Posted inଜାତୀୟ

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ଅବସରରେ ଏକ ସ୍ମାରକ ଡାକଟିକେଟ ଉନ୍ମୋଚନ ବେଳେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଶାହା ଦେଇଥିବା ଏହି ମନ୍ତବ୍ୟକୁ ଗ୍ରହଣ କରିପାରି ନାହାନ୍ତି ଅନେକେ। ନ୍ୟାୟପାଳିକାର ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଜଣେ ଜଷ୍ଟିସ୍‌ ଉଚ୍ଚ କ୍ଷମତାରେ ଥିବା ନେତାଙ୍କ ଏଭଳି ଗୁଣଗାନ କରିବା ବିଚାର ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି। ୨୦୧୮ରେ ଜଷ୍ଟିସ୍‌ ଶାହା ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ନେବାବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ‘ମଡେଲ ହିରୋ’ ଭାବେ ଅଭିହିତ କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସମାଲୋଚନା କରିଛନ୍ତି।
ଜଷ୍ଟିସ୍‌ ମୁକେଶ କୁମାର ଋଷିଭାଇ ଶାହା କହିଛନ୍ତି, ଗୁଜରାଟ ହାଇକୋର୍ଟର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକ ଡାକ ଟିକେଟ ଉନ୍ମୋଚନର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଭାଗନେଇ ମୁଁ ଗର୍ବ ଓ ଖୁସି ଅନୁଭବ କରୁଛି। ତାହା ପୁଣି ଆମର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଉଛି। ଜଷ୍ଟିସ୍‌ ଶାହା ଭାଷଣରେ ଗୁଜରାଟ ହାଇକୋର୍ଟକୁ ନିଜ କର୍ମଭୂମି କହିଥିଲେ। ଏହାସହ କ୍ଷମତା ପୃଥକୀକରଣର ସାମ୍ବିଧାନିକ ଅବଧାରଣାର ଗୁରୁତ୍ୱ ସମ୍ପର୍କରେ ଅବତାରଣା କରିଥିଲେ। ଜଷ୍ଟିସ୍‌ ଶାହା ଆହୁରି କହିଥିଲେ, ଗୁଜରାଟ ହାଇକୋର୍ଟରେ ସେ ଜଣେ ଓକିଲ ଭାବେ ୨୨ ବର୍ଷ ପର୍ଯ୍ୟନ୍ତ ପ୍ରାକ୍ଟିସ୍‌ ଓ ୧୪ ବର୍ଷ ଧରି ବିଚାରପତି ରୂପେ କାର୍ଯ୍ୟ କରିଥିଲେ। ସେ ଏହି କାର୍ଯ୍ୟ ତୁଲାଇବାବେଳେ ମୌଳିକ ଅଧିକାରଗୁଡ଼ିକୁ ଅକ୍ଳାନ୍ତ ଭାବେ ସୁରକ୍ଷା ଦେଇଥିଲେ। କେବଳ ଏତିକି ନୁହେଁ, ନ୍ୟାୟପାଳିକାର ସ୍ବାଧୀନତା ପାଇଁ ସବୁବେଳେ ଏପରି କି ‘ଜରୁରିକାଳୀନ ପରିସ୍ଥିତି ବେଳର କଳାଦିନଗୁଡ଼ିକରେ’ ମଧ୍ୟ ଛିଡ଼ା ହୋଇଥିଲେ। ଗୁଜରାଟ ହାଇକୋର୍ଟରେ ଦେଶର ପ୍ରଥମ ଲୋକ ଅଦାଲତ ଆୟୋଜନ କରାଯାଇଥିଲା ଏବଂ ଏହା ଦେଶର ଏକମାତ୍ର ହାଇକୋର୍ଟ, ଯେଉଁଠୁ ୟୁଟ୍ୟୁବ୍‌ରେ ଭର୍ଚୁଆଲ ଶୁଣାଣିର ଲାଇଭ୍‌-ଷ୍ଟ୍ରିମିଂ କରାଯାଇଥାଏ। ଏହି ହାଇକୋର୍ଟର ଇତିହାସ ବହୁତ ବ୍ୟାପକ। ଏନେଇ ବିସ୍ତାର ଭାବେ ବର୍ଣ୍ଣନା କରିବାକୁ ଗଲେ ଦିନ ସରିଯିବ। ଆମକୁ ଆମର ସବୁଠୁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଥିବାରୁ ବକ୍ତବ୍ୟ ଶେଷ କରୁଛି।
ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ବିକ୍ରମ ନାଥ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶ ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତା କାରଣରୁ ଅତ୍ୟଧିକ ଲୋକପ୍ରିୟ ଅଟନ୍ତି। ଆଜି ଆମକୁ ଏହି ସୁଯୋଗ ମିଳିଛି, ଯେଉଁଠି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ସ୍ମାରକ ଡାକ ଟିକେଟ ଜାରି କରୁଛନ୍ତି। ଉତ୍ତରଦାୟିତ୍ୱଗୁଡ଼ିକୁ ତୁଲାଇବାରେ ତାଙ୍କ ସଚ୍ଚୋଟତା ତାଙ୍କର ଲୋକପ୍ରିୟତାକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଦେଶ ପ୍ରତି କର୍ତ୍ତବ୍ୟ ନିର୍ବାହ କରି ସେ ଏକ ସୁରକ୍ଷିତ ବିଶ୍ୱର ପ୍ରତିଜ୍ଞାକୁ ପୂରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ କହିଥିଲେ, ଏହା ଗର୍ବର ବିଷୟ ଯେ, ଭାରତରେ ଅଦାଲତଗୁଡ଼ିକ ମହାମାରୀ ସମୟରେ ମଧ୍ୟ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିଛନ୍ତି। ଆମ ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କ୍ଷେତ୍ରରେ ବିଶ୍ୱର ଏକ ନମ୍ବର ହୋଇଯାଇଛି। ସଲିସିଟର ଜେନୋରାଲ ତୁଷାର ମେହେଟ୍ଟା, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିଥିଲେ।

ଟେକାଟେକିରୁ ବିବାଦ

୨୦୧୮ରେ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ନେବାବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ‘ମଡେଲ ହିରୋ’ ଭାବେ ଅଭିହିତ କରିଥିଲେ। ସେହିପରି ଗତବର୍ଷ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଏକ ସର୍ବସାଧାରଣ ଉତ୍ସବକୁ ସମ୍ବୋଧିତ କରି କହିଥିଲେ, ପ୍ରଧାନମନ୍ତ୍ରୀ ଜଣେ ବହୁମୁଖୀ ପ୍ରତିଭାର ବ୍ୟକ୍ତି, ଯାହାଙ୍କ ବିଚାର ବିଶ୍ୱସ୍ତରୀୟ ଓ କାମ ସ୍ଥାନୀୟ ସ୍ତରର। ଜଷ୍ଟିସ୍‌ ମିଶ୍ରଙ୍କ ଏହି ମନ୍ତବ୍ୟ ସେତେବେଳେ ବିବାଦୀୟ ହୋଇଥିଲା। ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ତାଙ୍କ ଟିପ୍ପଣୀ ନ୍ୟାୟିକ ସ୍ବାଧୀନତାର ଖରାପ ଚିତ୍ର ଆଙ୍କିଥିବା ଦର୍ଶାଇ ଏହା ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?