କାନପୁର ଡ୍ୟାମ୍‌ ପାଣିରେ ଚାଲିବ ସ୍ଲରି

ଯାଜପୁର,୪ା୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ବିଭିନ୍ନ ନଦୀଗର୍ଭରୁ ସ୍ଲରି ପାଇପ୍‌ ଲାଇନ୍‌ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ୧୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ବୈତରଣୀ ନଦୀରୁ ୫ଟି ସ୍ଲରି ପାଇପ୍‌ ଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିଃ ଦ୍ୱାରା ସ୍ଲରି ପାଇପ୍‌ ଲାଇନ ଯୋଗେ ଯୋଡ଼ା/କୋଇଡ଼ାଠାରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ ଖଣିଜ ପଦାର୍ଥ ପରିବହନ ହେବ। ଏଥିପାଇଁ ବୈତରଣୀ ନଦୀରୁ ୩୯ କ୍ୟୁସେକ୍‌ ପାଣି ବ୍ୟବହାର କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଏହି ପାଣି ଯାଜପୁର ଜିଲାର ବୈତରଣୀ ନଦୀର ଉପରମୁଣ୍ଡରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପରୁ ଉଠେଇବାକୁ ନିଷ୍ପତ୍ତି ହୋଇଛି। ତେବେ ରବି ଏବଂ ଖରାଦିନିଆ ଚାଷ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଫେବୃୟାରୀଠାରୁ ଜୁନ୍‌ ପର୍ଯ୍ୟନ୍ତ କାନପୁର ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର ହୋଇପାରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୪ା୯ା୨୦୨୩ରେ ୱାଟର ଆଲୋକେଶନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ କାନପୁର ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର କରାଗଲେ ନଦୀଜଳ ଶୁଷ୍କ ହେବା ସହ ଚାଷ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଜଳସମ୍ପଦ ବିଭାଗ ପରୋକ୍ଷରେ ସ୍ବୀକାର କରିଥିବା ସ୍ପଷ୍ଟ ହେଉଛି।
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ଉପତ୍ତ୍ତି ହୋଇଥିବା ବୈତରଣୀ ନଦୀ ଶୁଷ୍କ ହୋଇଯିବ। ପ୍ରସିଦ୍ଧ ବାରୁଣୀ ସ୍ନାନ ଇତିହାସ ହୋଇଯିବ। ଯାଜପୁର ଜିଲା ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ହେଉଥିବା ଫସଲ ପାଇଁ ଆଉ ପାଣି ମିଳିବ ନାହିଁ। ଏହି ନଦୀଜଳରେ ୫ଟି ସ୍ଲରି ପାଇପ୍‌ ଲାଇନ୍‌ ନିର୍ମାଣ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଯାଜପୁର ଜିଲାବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବରୁ ଯୋଡ଼ାରୁ ପାରାଦୀପକୁ ଏସାର ଷ୍ଟିଲ୍‌ର ସ୍ଲରି ପାଇପ୍‌ଲାଇନ କାର୍ଯ୍ୟ ଚାଲିଥିବାବେଳେ କଳିଙ୍ଗନଗରକୁ ବିଆରପିଏଲ୍‌ର ସ୍ଲରି ପାଇପ୍‌ଲାଇନ ଯୋଗେ ଲୁହାପଥର ପରିବହନ ଜାରି ରହିଛି। କେନ୍ଦୁଝର ଜିଲା ଯୋଡା ଖଣି ଅଞ୍ଚଳରୁ ପାଇପ୍‌ ଯୋଗେ ଲୁହାପଥର ଓ ପାଣି ଲୁଟ୍‌ କରିବା ପାଇଁ କେତେକ କମ୍ପାନୀ ଧାଡ଼ି ଲଗାଇଛନ୍ତି। ପାଇପ୍‌ ବିଛା ନାମରେ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଜଙ୍ଗଲ ଧ୍ୱଂସ ହେଉଥିବା ଅଭିଯୋଗ ହେଉଛି। ଏହା ପ୍ରାୟ ୭୦ କିମି ସଂରକ୍ଷିତ ଜଙ୍ଗଲ, ୩୦ କିମି ସୁରକ୍ଷିତ ଜଙ୍ଗଲ ଓ ୨୦ କିମି ଅନ୍ୟାନ୍ୟ ଜଙ୍ଗଲ ଦେଇ ଯାଉଥିବା କୁହାଯାଉଛି। ବଡ଼ବିଲ, ରିମୁଲି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ୍‌, କଳିଙ୍ଗନଗର, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ୍‌ ବିଛା କାମ ଚାଲିଛି। ଭୂତଳ ପାଇପ୍‌ ଯୋଗେ ଲୁହାପଥର ପରିବହନ ପ୍ରକଳ୍ପ ଯଦି ହୋଇ ନ ଥାନ୍ତା ଯୋଡ଼ା, ବଡ଼ବିଲଠାରୁ ପାରାଦୀପ ପର୍ଯ୍ୟନ୍ତ ଲୁହାପଥର ପରିବହନ କରି ଯାଜପୁର ଓ କେନ୍ଦୁଝର ଜିଲାର ୫୦ହଜାରରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଲାଭବାନ୍‌ ହୋଇଥାନ୍ତେ ବୋଲି ମତପ୍ରକାଶ ପାଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି ଯେ, ଜେଏସ୍‌ଡବ୍ଲ୍ୟୁ ବୈତରଣୀ ନଦୀର ମିରିଗିସିଂହାଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରି ବର୍ଷାଦିନେ ପାଣି ଉତ୍ତୋଳନ କରିବ। କାନପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଇନଟେକ୍‌ ୱେଲ୍‌ ସେଠାକୁ ସ୍ଥାନାନ୍ତର କରାଯିବ। କାନପୁର ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରାୟ ୧୬୦୦ ମିଟର ଦୂରରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରାଯିବ। ତେବେ ଜଳସମ୍ପଦ ବିଭାଗର ସମୀକ୍ଷାରୁ ଜଣାପଡିଛି ଯେ, ରବି ଏବଂ ଖରାଦିନିଆ ଚାଷରେ ଜଳର ଅଭାବ ରହିବ। ତେଣୁ କମ୍ପାନୀ ଫେବୃୟାରୀଠାରୁ ଜୁନ ପର୍ଯ୍ୟନ୍ତ କାନପୁର ଡ୍ୟାମ୍‌ରୁ ପାଣି ନ ଉଠାଇଲେ ଅତିକମ୍‌ରେ ୭୫ ପ୍ରତିଶତ ରବି ଓ ଖରାଦିନିଆ ଚାଷ ହୋଇପାରିବ। ଏହିକ୍ରମରେ ଜେଏସ୍‌ଡବ୍ଲ୍ୟୁ କାରଖାନା ପରିସରରେ ଏକ ଜଳଭଣ୍ଡାର ନିର୍ମାଣ କରି ଆବଶ୍ୟକ ଜଳ ଅଭାବ ପୂରଣ କରିପାରିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?