‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼ କି ହାତ। ତଥାପି ଦୁହିଁଙ୍କ ଓଠରେ ହସ। ଆଉ ଏଭଳି କଷ୍ଟକର ସମୟକୁ ପରାସ୍ତ କରି ବଞ୍ଚତ୍ବାର ଦୁର୍ବାର ପ୍ରୟାସ। ବାପା ନିଜ ପୁଅକୁ ଶୂନ୍ୟରେ ଉଠାଇ ପିତୃତ୍ୱ ବତ୍ସଳତାର ପ୍ରମାଣ ଦେଉଥିବାବେଳେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଲବ୍ଧ ପ୍ରତିଷ୍ଠିତ ଫଟୋଗ୍ରାଫର ମେହମତ ଆସଲନ୍‌। ସିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣାର ସଂଘର୍ଷ ବଖାଣିବାକୁ ଏହି ଫଟୋ ଯଥେଷ୍ଟ ମନେ ହେଉଥିବାବେଳେ ସିଏନା ଇଣ୍ଟରନ୍ୟାଶନାଲ ଫଟୋ ଆଓ୍ବାର୍ଡ-୨୦୨୧ରେ ଏହା ହାତେଇଛି ‘ଫଟୋ ଅଫ୍‌ ଦି ଇୟର’ ପୁରସ୍କାର।
ଜୀବନକୁ ନେଇ ପୁଳା ପୁଳା ଅଭିଯୋଗ। ସ୍ବପ୍ନ ପୂରଣ ନ ହେଲେ ବିଷାଦରେ ଭରିଯାଏ ମନ। ହେଲେ ଆସଲନ୍‌ଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’କୁ ଦେଖିଲେ ଅନେକଙ୍କ ମନରେ ଜୀବନକୁ ନେଇ ରହିଥିବା ଅଭିଯୋଗ ଦୂର ହୋଇଯିବ। ଏହି ଫଟୋ ପଛର କାହାଣୀ ଯେତିକି ଯନ୍ତ୍ରଣାଦାୟକ, ସେତିକି ପ୍ରେରଣାଦାୟୀ ମଧ୍ୟ। ଫଟୋରେ ଥିବା ବାପାପୁଅ ହେଲେ ମୁନ୍‌ଜିର୍‌ ଏବଂ ମୁସ୍ତାଫା। ସିରିଆ ବଜାରରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଡାହାଣ ଗୋଡ଼ ହରାଇଛନ୍ତି ମୁନ୍‌ଜିର। ଯୁଦ୍ଧଗ୍ରସ୍ତ ସିରିଆ ଉପରେ ଛଡ଼ାଯାଇଥିବା ବିଷ୍‌କ୍ତ ଗ୍ୟାସ୍‌ ପ୍ରଭାବରେ ମୁନ୍‌ଜିରଙ୍କ ସ୍ତ୍ରୀ ଜେନେପ୍‌ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ରୋଗରୁ ମୁକୁଳିବାକୁ ସେ ଯେଉଁ ଔଷଧ ସେବନ କଲେ ତାହାର ପ୍ରଭାବ ପଡ଼ିଲା ଗର୍ଭସ୍ଥ ମୁସ୍ତାଫାଙ୍କ ଉପରେ। ଜଟିଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ମୁସ୍ତାଫା ଜନ୍ମ ହୋଇଥିଲେ ବିନା ଗୋଡ଼ହାତରେ। ସିରିଆ ସୀମାନ୍ତ ଦକ୍ଷିଣ ତୁର୍କୀର ଏକ ଛୋଟ ଦୋକାନରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଆସଲନଙ୍କ ନଜରକୁ ଆସିଥିଲେ ଏହି ଶରଣାର୍ଥୀ ପରିବାର। ଅନୁସନ୍ଧାନମୂଳକ ଖବର ପରିବେଷଣ କରୁଥିବା ଫଟୋଗ୍ରାଫର ତଥା ରିପୋର୍ଟର ଲିଜିଂ ବିଲିଂ ଉକ୍ତ ଫଟୋ ଏବଂ ଏହା ପଛର କାହାଣୀକୁ ଟୁଇଟରରେ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗୋଟିଏ ଫଟୋ ଶିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣା ବଖାଣିବାକୁ ଯଥେଷ୍ଟ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri