Posted inଗଜପତି

ଗାତ ଖୋଳାରେ ଅଟକିଛି ସ୍ମାର୍ଟ ସ୍କୁଲ କାର୍ଯ୍ୟ

ଆର.ଉଦୟଗିରି,୧୨।୫(ଡି.ଏନ.ଏ.)-ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥିଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ରାଜ୍ୟ ସରକାର ୫-ଟି ପଦ୍ଧତିରେ ଉଚ୍ଚ ବିଦ୍ୟାଳୟଗୁଡିକୁ ରୂପାନ୍ତରିତ କରୁଛନ୍ତି। ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସରେ ଉଦଘାଟିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ବିଦ୍ୟାଳୟ ରୂପାନ୍ତରଣ ନିମନ୍ତେ ସରକାର ଅର୍ଥ ଯୋଗାଇଥିଲେ। ସେଥିରୁ କେତେକ ବିଦ୍ୟାଳୟ କାର୍ଯ୍ୟ ଶେଷ ସରିଥିବା ବେଳେ ଆଉ କେତେକ କାର୍ଯ୍ୟ ଚାଲିଛି। ହେଲେ ବ୍ଲକର କଟାମାସ୍ଥିତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଗାତ ଖୋଳାରେ ଅଟକି ରହିଛି। ଠିକାଦାର କାହିଁକି କାର୍ଯ୍ୟ କରୁନାହାନ୍ତି ତାହା କେହି କହିପାରୁନାହାନ୍ତି। ବିଭାଗୀୟ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଉକ୍ତ କାର୍ଯ୍ୟ ହେଉଥିଲେ ମଧ୍ୟ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?