Posted inଖେଳ

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର ବହୁ ଜଣାଶୁଣା ଖେଳାଳି ମନ୍ଧାନାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବରାଜ ସିଂ, ଶିଖର ଧାଓ୍ବନ, ଆକାଶ ଚୋପ୍ରା, ଝୁଲଣ ଗୋସ୍ବାମୀ, ମହିଳା ଟିମ୍‌ର କୋଚ୍‌ ଡବ୍ଲ୍ୟୁଭି ରମନ, ରାହୁଲ ଶର୍ମା ଓ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରମୁଖ ରହିଛନ୍ତି।
ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ମନ୍ଧାନା ଖୁବ୍‌ ଅଳ୍ପ ସମୟ ମଧ୍ୟରେ କ୍ରିକେଟ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ତାଙ୍କୁ ବୀରେନ୍ଦ୍ର ସେହ୍ବାଗଙ୍କ ସହ ତୁଳନା କରାଯାଏ। ୨୦୧୩ରେ ଏକଦିବସୀୟ ଓ ୨୦୧୪ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଏହି ମୁମ୍ବାଇ ଜନ୍ମିତ ବାମହାତୀ ବ୍ୟାଟ୍ସଓମ୍ୟାନ ୨୦୧୬ରେ ‘ଆଇସିସି ଓମେନ୍ସ ଟିମ୍‌ ଅଫ୍‌ ଇୟର’ରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୫୧ ଏକଦିବସୀୟ ଓ ୭୫ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୦୨୫ ଓ ୧୭୧୬ ରନ ସଂଗ୍ରହ କରିଛନ୍ତି। ଏକଦିବସୀୟ କ୍ରିକେଟ୍‌ରେ ତାଙ୍କ ନାମରେ ୪ଟି ଶତକ ଲିପିବଦ୍ଧ ରହିଛି, ଯାହା ମନ୍ଧାନାଙ୍କୁ ଜଣେ ନିର୍ଭିକ ବ୍ୟାଟ୍ସଓମ୍ୟାନର ପରିଚୟ ଦିଏ। ମନ୍ଧାନା ଦ୍ୱିତୀୟ ଦ୍ରୁତତ୍ତମ ମହିଳା କ୍ରିକେଟର୍‌ ଭାବେ ଟି୨୦ କ୍ରିକେଟ୍‌ରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ତେବେ ଏହି ଗ୍ଲାମରସ୍‌ ମହିଳା କ୍ରିକେଟର୍‌ ନିଜ ବିବାହ ପାଇଁ ଦୁଇଟି ସର୍ତ୍ତ ରଖିଛନ୍ତି। ନିକଟରେ ଜଣେ ପ୍ରଶଂସକ ସୋସିଆଲ ମିଡିଆ ଟୁଇଟର୍‌ ମାଧ୍ୟମରେ ତାଙ୍କୁ ବିବାହ ବିଷୟରେ ପଚାରିଥିଲେ। ‘ଆପଣଙ୍କୁ ବିବାହ କରିବାକୁ ଥିବା ବ୍ୟକ୍ତି ନିକଟରେ କେଉଁ ଗୁଣ ରହିବା ଉଚିତ୍‌’ ବୋଲି ପ୍ରଶଂସକ ଜଣଙ୍କ ପ୍ରଶ୍ନ କରିଥିଲେ। ୨୪ ବର୍ଷୀୟା ମନ୍ଧାନା ଉତ୍ତରରେ ୨ଟି ସର୍ତ୍ତ ରଖିଥିଲେ। ସେ କହିଥିଲେ, ଏକ ନମ୍ବରେ ସେହି ବ୍ୟକ୍ତି ମୋତେ ଭଲ ପାଉଥିବା ଏବଂ ଦ୍ୱିତୀୟରେ ଏକ ନମ୍ବର ସର୍ତ୍ତକୁ ସର୍ବଦା ମନେ ରଖିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?