ରାଜଧାନୀରେ ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର,୨୬।୯୯(ବ୍ୟୁରୋ): ରାଜଧାନୀରେ ଚାଲିଛି ବନ୍ଧୁକ କାରବାର। ଛତିଶଗଡ଼ ଓ ବିହାରରୁ ଚୋରାରେ ବନ୍ଧୁକ ଆସି ଏଠାରେ ବିକ୍ରି ହେଉଛି। ଏହି ବନ୍ଧୁକରେ ଅପରାଧୀମାନେ ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ଗୁରୁବାର ଏଭଳି ଏକ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ବଡ଼ଗଡ଼ ଥାନା କଳ୍ପନା ଛକ ନିକଟରେ ଏକ ସ୍କର୍ପିଓ ଭିତରେ ଡିଲ୍‌ ଚାଲିଥିବାବେଳେ ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବନ୍ଧୁକ କିଣିବାକୁ ଆସିଥିବା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନାଞ୍ଚଳର ରାଜେନ୍ଦ୍ର ସାହୁ ଓ ଗୌରାଙ୍ଗ ଜେନା ଏବଂ ବନ୍ଧୁକ ବିକ୍ରିରେ ସାମିଲ ଥିବା ଲେଡି ଡନ୍‌ ପୁରୀ ଜିଲା ନିମାପଡାର ଜ୍ୟୋତ୍ସ୍ନାରାଣୀ ଦାଶ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ(ପିସ୍ତଲ), ୫ ରାଉଣ୍ଡ ଗୁଳି ସହ ବ୍ୟବହୃତ ଏକ ସ୍କର୍ପିଓକୁ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ୍‌ ତଥା ଝାରପଡ଼ାର ଚୋରା ବନ୍ଧୁକ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ଏନେଇ ବଡ଼ଗଡ଼ ଥାନା ପୋଲିସ ମାମଲା (ନଂ.୨୭୧/୨୦) ରୁଜୁ କରି ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରିଛି।
ପୋଲିସ ସୂଚନାନୁସାରେ, ଏହି ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଝାରପଡ଼ାର ଜଣେ ଅପରାଧୀ। ସେ ଛତିଶଗଡ଼ ଓ ବିହାରରୁ ଚୋରା ବନ୍ଧୁକ ଆଣି ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହାୟତାରେ ଏଠାରେ ବିକ୍ରି କରନ୍ତି। ସେମାନେ ରାଜେନ୍ଦ୍ର ଓ ଗୌରାଙ୍ଗଙ୍କୁ ଏକ ବନ୍ଧୁକ ବିକ୍ରି କରିବାକୁ କଳ୍ପନା ମ୍ୟୁଜିୟମ ଛକ ନିକଟରେ ଡିଲ୍‌ କରୁଥିଲେ। ରାଜଧାନୀରେ ଚୋରା ବନ୍ଧୁକ କାରବାର ଚାଲିଥିବା ନେଇ ରାତି ପ୍ରାୟ ୩ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପି ଟି.ଆର୍‌. ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ଶହୀଦନଗର, ଖାରବେଳନଗର, କ୍ୟାପିଟାଲ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଚଢାଉ କରିଥିଲେ। ହେଲେ ଏହାର କିଛି ପତ୍ତା ମିଳି ନ ଥିଲା। ଏହା ଭିତରେ ମ୍ୟୁଜିୟମ ଛକରେ ଡିଲ୍‌ ଚାଲିଥିବାନେଇ ସୂଚନା ମିଳିଯିବା ପରେ ତୁରନ୍ତ ଏସ୍‌ଟିଏଫ୍‌ ବଡ଼ଗଡ଼ ଥାନାକୁ ଖବର ଦେବାସହ ଘଟଣାସ୍ଥଳରେ ମିଳିତ ଚଢ଼ାଉ କରିଥିଲେ। ତେବେ ପୋଲିସକୁ ଦେଖି ବାହାରେ ନଜର କରୁଥିବା ଝାରପଡାର ବନ୍ଧୁକ ବ୍ୟବସାୟୀ ଫେରାର ହେବାରେ ସକ୍ଷମ ହୋଇଥିଲେ। ହେଲେ ସ୍କର୍ପିଓ (ନଂ.ଓଆର୍‌୦୨ଏଇ୯୯୯୩) ଭିତରେ ଡିଲ୍‌ କରୁଥିବା ଲେଡି ଡନ୍‌ ଜ୍ୟୋତ୍ସ୍ନାଙ୍କ ସହ ରାଜେନ୍ଦ୍ର ଓ ଗୌରାଙ୍ଗ ଧରାପଡ଼ିଥିଲେ। ପଚରାଉଚରାବେଳେ ଏସ୍‌ଟିଏଫ୍‌କୁ ଉକ୍ତ ର଼୍ୟାକେଟ୍‌ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଝାରପଡ଼ାର ମାଷ୍ଟରମାଇଣ୍ଡ୍‌ ଜଣକ ଜ୍ୟୋତ୍ସ୍ନାଙ୍କୁ ଢାଲ କରି ବନ୍ଧୁକ ବେପାର କରୁଥିଲେ। ତେବେ ଉକ୍ତ ବନ୍ଧୁକକୁ ୪୫ ହଜାର ଟଙ୍କା ଦେଇ କିଣୁଥିଲେ ବୋଲି ରାଜେନ୍ଦ୍ର ଓ ଗୌରାଙ୍ଗ ପୋଲିସ ଆଗରେ ସ୍ବୀକାର କରିଛନ୍ତି। କିନ୍ତୁ ଏମାନେ ବନ୍ଧୁକ କ’ଣ ପାଇଁ ନେଉଥିଲେ, ଆଗରୁ କେତେ ବନ୍ଧୁକ ନେଇ ଆଉ କାହାକୁ ଦେଇଛନ୍ତି? ଏମାନଙ୍କର ଆପରାଧିକ ରେକର୍ଡ କ’ଣ ରହିଛି, ଏସବୁକୁ ଜାଣିବା ପାଇଁ ଏସ୍‌ଟିଏଫ୍‌ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?