Posted inଫୁରସତ

ଛୋଟ ବଡି ବିଲ୍ଡର

ବଡି ବିଲ୍ଡରଙ୍କ କଥା ଉଠିଲେ ବଳିଷ୍ଠ ମାଂସପେଶୀ ଥିବା ଜଣେ ଡେଙ୍ଗା ବ୍ୟକ୍ତିଙ୍କ ଚେହେରା ଆପେ ମନକୁ ଆସିଯାଏ। ହେଲେ ଜଣେ କମ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବଡି ବିଲ୍ଡିଂ କରି ସମସ୍ତଙ୍କୁ ଚକିତ କରିଦେବା ସହ ନୂଆ ଏକ ଇତିହାସ ରଚିଛନ୍ତି। ଆଉ ପୃଥବୀର ସବୁଠାରୁ ଛୋଟ ବଡି ବିଲ୍ଡରର ମାନ୍ୟତା ପାଇଛନ୍ତି। ସେ ପ୍ରମାଣ କରିଦେଇଛନ୍ତି ଯେ, ଶରୀରର ଆକାର ଯାହା ହେଉ ନା କାହିଁକି ଯଦି ମନରେ ସାହସ ଓ ଆତ୍ମବିଶ୍ୱାସ ଭରି ରହିଛି ସବୁ ଅସମ୍ଭବ ସମ୍ଭବ ହୋଇପାରିବ। ଏହି ଛୋଟ ବଡି ବିଲ୍ଡରଙ୍କ ନାମ ହେଉଛି ପ୍ରତୀକ ବିଠଲ। ୨୬ ବର୍ଷୀୟ ପ୍ରତୀକ ଜଣେ ବାମନ। ହେଲେ ସେ ନିଜ ଶରୀରର ଏହି ଦୁର୍ବଳତାକୁ ଶକ୍ତିରେ ପରିଣତ କରି ନିଜ ଶରୀରକୁ ଚଟାଣ ପରି ଶକ୍ତ କରିଛନ୍ତି ଓ ପୃଥିବୀର ସବୁଠାରୁ ଛୋଟ ବଡି ବିଲ୍ଡର ହେବାର ଆଖ୍ୟା ପାଇପାରିଛନ୍ତି। ମାତ୍ର ୩ ଫୁଟ ୪ ଇଞ୍ଚର ପ୍ରତୀକ ଯେତେବେଳେ ବଡି ବିଲ୍ଡିଂରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ତାଙ୍କୁ ଅନେକେ ଥଟ୍ଟାମଜା କରିଥିଲେ। କିନ୍ତୁ ନିଜ ଲକ୍ଷ୍ୟକୁ ନେଇ ସେ ଥିଲେ ଅଟଳ। ଆଉ କଠିନ ପରିଶ୍ରମ କରି ପୃଥିବୀର ସବୁଠାରୁ ଛୋଟ ବଡି ବିଲ୍ଡର ବି ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri