Posted inଖେଳ

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ ବେଲିଣ୍ଡା କ୍ଲାର୍କ ପୁରସ୍କାର ହାସଲ କରିଛନ୍ତି। ସମସ୍ତ ତିନୋଟି ଫର୍ମାଟର ପ୍ରଦର୍ଶନକୁ ଭିତ୍ତି କରି ସ୍ମିଥ୍‌ ଏହି ପୁରସ୍କାର ପାଇଛନ୍ତି। ଏହା ହେଉଛି ଅଷ୍ଟ୍ରେଲିଆନ କ୍ରିକେଟର ଦୁଇ ଶ୍ରେଷ୍ଠ ସମ୍ମାନ। ଭୋଟିଂ ପ୍ରକ୍ରିୟାରେ ୨୦୨୦-୨୧ ବର୍ଷର ପୁରସ୍କାର ବିଜେତାଙ୍କୁ ବଛାଯାଇଥିଲା। ଗତ ଭାରତ ବିପକ୍ଷ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ସ୍ମିଥ୍‌ ଏଥର ପୁରସ୍କାର ଜିତିବେ ଏହା ଅନେକଙ୍କ କଳ୍ପନା ବାହାରେ ଥିଲା। ସ୍ମିଥ୍‌ କହିଛନ୍ତି ମାର୍ନସ ଲାବୁସେନ୍‌ କିମ୍ବା ପ୍ୟାଟ୍‌ କୁମିନ୍ସ ଏଥର ପୁରସ୍କାର ଜିତିବେ ବୋଲି ତାଙ୍କର ଧାରଣା ଥିଲା, କାରଣ ଉକ୍ତ ବର୍ଷରେ ଉଭୟଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ସ୍ମିଥ୍‌ ଆହୁରି ମଧ୍ୟ ଲେଗ୍‌ ଆରୋନ ଫିଞ୍ଚ୍‌ଙ୍କଠାରୁ ୨୮ ଭୋଟ ବ୍ୟବଧାନରେ ଆଗୁଆ ରହି ବର୍ଷର ଶ୍ରେଷ୍ଠ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ଏହି ଦୌଡ଼ରେ ଲେଗ୍‌ ସ୍ପିନର ଆଡାମ ଜାମ୍ପା (୧୯) ମଧ୍ୟ ରହିଥିଲେ। ସ୍ମିଥ୍‌ ୬୩.୧୧ ଆଭରେଜରେ ୫୬୮ ରନ ସଂଗ୍ରହ କରିଥିଲେ। ସେ ବାଙ୍ଗାଲୋରରେ ଗୋଟିଏ ଏବଂ ଏସସିଜିଠାରେ ୩ ଦିନ ମଧ୍ୟରେ ଦୁଇଟି ଓ ରାଜକୋଟରେ ୯୮ ରନ ସଂଗ୍ରହ କରିଥିଲେ। ଲେଗ୍‌ ସ୍ପିନର ଜାମ୍ପା ଓ ଫିଞ୍ଚ୍‌ଙ୍କୁ ପଛରେ ପକାଇ ଆଷ୍ଟନ ଅଗର ପୁରୁଷ ଟି୨୦ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡେଭିଡ୍‌ ଓ୍ବାର୍ନର ଆଲାନ ବର୍ଡର ପଦକ ଏବଂ ଅଲ୍‌ରାଉଣ୍ଡର ଏଲିସି ପେରି ବେଲିଣ୍ଡା କ୍ଲାର୍କ ପୁରସ୍କାର ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri