‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼ କି ହାତ। ତଥାପି ଦୁହିଁଙ୍କ ଓଠରେ ହସ। ଆଉ ଏଭଳି କଷ୍ଟକର ସମୟକୁ ପରାସ୍ତ କରି ବଞ୍ଚତ୍ବାର ଦୁର୍ବାର ପ୍ରୟାସ। ବାପା ନିଜ ପୁଅକୁ ଶୂନ୍ୟରେ ଉଠାଇ ପିତୃତ୍ୱ ବତ୍ସଳତାର ପ୍ରମାଣ ଦେଉଥିବାବେଳେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଲବ୍ଧ ପ୍ରତିଷ୍ଠିତ ଫଟୋଗ୍ରାଫର ମେହମତ ଆସଲନ୍‌। ସିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣାର ସଂଘର୍ଷ ବଖାଣିବାକୁ ଏହି ଫଟୋ ଯଥେଷ୍ଟ ମନେ ହେଉଥିବାବେଳେ ସିଏନା ଇଣ୍ଟରନ୍ୟାଶନାଲ ଫଟୋ ଆଓ୍ବାର୍ଡ-୨୦୨୧ରେ ଏହା ହାତେଇଛି ‘ଫଟୋ ଅଫ୍‌ ଦି ଇୟର’ ପୁରସ୍କାର।
ଜୀବନକୁ ନେଇ ପୁଳା ପୁଳା ଅଭିଯୋଗ। ସ୍ବପ୍ନ ପୂରଣ ନ ହେଲେ ବିଷାଦରେ ଭରିଯାଏ ମନ। ହେଲେ ଆସଲନ୍‌ଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’କୁ ଦେଖିଲେ ଅନେକଙ୍କ ମନରେ ଜୀବନକୁ ନେଇ ରହିଥିବା ଅଭିଯୋଗ ଦୂର ହୋଇଯିବ। ଏହି ଫଟୋ ପଛର କାହାଣୀ ଯେତିକି ଯନ୍ତ୍ରଣାଦାୟକ, ସେତିକି ପ୍ରେରଣାଦାୟୀ ମଧ୍ୟ। ଫଟୋରେ ଥିବା ବାପାପୁଅ ହେଲେ ମୁନ୍‌ଜିର୍‌ ଏବଂ ମୁସ୍ତାଫା। ସିରିଆ ବଜାରରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଡାହାଣ ଗୋଡ଼ ହରାଇଛନ୍ତି ମୁନ୍‌ଜିର। ଯୁଦ୍ଧଗ୍ରସ୍ତ ସିରିଆ ଉପରେ ଛଡ଼ାଯାଇଥିବା ବିଷ୍‌କ୍ତ ଗ୍ୟାସ୍‌ ପ୍ରଭାବରେ ମୁନ୍‌ଜିରଙ୍କ ସ୍ତ୍ରୀ ଜେନେପ୍‌ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ରୋଗରୁ ମୁକୁଳିବାକୁ ସେ ଯେଉଁ ଔଷଧ ସେବନ କଲେ ତାହାର ପ୍ରଭାବ ପଡ଼ିଲା ଗର୍ଭସ୍ଥ ମୁସ୍ତାଫାଙ୍କ ଉପରେ। ଜଟିଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ମୁସ୍ତାଫା ଜନ୍ମ ହୋଇଥିଲେ ବିନା ଗୋଡ଼ହାତରେ। ସିରିଆ ସୀମାନ୍ତ ଦକ୍ଷିଣ ତୁର୍କୀର ଏକ ଛୋଟ ଦୋକାନରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଆସଲନଙ୍କ ନଜରକୁ ଆସିଥିଲେ ଏହି ଶରଣାର୍ଥୀ ପରିବାର। ଅନୁସନ୍ଧାନମୂଳକ ଖବର ପରିବେଷଣ କରୁଥିବା ଫଟୋଗ୍ରାଫର ତଥା ରିପୋର୍ଟର ଲିଜିଂ ବିଲିଂ ଉକ୍ତ ଫଟୋ ଏବଂ ଏହା ପଛର କାହାଣୀକୁ ଟୁଇଟରରେ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗୋଟିଏ ଫଟୋ ଶିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣା ବଖାଣିବାକୁ ଯଥେଷ୍ଟ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିମିଆ କଲା ମୟୂର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରକୃତିର ବିଭିନ୍ନ ରୂପକୁ ଦେଖିବାକୁ ପାଉଛନ୍ତି ଲୋକେ। ରାସ୍ତାଘାଟରେ ଲୋକମାନଙ୍କ କୋଳାହଳ କମ୍‌ଥିବାରୁ ଜୀବଜନ୍ତୁମାନେ ବେଶ୍‌ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରୁଛନ୍ତି।...

ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଉପହାର: ଶିଶୁ ଜନ୍ମର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ପାଟଣା, ୨୭।୩: ପବିତ୍ର ହୋଲି ଉପଲକ୍ଷେ ବିହାରର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି। ଏବେ ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ଘରେ ପିଲା...

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ବାରମୂଳାର ପଟ୍ଟନ ଅଞ୍ଚଳର କ୍ରେରି ଗ୍ରାମରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଘଟଣାସ୍ଥଳରୁ ଗୋଟାଏ...

ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି...

କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର...

ନଦୀକୁ ଖସିଲା ଟ୍ରକ: ୧୦ ମୃତ, ୩୦ ଆହତ

ଭୋପାଳ,୨୮।୬: ମଧ୍ୟପ୍ରଦେଶର ଦାତିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ...

ବଳାତ୍କାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ୩ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୧ : ଦିଲ୍ଲୀର ଚାୱଲା ଅଞ୍ଚଳରେ ୨୦୧୨ ମସିହାରେ ୧୯ ବର୍ଷର ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ...

ଭୋଟ ପୂର୍ବରୁ କୃପାଭିକ୍ଷା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବ...

Advertisement
Archives

Model This Week