ରାଜଧାନୀରେ ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର,୨୬।୯୯(ବ୍ୟୁରୋ): ରାଜଧାନୀରେ ଚାଲିଛି ବନ୍ଧୁକ କାରବାର। ଛତିଶଗଡ଼ ଓ ବିହାରରୁ ଚୋରାରେ ବନ୍ଧୁକ ଆସି ଏଠାରେ ବିକ୍ରି ହେଉଛି। ଏହି ବନ୍ଧୁକରେ ଅପରାଧୀମାନେ ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ଗୁରୁବାର ଏଭଳି ଏକ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ବଡ଼ଗଡ଼ ଥାନା କଳ୍ପନା ଛକ ନିକଟରେ ଏକ ସ୍କର୍ପିଓ ଭିତରେ ଡିଲ୍‌ ଚାଲିଥିବାବେଳେ ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବନ୍ଧୁକ କିଣିବାକୁ ଆସିଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନାଞ୍ଚଳର ରାଜେନ୍ଦ୍ର ସାହୁ ଓ ଗୌରାଙ୍ଗ ଜେନା ଏବଂ ବନ୍ଧୁକ ବିକ୍ରିରେ ସାମିଲ ଥିବା ଲେଡି ଡନ୍‌ ପୁରୀ ଜିଲା ନିମାପଡାର ଜ୍ୟୋତ୍ସ୍ନାରାଣୀ ଦାଶ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ(ପିସ୍ତଲ), ୫ ରାଉଣ୍ଡ ଗୁଳି ସହ ବ୍ୟବହୃତ ଏକ ସ୍କର୍ପିଓକୁ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ୍‌ ତଥା ଝାରପଡ଼ାର ଚୋରା ବନ୍ଧୁକ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ଏନେଇ ବଡ଼ଗଡ଼ ଥାନା ପୋଲିସ ମାମଲା (ନଂ.୨୭୧/୨୦) ରୁଜୁ କରି ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରିଛି।
ପୋଲିସ ସୂଚନାନୁସାରେ, ଏହି ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଝାରପଡ଼ାର ଜଣେ ଅପରାଧୀ। ସେ ଛତିଶଗଡ଼ ଓ ବିହାରରୁ ଚୋରା ବନ୍ଧୁକ ଆଣି ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହାୟତାରେ ଏଠାରେ ବିକ୍ରି କରନ୍ତି। ସେମାନେ ରାଜେନ୍ଦ୍ର ଓ ଗୌରାଙ୍ଗଙ୍କୁ ଏକ ବନ୍ଧୁକ ବିକ୍ରି କରିବାକୁ କଳ୍ପନା ମ୍ୟୁଜିୟମ ଛକ ନିକଟରେ ଡିଲ୍‌ କରୁଥିଲେ। ରାଜଧାନୀରେ ଚୋରା ବନ୍ଧୁକ କାରବାର ଚାଲିଥିବା ନେଇ ରାତି ପ୍ରାୟ ୩ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ଟି.ଆର୍‌. ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ଶହୀଦନଗର, ଖାରବେଳନଗର, କ୍ୟାପିଟାଲ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଚଢାଉ କରିଥିଲେ। ହେଲେ ଏହାର କିଛି ପତ୍ତା ମିଳି ନ ଥିଲା। ଏହା ଭିତରେ ମ୍ୟୁଜିୟମ ଛକରେ ଡିଲ୍‌ ଚାଲିଥିବାନେଇ ସୂଚନା ମିଳିଯିବା ପରେ ତୁରନ୍ତ ଏସ୍‌ଟିଏଫ୍‌ ବଡ଼ଗଡ଼ ଥାନାକୁ ଖବର ଦେବାସହ ଘଟଣାସ୍ଥଳରେ ମିଳିତ ଚଢ଼ାଉ କରିଥିଲେ। ତେବେ ପୋଲିସକୁ ଦେଖି ବାହାରେ ନଜର କରୁଥିବା ଝାରପଡାର ବନ୍ଧୁକ ବ୍ୟବସାୟୀ ଫେରାର ହେବାରେ ସକ୍ଷମ ହୋଇଥିଲେ। ହେଲେ ସ୍କର୍ପିଓ (ନଂ.ଓଆର୍‌୦୨ଏଇ୯୯୯୩) ଭିତରେ ଡିଲ୍‌ କରୁଥିବା ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହ ରାଜେନ୍ଦ୍ର ଓ ଗୌରାଙ୍ଗ ଧରାପଡ଼ିଥିଲେ। ପଚରାଉଚରାବେଳେ ଏସ୍‌ଟିଏଫ୍‌କୁ ଉକ୍ତ ର଼୍ୟାକେଟ୍‌ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଝାରପଡ଼ାର ମାଷ୍ଟରମାଇଣ୍ଡ୍‌ ଜଣକ ଜ୍ୟୋତ୍ସ୍ନାଙ୍କୁ ଢାଲ କରି ବନ୍ଧୁକ ବେପାର କରୁଥିଲେ। ତେବେ ଉକ୍ତ ବନ୍ଧୁକକୁ ୪୫ ହଜାର ଟଙ୍କା ଦେଇ କିଣୁଥିଲେ ବୋଲି ରାଜେନ୍ଦ୍ର ଓ ଗୌରାଙ୍ଗ ପୋଲିସ ଆଗରେ ସ୍ବୀକାର କରିଛନ୍ତି। କିନ୍ତୁ ଏମାନେ ବନ୍ଧୁକ କ’ଣ ପାଇଁ ନେଉଥିଲେ, ଆଗରୁ କେତେ ବନ୍ଧୁକ ନେଇ ଆଉ କାହାକୁ ଦେଇଛନ୍ତି? ଏମାନଙ୍କର ଆପରାଧିକ ରେକର୍ଡ କ’ଣ ରହିଛି, ଏସବୁକୁ ଜାଣିବା ପାଇଁ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା ଅଫିସ, ୨୩।୩: ଖୋର୍ଦ୍ଧା ଜିଲା ବରୁଣେଇ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଜଟଣୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି...

ଯୌତୁକ ଜନିତ ବଧୂହତ୍ୟା ମାମଲା: ଧରମ ମା’, ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

କୁଜଙ୍ଗ,୫ା୩(ଡି.ଏନ.ଏ.): ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର...

ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା...

ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆନନ୍ଦପୁର ବ୍ୟାରେଜ: ମୁଖ୍ୟ ଶାସନ ସଚିବ

ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ୨୦୨୦ ଜାନୁୟାରୀ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।...

ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି

ପାରଳାଖେମୁଣ୍ଡି,୨୨।୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ...

କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି: ମୁତୟନ ହେବେ ୧୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ପୋଲିସ କମିଶନର ଏବଂ ଡିସିପି...

ବିନା ମାସ୍କରେ ବୁଲୁଥିବା ୭ ଜଣଙ୍କଠାରୁ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍‌-କରୋନା ଭାଇରସ୍‌ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ବିନା ମାସ୍କରେ...

ଆକର୍ଷଣୀୟ ରିହାତି ସତ୍ତ୍ୱେ ବେପାର ମାନ୍ଦା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଡିସେମ୍ବର ୯ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି। ୨ବର୍ଷର ଅନ୍ତର ପରେ ପୁସ୍ତକ ମେଳା ହେଉଥିବାରୁ ବିକ୍ରେତାଙ୍କ...

Advertisement
Archives

Model This Week