ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୭.୫% ଖସିଛି। ଏହା ପ୍ରଥମ ତ୍ରୈମାସରେ ୨୩.୯% ଖସିଥିଲା। ଏଭଳି ସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ମିଡିଲ ଇଣ୍ଡିଆ ଏବଂ କ୍ଷୁଦ୍ର ଶିଳ୍ପଗୁଡିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଦେଶର କୃଷି କ୍ଷେତ୍ର ଅଭିବୃଦ୍ଧି ୩.୪% ରହିଥିବା ବେଳେ ସେପ୍ଟେମ୍ବର ତ୍ରୈମାସରେ ମାନୁଫାକଚରିଂ ୦.୬% ରହିଛି। ବାଣିଜ୍ୟ, ହୋଟେଲ ଏବଂ ପରିବହନ କ୍ଷେତ୍ରରେ ପୂର୍ବ ତ୍ରୈମାସ ଅପେକ୍ଷା ଏବେ ସାମାନ୍ୟ ପରିବର୍ତ୍ତନ ହୋଇଛି। କୃଷି ଉତ୍ପାଦନ ଉନ୍ନତ ହେବା ଯୋଗୁ ଏହାର ଲାଭ କୃଷକଙ୍କୁ ମିଳିଛି। ଫଳରେ ଟ୍ରାକ୍ଟର ବିକ୍ରି ବୃଦ୍ଧି ଏବଂ ବ୍ୟକ୍ତିଗତ ଯାନ କ୍ରୟ ବଢିଛି। କରୋନା ପାଇଁ ଲୋକମାନେ ବ୍ୟକ୍ତିଗତ ଯାନ କ୍ରୟକୁ ଗୁରୁତ୍ୱ ଦେଉଥିବାରୁ କାର୍‌ ଏବଂ ମୋଟର ସାଇକେଲ ବିକ୍ରି ବଢ଼ାଇବା ଦିଗରେ ଏହା ସହାୟକ ହୋଇଛି।
କରୋନା ପାଇଁ ପ୍ରଭାବିତ ହୋଇ ରହିଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ସଂଗ୍ରହ ଏବେ ଧୀରେ ଧୀରେ ବଢୁଛି। ସେହିଭଳି ଲକ୍‌ଡାଉନ କଟକଣା ହଟିବା ଯୋଗୁ ଶକ୍ତି ଚାହିଦାରେ ଦ୍ରୁତ ପରିବର୍ତ୍ତନ ଆସିଛି। ଏହି ପରିପ୍ରେକ୍ଷୀରେ କ୍ୱାଣ୍ଟ ଇକୋ ରିସର୍ଚ୍ଚର ଅର୍ଥନୀତିଜ୍ଞ ୟୁବିକା ସିଂଘଲ କହିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରୁଥିବା ବେଳେ ମାନୁଫାକଚରିଂ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖାଯାଇଛି। ହେଲେ ଏବେ ଯାଏ ଦେଶର ସେବା କ୍ଷେତ୍ର ସମ୍ପୂର୍ଣ୍ଣ ଟ୍ରାକକୁ ଫେରିପାରିନାହିଁ। ସେବା କ୍ଷେତ୍ରର ଜିଡିପିକୁ ଯୋଗଦାନ ୬୦%। ଏହା ସମ୍ପୂର୍ଣ୍ଣ ସ୍ଥିତାବସ୍ଥାକୁ ନ ଆସିବା ଯାଏ କୃଷି ଏବଂ ମାନୁଫାକ୍‌ଚରିଂ ଅଭିବୃଦ୍ଧିକୁ ବଢାଇବା ଦିଗରେ ଯୋଗଦାନ ରଖିବ। ଜିଡିପି ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷ ଲାଗିବ ବୋଲି ସେ ମତପ୍ରକାଶ କରିଛନ୍ତି।
ଦେଶର ପ୍ରମୁଖ ସହରଗୁଡିକରେ ରହିଥିବା ହୋଟେଲଗୁଡିକ ବର୍ତ୍ତମାନ ୫୦ରୁ ୬୦% କ୍ଷମତା ସହ ଚାଲୁଛି। ଏହି ହୋଟେଲଗୁଡିକୁ ଆସୁଥିବା ଅଧିକାଂଶ ଅତିଥି ମାନୁଫାକ୍‌ଚରିଂ ଶିଳ୍ପ ସହ ଜଡିତ। ସରକାର ଦେଶ ମଧ୍ୟରେ ଉଡାଣ କ୍ଷେତ୍ରରେ ଲକ୍‌ଡାଉନ କଟକଣା ଉଠାଇବା ଦ୍ୱାରା ଯାତ୍ରୀ ପରିବହନ ବଢିଛି। ହୋଟେଲ ବୁକିଂ କ୍ଷେତ୍ରରେ କ୍ଷୁଦ୍ର ଶିଳ୍ପ ସହ ଜଡିତ ଅଂଶୀଦାରଙ୍କ ଭୂମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡିଛି। କୋଭିଡ-୧୯ ଦେଶର ସହରଗୁଡିକୁ ବେଶି ପ୍ରଭାବିତ କରିଛି। ଗ୍ରାମାଞ୍ଚଳ ଉପରେ ଏହାର ବେଶି ପ୍ରଭାବ ପଡିନାହିଁ। ବର୍ଷା ଭଲ ହେବା ଯୋଗୁ ଚଳିତ ବର୍ଷ ଭଲ ଫସଲ ହୋଇଛି। ରବି ଋତୁ ଫସଲ ଭଲ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ସେହିଭଳି ଛୋଟ ସହରଗୁଡିକରେ କାର ଏବଂ ମୋଟର ସାଇକେଲ ବିକ୍ରି ବଢୁଥିବା ନଜରକୁ ଆସିଛି। ମାରୁତି ସୁଜୁକିର ବିକ୍ରି ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କୁହନ୍ତି, ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବରରେ ଗ୍ରାମାଞ୍ଚଳ ବଜାର ଗୁଡିକରେ କମ୍ପାନୀର ବିକ୍ରି ୧୦% ବଢିଛି। ଏଣ୍ଟ୍ରି ଲେଭଲ ଯାନଗୁଡିକର ବିକ୍ରି ଭଲ ହେଉଥିବା ସେ ମତ ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଦେଶର ଅର୍ଥ ବ୍ୟବସ୍ଥାକୁ ସ୍ଥିତାବସ୍ଥାକୁ ଆଣିବା ଦିଗରେ ଗ୍ରାମୀଣ ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଚାହିଦା ଦୀର୍ଘମିଆଦୀ ସାଧାରଣତଃ ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବା ଦିଗରେ ଯୋଗଦାନ ରଖିବ। ହେଲେ ଏଥିଲାଗି ଲୋକଙ୍କର ଆୟରେ ବୃଦ୍ଧି ଏବଂ ଗ୍ରାମୀଣ ବଜାର ସ୍ଥିତି ମଧ୍ୟ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri