ଛୋଟ ପଦକ୍ଷେପ

Dillip Cherian

ବିଦେଶ ମନ୍ତ୍ରଣାଳୟ(ଏମ୍‌ଇଏ) ଅଧିକ ଯୁଗ୍ମ ସଚିବଙ୍କୁ କୂଟନୈତିକ କ୍ଷେତ୍ରରେ ଯୋଡ଼ିବାକୁ ଅତ୍ୟନ୍ତ ଉତ୍ସୁୁକତା ପ୍ରକାଶ କରିଛି। ବିଭିନ୍ନ ଦେଶରେ ସ୍ଥାପିତ ନୂଆ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସରେ କର୍ମଚାରୀ ନିଯୁକ୍ତି ପାଇଁ ଏଭଳି କରାଯାଇଛି। କିଛି ଦିନର ଅପେକ୍ଷା ପରେ ଏବେ ଏହି କ୍ଷେତ୍ରରେ ପ୍ରଗତି ହୋଇଛି। ସରକାର ୨୦୦୩ ବ୍ୟାଚ୍‌ର ୮ ଜଣ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରିବା ଲାଗି ନିଯୁକ୍ତି ତାଲିକା ପ୍ରସ୍ତୁତ କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ଆଇଏଫ୍‌ଏସ୍‌ର କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଗତବର୍ଷ ଡିସେମ୍ବରରେ ତା’ ତାଲିକା ପ୍ରସ୍ତୁତ କରିଥିଲା, କିନ୍ତୁ ସରକାର ୨୦୦୩ ବ୍ୟାଚର ୪୧ ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରିବାକୁ ଚାହଁୁଥିବାରୁ ତାହାକୁ ଅଟକାଇବା ଲାଗି କୁହାଯାଇଥିଲା। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ମଧ୍ୟ ବିଦେଶ ମନ୍ତ୍ରଣାଳୟକୁ କହିଥିଲା ଯେ, ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟରେ ଗୋଟିଏ ମାସ ଅନ୍ତର ରହିବା ଉଚିତ। ଏଥିତ୍ରୁ ଆହୁରି ମଧ୍ୟ ସୂଚନା ମିଳୁଛି ଯେ,କେବଳ ଦିବେଶ ଉତ୍ତମଙ୍କୁ ଦେଶରେ ଓ ଅନ୍ୟ ସମସ୍ତ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତି ଦିଆଯାଇଛିି। ଏହା ଏକ ଜଣାଶୁଣା କଥା ଯେ,ଭାରତୀୟ ବିଦେଶ ସେବା ଏହାର ନିର୍ଦ୍ଧାରିତ ସଂଖ୍ୟାଠାରୁ ବହୁତ କମ୍‌ ରହିଛି। ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ବହୁତ କମ୍‌ କୂଟନୀତିଜ୍ଞ ରହିଛନ୍ତି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହା ଏକ ଛୋଟ ପଦକ୍ଷେପ ବୋଲି କୁହାଯାଇପାରେ।
ମେଟ୍ରୋମ୍ୟାନ୍‌ଙ୍କ ନୂଆ ଇନିଂସ
କେରଳରେ ନିକଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପା ଜୋରଦାର ମୁକାବିଲା କରିବା ଲାଗି ଚାହଁୁଛି । ମେଟ୍ରୋମ୍ୟାନ ଇ. ଶ୍ରୀଧରନଙ୍କୁ ପାର୍ଟିରେ ପ୍ରବେଶ କରାଇ ଏହି ନିର୍ବାଚନରେ ଭାଜପା ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି ଆଶା ବି ବାନ୍ଧିଛିି। ତେବେ ଏଥିରେ ସେ ସଫଳ ହେବ ତ? ଶ୍ରୀଧରନ ତାଙ୍କ ପୂରା କ୍ୟାରିୟରରେ ବହୁ ଯଶ ଅର୍ଜନ କରିଛନ୍ତି। ଜଣେ ସଚ୍ଚୋଟ ତଥା ଦକ୍ଷ ଟେକ୍‌ନୋକ୍ରାଟ୍‌ ଭାବେ ସାଧାରଣରେ ଅପାର ବିଶ୍ୱସନୀୟତା ହାସଲ କରଛନ୍ତି। ଏପରି କି ସବୁଦଳର ନେତାମାନଙ୍କର ସମ୍ମାନର ପାତ୍ର ହୋଇଛନ୍ତି। ସେ ମଧ୍ୟ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ, ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ବି ଲାଭ କରିଛନ୍ତି ଶ୍ରୀଧରନ। ଦିଲ୍ଲୀ ମେଟ୍ରୋ ପ୍ରୋଜେକ୍ଟରେ ଢେର ଖ୍ୟାତି କମାଇଥିବା, କେରଳ ସରକାରଙ୍କୁ ମେଟ୍ରୋ ପ୍ରୋଜେକ୍ଟ ସମ୍ପର୍କରେ ପରାମର୍ଶ ଦେଇଥିବା,ଜୟପୁର ଓ ଲକ୍ଷ୍ନୌ ମେଟ୍ରୋ ପ୍ରୋଜେକ୍ଟ ସହ ଓତପ୍ରୋତ ଭାବେ ଜଡିତ ଥିବା ଏହି ବ୍ୟକ୍ତି ଜଣକ କାହିଁକି ୮୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରି ନୂଆ ଇନିଂସ ଆରମ୍ଭ କରିବାକୁ ଚାହଁୁଛନ୍ତି? ସ୍ପଷ୍ଟ ଭାବେ କୁହାଯାଇପାରେ ଯେ,ସେ ଅନେକ ଟୋପି ପିନ୍ଧିଛନ୍ତି, ଅର୍ଥାତ ଅନେକ ପଦବୀରେ ରହି ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। କିନ୍ତୁ ଏବେ ରାଜନୈତିକ ଟୋପି ପିନ୍ଧି ଏକ ନୂଆ କ୍ୟାରିୟରର ଉଜ୍ଜ୍ୱଳମୟ ଅଧ୍ୟାୟ ଆରମ୍ଭ କରିବା ସବୁଠୁ ଉଲ୍ଲେଖନୀୟ । ସେ ଟେକ୍‌ନୋକ୍ରାଟ୍‌ରୁ ନେତା ହୋଇ ଯଦି ସବୁ ଆହ୍ବାନକୁ ନିୟନ୍ତ୍ରଣ କରିପାରିବେ ତେବେ ସେ ସଫଳତାର ମୁକୁଟ ପିନ୍ଧି ପାରିବେ। ତେବେ କେବଳ ରାଜନେତାମାନେ ନୁହନ୍ତି, ବରଂ ଏଭଳି ସମାନ ମହତ୍ତ୍ୱାକାଂକ୍ଷା ପୋଷଣ କରୁଥିତ୍ବା ଅମଲାତନ୍ତ୍ରୀମାନେ ବି ଶ୍ରୀଧରନଙ୍କ ଭବିଷ୍ୟତକୁ ନିକଟରୁ ନିରୀକ୍ଷଣ କରିବେ।
ଚୌହାନଙ୍କ ରଣନୀତି
ସାଧାରଣତଃ ଜଣେ ଅମାୟିକ ଓ ମିଷ୍ଟଭାଷୀ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଚତୁର୍ଥ ପାଳିରେ ଜଣେ ଭିନ୍ନ ବ୍ୟକ୍ତି ଭାବେ ଉଦ୍‌ଭାସିତ ହୋଇଛନ୍ତି ବୋଲି ରଜ୍ୟର ବାବୁମାନେ ମତ ରଖିଛନ୍ତି। କେତେକଙ୍କ ମତରେ, ସେ ଏମିତି କାମ କରିଛନ୍ତି ଯାହା ଏକ ଭୟର ବାତାବରଣ ସୃଷ୍ଟି କରିଛି। ଜଣାପଡୁଛି, ଚୌହାନଙ୍କ ମିଷ୍ଟଭାଷୀର ଆବରଣ ହଟିଯାଇଛି ଓ ଏକ କଠୋର ତଥା ବାସ୍ତବବାଦୀ ନେତା ଭାବେ ସେ ପୂରା ଆକ୍ସନ ମୁଡ୍‌ରେ ରହିଛନ୍ତି। ବାବୁମାନଙ୍କ ବଦଳି ନିର୍ଦ୍ଦେଶକୁ ନେଇ ସେମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ବେଳେ ବେଳେ ବୈଠକରେ ବି ଏଭଳି ପରିସ୍ଥିତି ଲକ୍ଷ୍ୟ କରାଯାଉଛି। ଏବେ ସୁଦ୍ଧା ଚୌହାନ ୬ରୁ ଅଧିକ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ( ଡିଏମ୍‌) ଏବଂ ଏସ୍‌ପିମାନଙ୍କୁ ବଦଳି କରିଛନ୍ତି। ଜଣାପଡୁଛି, ସେ ଏବେ ଏକ କଠୋର ମାନସିକତାରେ ରହିଛନ୍ତି। ନିଓ୍ବାରି ଜିଲାର ଏସ୍‌ପି ଆଇପିଏସ୍‌ ବାହିନୀ ସିଂଙ୍କୁ ଏକ ବୈଠକ ଚାଲିଥିତ୍ବା ସମୟରେ ଚୌହାନ ବଦଳି କରିଛନ୍ତି। ସେହି ସମୟରେ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି ବୋଲି ଚୌହାନ କହିଲେ। ତାଙ୍କ ସମୟରେ ବଦଳି ହୋଇଥିବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଗୁନାର ଏସ୍‌ପି ରାଜେଶ ସିଂ, ନିମୁଚ ଓ ବେଟୁଲର ଡିଏମ୍‌ ଜେ.ଏସ୍‌. ରାଜେ ଏବଂ ରାକେଶ ସିଂ। ମୁଖ୍ୟମନ୍ତ୍ରୀ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରତି ମାସରେ ବୈଠକ କରୁଛନ୍ତି। ଚୌହାନଙ୍କ ଉକ୍ତ ରଣନୀତି ବା କାର୍ଯ୍ୟଶୈଳୀ ଏକ ଭିନ୍ନ ବାର୍ତ୍ତା ଦେଉଛି, ଯାହା ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବ ବୋଲି ଜଣାପଡୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri