ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌ ଡିସେମ୍ବର ୧୪ ତାରିଖରୁ ୨୪ ଘଣ୍ଟା ଧରି କାମ କରିବ ବୋଲି କହିଥିଲା। ଏବେ ଏହା ସପ୍ତାହର ସମସ୍ତ କାର୍ଯ୍ୟଦିବସ(ମାସର ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରକୁ ଛାଡ଼ି)ରେ ସକାଳ ୭ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ଅଧିକ ଟଙ୍କାର ନେଣଦେଣ ପାଇଁ ଏହି ସିଷ୍ଟମର ବ୍ୟବହାର କରାଯାଇଥାଏ। ଜାଣନ୍ତୁ  ଅନ୍ୟ ପରିବର୍ତ୍ତନ ବିଷୟରେ:

ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀଗୁଡିକ ପାଇବେ ଦୀର୍ଘକାଳୀନ ଲାଇସେନ୍ସ :
ଅନ୍ୟ ଏକ ଦେୟ ବ୍ୟବସ୍ଥା ଏନ୍‌ଇଏଫଟି ପୂର୍ବରୁ ୨୪ ଘଣ୍ଟା ଉପଲବ୍ଧ ହେଉଛି। ଦୀର୍ଘକାଳୀନ ଭିତ୍ତିରେ ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀମାନଙ୍କୁ ଲାଇସେନ୍ସ ଦେବାକୁ ମଧ୍ୟ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ଆବେଦନ ପ୍ରତ୍ୟାଖ୍ୟାନ ହେବାର କିମ୍ବା ଲାଇସେନ୍ସ ପ୍ରତ୍ୟାହାର ହେବାର ଗୋଟିଏ ବର୍ଷ ପରେ ସେମାନେ ପୁନର୍ବାର ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି କମ୍ପାନୀଗୁଡ଼ିକୁ କୁହାଯାଇଛି।

ବର୍ତ୍ତମାନ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଯୋଗହୀନ(କନେକ୍ଟଲେସ୍‌ କାରବାର:
ଏହା ସହ ଆରବିଆଇ ଯୋଗାଯୋଗହୀନ କାରବାରର ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିଛି। ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବାକୁ, ୟୁପିଆଇ ଅଥବା କାର୍ଡ ମାଧ୍ୟମରେ ଯୋଗାଯୋଗହୀନ(କନେକ୍ଟଲେସ୍‌) କାରବାରର ସୀମା ୨୦୨୧ ଜାନୁୟାରୀ ପହିଲାରୁ ୨୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହ ଜଡିତ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ପୃଥକ ଭାବରେ ଜାରି କରାଯିବ ବୋଲି ଆର୍‌ବିଆଇ ମଧ୍ୟ କହିଛି।

ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ନେଣଦେଣ ଉପରେ ଚାର୍ଜ ବନ୍ଦ:
ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଜୁଲାଇ ୨୦୧୯ରୁ ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ନ୍‌ ମାଧ୍ୟମରେ ନେଣଦେଣ ପାଇଁ ଶୁଳ୍କ ବନ୍ଦ କରି ଦେଇଛି। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଏନ୍‌ଇଏଫଟି ବ୍ୟବହୃତ ହେଉଥିବାବେଳେ ଆର୍‌ଟିଜିଏସ୍‌ ମାଧ୍ୟମରେ ବଡ଼ ନେଣଦେଣ କରାଯାଇଥାଏ।

ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ମାଣ କରାଯିବ କେନ୍ଦ୍ର:
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ଆର୍ଥିକ ସାକ୍ଷରତା କେନ୍ଦ୍ର (ସିଏଫ୍‌ଏଲ୍‌) ବର୍ତ୍ତମାନ ୧୦୦ଟି ବ୍ଲକରେ କାର୍ଯ୍ୟ କରୁଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ବ୍ଲକରେ ପର୍ଯ୍ୟାୟ କ୍ରମେ ଏହିପରି କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?