Posted inଖେଳ

ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡ୍‌ନୀ, ୩୦।୧୧-  ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ୫୧ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ୨-୦ରେ ଅଗ୍ରଣୀ ଲାଭ କରି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଘରୋଇ ଦଳ ଆଗୁଆ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଥିବାବେଳେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ୫୦ ଓଭରରେ ୯ ଉଇକେଟ ହରାଇ ୩୩୮ ରନ କରି ପାରିଥିଲା। ଅଷ୍ଟ୍ରେଲିଆ ମାଟିରେ ଦୁର୍ବଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ବିସ୍ଫୋରକ ଶତକୀୟ ଇନିଂସ ପାଇଁ ସ୍ମିଥ୍‌ ଲଗାତର ଦ୍ୱିତୀୟ ଥରପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପୂର୍ବ ମ୍ୟାଚ ଭଳି ଏଠାରେ ମଧ୍ୟ ଓପନିଂ ଯୋଡ଼ିରେ ୧୪୨ ରନ ସ୍କୋର କରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲା। ଭାରତୀୟ ବୋଲରଙ୍କୁ ଧୂଲେଇ କରି ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ଦଳ ଲାଗି ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୨୩ତମ ଓଭରରେଯାଇ ଭାରତକୁ ପ୍ରଥମ ଉଇକେଟ ମିଳିଥିଲା। ଫିଞ୍ଚ୍‌ଙ୍କୁ ଆଉଟ କରି ମହମ୍ମଦ ସାମି ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ତେବେ ବିଶେଷ କିଛି ଫାଇଦା ମିଳି ନ ଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ର ୫ ଜଣ ଯାକ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳିଥିଲେ। ଦ୍ରୁତ ଶତକ ହାସଲ କରି ସ୍ମିଥ୍‌ ଏହି ତାଲିକାର ଶୀର୍ଷରେ ରହିଥିଲେ। ମାତ୍ର ୬୪ଟି ବଲ୍‌ ଖେଳିଥିବା ସ୍ମିଥ୍‌ ୧୪ ଚୌକା ଓ ୨ ଛକା ସହାୟତାରେ ୧୦୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରନ୍‌ଆଉଟ ହୋଇଥିବା ଓ୍ବାର୍ନର ୮୩(୭୭ ବଲ, ୭ ଚୌକା, ୩ ଛକା), ଫିଞ୍ଚ୍‌ ୬୦(୬ ଚୌକା, ୧ ଛକା) ଓ ଲାବୁସ୍କାନ ୭୦(୬୧ ବଲ, ୫ ଚୌକା) ରନ କରିଥିବାବେଳେ ଗ୍ଲେନ ମ୍ୟାକ୍ସଓ୍ବେଲ ୨୯ ବଲ୍‌ରୁ ୪ଟି ଲେଖାଏ ଚୌକା ଓ ଛକା ମାରି ୬୩ ରନରେ ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ୫୦ ଓଭରରେ ୪ ଉଇକେଟ ହରାଇ ୩୮୯ ରନ କରିଥିଲା। ମହଙ୍ଗା ସାବ୍ୟସ୍ତ ହୋଇ ଦଳକୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନିରାଶ କରିଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା ଏବଂ ପିଠିରେ ଯନ୍ତ୍ରଣା ଯୋଗୁ ଅନେକଦିନପରେ ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋର ଚେଜ୍‌ କରିବାର ଚାପ ସ୍ବାଭାବିକଭାବେ ଭାରତ ଉପରେ ଆରମ୍ଭରୁ ରହିଥିଲା। ଓପନିଂ ଯୋଡ଼ିରେ ୫୮ ରନ ସଂଗ୍ରହ ପରେ ୨ ରନ ବ୍ୟବଧାନରେ ଦୁଇ ସେଟ୍‌ ଓପନର ଶିଖର ଧାଓ୍ବନ(୩୦ ରନ, ୨୩ ବଲ, ୫ ଚୌକା) ଓ ମୟଙ୍କ ଅଗ୍ରଓ୍ବାଲ (୨୮ ରନ, ୨୬ ବଲ, ୪ ଚୌକା) ଆଉଟ ହେବାରୁ ଚାପ ଅଧିକ ବଢ଼ି ଯାଇଥିଲା। ମିଡିଲ ଅର୍ଡରରେ ଅଧିନାୟକ ବିରାଟ କୋହଲି ୮୯ (୮୭ ବଲ, ୭ ଚୌକା, ୨ ଛକା), ଶ୍ରେୟାସ ଆୟାର ୩୮(୩୬ ବଲ, ୫ ଚୌକା) ଓ ଲୋକେଶ ରାହୁଲ ୭୬(୬୬ ବଲ, ୪ ଚୌକା, ୫ ଛକା) ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ବଲ୍‌ରୁ ୨୮ ଓ ରବୀନ୍ଦ୍ର ଜାଡେଜା ୧୧ ବଲ୍‌ରୁ ୨୪ ରନ କରିଥିଲେ। ଭାରତ ଶେଷ ୭ ରନ ମଧ୍ୟରେ ୪ଟି ଉଇକେଟ ହରାଇଥିଲା। ଫଳରେ ୫୦ ଓଭର ବେଳକୁ ସ୍କୋର ୩୩୮/୯ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ପ୍ୟାଟ୍‌ କୁମିନ୍ସ ସର୍ବାଧିକ ୩ଟି, ଜୋଶ୍‌ ହାଜେଲଉଡ୍‌ ଓ ଆଡାମ ଜାମ୍ପା ୨ଟି ଲେଖାଏ ଏବଂ ମୋଇସେସ ହେନରିକ୍ସ ଓ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?