Posted inଜାତୀୟ

ଚକା ଜାମ୍‌ ସଫଳ

ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନ ସଫଳ ହୋଇଛି। ଚାଷୀମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଦିଲ୍ଲୀରେ ଚକା ଜାମ୍‌ ଆନ୍ଦୋଳନ ହୋଇ ନ ଥିଲେ ମଧ୍ୟ ରାଜଧାନୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଦିଲ୍ଲୀ ଚାରିପଟେ ଯାଇଥିବା ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେ ସମେତ ଉତ୍ତର ଭାରତର ସମସ୍ତ ରାଜପଥକୁ ଚାଷୀ ଅବରୋଧ କରିଥିଲେ।
ଚକା ଜାମ୍‌ ଆନ୍ଦୋଳନ ଯୋଗୁ ଶନିବାର ଦିଲ୍ଲୀର ସମସ୍ତ ୧୦ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଥିଲା। ଅପରାହ୍ନ ୩ଟା ପରେ ସେଗୁଡ଼ିକ ଖୋଲିଥିଲା। ପଞ୍ଜାବ ଓ ହରିୟାଣାରେ ଚକା ଜାମ୍‌ ଆନ୍ଦୋଳନର ଜୋର୍‌ଦାର ପ୍ରଭାବ ଦେଖିବାକୁ ମିଳିଥିଲା। ଚାଷୀମାନେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଟ୍ରାକ୍ଟର ଟ୍ରଲି ରଖି ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଭିନ୍ନ ସ୍ଥାନରେ ମହିଳାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉଭୟ ରାଜ୍ୟରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହୋଇଥିବା ଚାଷୀ ନେତାମାନେ ଦାବି କରିଛନ୍ତି।
ଦିଲ୍ଲୀ ସୀମାରେ ୭୪ ଦିନ ହେଲା ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସେଠାରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ଓ ଚାଷୀଙ୍କୁ ପ୍ରଶାସନ ହଇରାଣ କରୁଥିବାରୁ ଏହାର ପ୍ରତିବାଦରେ ଚକା ଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଉଭୟ ରାଜ୍ୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ମହାରାଷ୍ଟ୍ରରେ ଚକା ଜାମ୍‌ ଆନ୍ଦୋଳନରେ ଚାଷୀଙ୍କ ସମେତ ଶ୍ରମିକ, ଆଦିବାସୀ, ରାଜନେତା, ସାମାଜିକ କର୍ମୀ ଓ ମହିଳାମାନେ ସାମିଲ ହୋଇ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ରତ୍ନଗିରି ଓ ସିନ୍ଧୁଦୁର୍ଗକୁ ବାଦ୍‌ ଦେଲେ ମହାରାଷ୍ଟ୍ରର ଅନ୍ୟ ୩୪ ଜିଲାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଡ଼କ ଅବରୋଧ କରାଯାଇଥିଲା। ଆନ୍ଦୋଳନରେ ଶିବସେନା, ଏନ୍‌ସିପି, କଂଗ୍ରେସ ଓ ବାମଦଳ ସାମିଲ ହୋଇଥିଲେ।
କର୍ନାଟକରେ ଅନେକ ଚାଷୀ, ଦଳିତ କର୍ମୀ ଓ ବାମଦଳ ସମର୍ଥକମାନଙ୍କୁ ଅଟକ ରଖାଯାଇଛି। ବେଙ୍ଗାଲୁରୁର ୟାଲାହାଙ୍ଗାରେ ଆନ୍ଦୋଳନରେ ସାମିଲ ହୋଇଥିବା ୩୦ ଜଣଙ୍କୁ ଅଟକ ରଖାଯାଇଥିଲା। ସେଠାରେ ୩ ଘଣ୍ଟିଆ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ହାଇଦ୍ରାବାଦରେ ଚକାଜାମ୍‌ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକମାନେ ଶଗଡ଼ ରାଲି ବାହାର କରିଥିଲେ। ହୟାଥନଗର ଜାତୀୟ ରାଜପଥରେ ଅନୁଷ୍ଠିତ ରାଲିରେ କଂଗ୍ରେସ, ସିପିଆଇ, ସିପିଏମ୍‌ କର୍ମୀ ଓ ଅନ୍ୟାନ୍ୟ ସଂଗଠନର କର୍ମୀମାନେ ସାମିଲ ହୋଇଥିଲେ।
ରାଜସ୍ଥାନର ଚାଷୀମାନେ ଅଧିକାଂଶ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରି କୃଷି ଆଇନ ପ୍ରତ୍ୟାହାର ଦାବିରେ ସ୍ଲୋଗାନ ଦେଇଥିଲେ। ସେଠାରେ ଚକା ଜାମ୍‌ ଆନ୍ଦୋଳନକୁ ଶାସକ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଦେଇଥିଲା। କୋଟାରେ ବିଶାଳ ଟ୍ରାକ୍ଟର ରାଲି କରାଯାଇଥିଲା। ଦିଲ୍ଲୀ-ଜୟପୁର ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା।

ଦାବି ପୂରଣ ନ ହେଲେ ଘରକୁ ଫେରିବୁ ନାହିଁ: ଟିକାଏତ୍‌

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରତ କୃଷକ ଘରକୁ ଫେରିବେ ନାହିଁ ବୋଲି ଶନିବାର ଚକା ଜାମ୍‌ ଆନ୍ଦୋଳନ ଶେଷରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ୍‌ କହିଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାର ଗାଜିପୁରଠାରେ ଉପସ୍ଥିତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଟିକାଏତ୍‌ କହିଥିଲେ, ଅକ୍ଟୋବର ୨ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ତେଣୁ କୃଷି ଆଇନ ପ୍ରତ୍ୟାହାର କରିନେବା ଲାଗି ସେପର୍ଯ୍ୟନ୍ତ ସମୟ ରହିଛି। ଉକ୍ତ ସମୟସୀମା ମଧ୍ୟରେ ଆଇନ ପ୍ରତ୍ୟାହୃତ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ଲାଗି ଯୋଜନା ହେବ ବୋଲି ଟିକାଏତ୍‌ ଚେତାବନୀ ଦେଇଛନ୍ତି। ଚାପରେ ସରକାରଙ୍କ ସହ ଆଲୋଚନା ହୋଇପାରିବ ନାହଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ହିଂସା ପରେ ଦିଲ୍ଲୀ ସୀମାରୁ ଅନେକ ଚାଷୀ ଘରମୁହାଁ ହୋଇଥିଲେ। ତେବେ ଟିକାଏତ୍‌ଙ୍କ ଅଶ୍ରୁଳ ନିବେଦନ ସେମାନଙ୍କୁ ପୁଣିଥରେ ଆନ୍ଦୋଳନସ୍ଥଳକୁ ଫେରାଇ ଆଣିଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ଶନିବାର ଚକାଜାମ୍‌ ଆନ୍ଦୋଳନ ହୋଇଥିଲା। ଦେଶର ଅଧିକାଂଶ ଭାଗରୁ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?