Posted inଫୁରସତ

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି, ଯାହା ଏହି ଜଙ୍ଗଲକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ପ୍ରଜାତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଇଷ୍ଟର୍ନ ପିଜିମ ମାରମୋସେଟ ନାମକ ମାଙ୍କଡ଼ ପ୍ରଜାତି।

ୟୁକେର ଚେଷ୍ଟର ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ଦୁଇଟି ମାଙ୍କଡ଼ ଜନ୍ମଗ୍ରହଣ କରିଛନ୍ତି, ଯେଉଁମାନେ ସେମାନଙ୍କର ଆକାର ହେତୁ ସମଗ୍ର ବିଶ୍ୱର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟ ମାଙ୍କଡ଼ଙ୍କ ଉଚ୍ଚତା କେବଳ ୨ ଇଞ୍ଚ। ଜନ୍ମ ସମୟରେ ସେମାନଙ୍କ ଓଜନ ଥିଲା ୧୦ ଗ୍ରାମ। ସେମାନେ ଦେଖିବାକୁ ପିଙ୍ଗ୍‌ ପଙ୍ଗ୍‌ ବଲଠାରୁ ମଧ୍ୟ ଛୋଟ। ଏବେ ଏହି ଦୁଇ ମାଙ୍କଡ ଦୁନିଆର ସବୁଠୁ ଛୋଟ ମାଙ୍କଡ଼ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ଛୋଟ ଆକାର ହେତୁ ଉଭୟଙ୍କ ଲିଙ୍ଗ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ତିନି ବର୍ଷର ଜୋ ଏବଂ ଚାରି ବର୍ଷର ବାଲଡ୍ରିକ ମାଙ୍କଡ଼ ଦମ୍ପତି ନିଜ ପିଲାମାନଙ୍କୁ ଦୁନିଆକୁ ଆଣି ବେଶ ଖୁସି ଅଛନ୍ତି। ସେମାନେ ନିଜ ପିଲାମାନଙ୍କର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। ତେବେ ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହି ମାଙ୍କଡ଼ମାନେ ଏତେ ଜୋରରେ ଶବ୍ଦ କରନ୍ତି ଯେ ସେମାନଙ୍କର ସ୍ବର ଜଙ୍ଗଲରେ ପରିବ୍ୟାପ୍ତ ହୋଇଯାଇଥାଏ। ନିଜ ସାଥୀଙ୍କୁ ଆକର୍ଷିତ କରିବା ଏବଂ ଅନ୍ୟମାନଙ୍କୁ ଶତ୍ରୁମାନଙ୍କ ବିଷୟରେ ଅବଗତ କରାଇବା ପାଇଁ ସେମାନେ ବହୁତ ଉଚ୍ଚ ସ୍ବର କରନ୍ତ। ଏହି ଦୁଇଟି ମାଙ୍କଡ଼ ସେମାନଙ୍କ କାର୍ଯ୍ୟରେ ପାରଙ୍ଗମଥାନ୍ତି ବୋଲି ପ୍ରାଣୀ ଉଦ୍ୟାନର ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri