୍ଣ ପାତ୍ର କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟାଜନିତ ପାଣି ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରିଛି। ପାନୀୟ ଜଳ, ଚାଷ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ସରିସୃପ ଆତଙ୍କ ଖେଳିଯାଇଛି ା ଦିର୍ଘଦିନ ଧରି ପାଣି ଜମି ରହିବା ଫଳରେ ନିକଟସ୍ଥ ଭିତରକନିକା ଅଞ୍ଚଳରୁ ସରିସୃପ ଗ୍ରାମ ମଧ୍ୟକୁ ପଶି ଆସୁଛନ୍ତି ା ନଦୀ, ନାଳ ପୋଖରୀ ଏପରି କି ଚାଷ ଜମିରେ ଏବେ କୁମ୍ଭୀର ଦେଖା ଯାଉଛନ୍ତି ା କିଛିଦିନ ପୂର୍ବେ ମାର୍ଶାଘାଇ ଅଞ୍ଚଳରେ ୯ ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି ା ଅପରପକ୍ଷେ ବର୍ଷା ଓ ବନ୍ୟା ପାଇଁ ବିଷଧର ସାପ ଗ୍ରାମ ମଧ୍ୟରେ ଦେଖାଯାଉଛନ୍ତି ା ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ସାପ ଦେଖାଯିବା ସମସ୍ୟା ଗୁରୁତର ହୋଇଛି ା ସର୍ପାଘାତରେ କେତେକଙ୍କ ଜୀବନ ମଧ୍ୟ ଯାଇଥିବା ସେ ସୂଚନା ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁାର ରମେଶ ମଲ୍ଲିକ କହିଛନ୍ତି, ବିଭିନ୍ନ ନଦୀରେ ବନ୍ୟା ପାଇଁ କୁମ୍ଭୀର ଓ ସାପ ଆତଙ୍କ ଧୋୟା ଅଞ୍ଚଳରେ ଖେଳିଯାଇଛି ା ଗତ ୨ ମାସରେ ଏହି ଅଞ୍ଚଳର ୪ ଜଣ କୁମ୍ଭୀରର ଶୀକାର ହୋଇଛନ୍ତି ା ସିଂହଗଁା ସମେତ ବଡ ରାଉଳିଆ, ସାନ ରାଉଳିଆ ଆଦି ଗ୍ରାମର କଚ୍ଚା ଘରେ ବିଷଧର ସର୍ପ ଦେଖାଯାଉଛନ୍ତି ା ବିଶେଷ କରି ସନ୍ତସନ୍ତିଆ ଘରଗୁଡିକରେ ଏଗୁଡିକ ଦେଖା ଦେଉଥିବାରୁ ରାତିରେ ଯାତାୟତ ବନ୍ଦ ସହ ପରିବାର ସଦସ୍ୟ ରାତି ଅନିଦ୍ରା ହେଉଛନ୍ତି ା
ଏ ସମ୍ପର୍କରେ ଡିଏମ୍‌ଓ ଡା. ଗୋପାଳ ଚନ୍ଦ୍ର ପ୍ରହରାଜ କହିଛନ୍ତି, ପ୍ରତ୍ୟେକ ସିଏଚ୍‌ସିକୁ ସାପ କାମୁଡା ଇଞ୍ଜେକଶନ ଯୋଗାଇ ଦିଆଯାଇଛି ା ସର୍ପ ଆଘାତ କ୍ଷେତ୍ରରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିବ ା ସାପ କାମୁଡି ଥିବା ବ୍ୟକ୍ତିକୁ ଆଶ୍ୱାସନା ଦିଅନ୍ତୁ ା କାମୁଡ଼ି ଥିବା ସ୍ଥାନରେ ପିନ୍ଧିଥିବା ମୁଦି, ଘଣ୍ଟା, ବ୍ରତ, ପାଉଁଜି ଆଦି ଖୋଲିଦେବା ଆବଶ୍ୟକ। ତୁରନ୍ତ ଡାକ୍ତରଖାନା ନେବା ଜରୁରୀ। ସେହିପରି ଏହି ସମୟରେ ଆଦୌ ଡରିବା ବା ବିଚଳିତ ହେବା ଉଚିତ ନୁହେଁ ା ରୋଗୀକୁ ଚଲାବୁଲା ବା କାମ କରିବାକୁ ନ ଦେଇ ଟେକିଟେକି ନେବା ଦରକାର ା କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା ବରଫ, ଇଲେକ୍ଟ୍ରିକ ସକ୍‌ ଦିଅନ୍ତୁ ନାହିଁ ା ଅଧିକାଂଶ ସମୟରେ ସାପ ବିଷ ଉପରକୁ ଚଢ଼ିଯିବା ଭୟରେ କ୍ଷତସ୍ଥାନକୁ ସୁତୁଲି, କତା ଦଉଡି, କଟା ରବର ଟ୍ୟୁବ, ଇଲେକଟ୍ରିକ ତାର ବ୍ୟବହାର ହେଉଥିବା ଲକ୍ଷ୍ୟ କରାଯାଉଛି ା ଏହାର କୌଣସି ଆବଶ୍ୟକତା ନାହିଁ ା ବ୍ଲେଡ ଓ ଛୁରୀରେ କ୍ଷତସ୍ଥାନକୁ କାଟନ୍ତୁ ନାହିଁ ା ଏହି ସମୟରେ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ବ୍ୟବହାର ରୋଗୀର କ୍ଷତି ପହଞ୍ଚାଇ ପାରେ ା ସବୁ ସାମୁଦ୍ରିକ ସାପ ବିଷଧର ବୋଲି ଡିଏମ୍‌ଓ ଡା. ପ୍ରହରାଜ ସଚେତନ କରାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?