ପଢ଼ାବେଳେ ନିଦ

ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ। ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ। ଠିକ୍‌ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡ଼େ ଆଖି, ଆଉ ଏଥିପାଇଁ ବ୍ୟାହତ ହୁଏ ପାଠ ପଢ଼ା। ଏମିତିରେ କେତେକ ଉପାୟ ନିଦ ଦୂର କରିବାରେ ବେଶ୍‌ ସାହାଯ୍ୟ କରେ…

ମୁଣ୍ଡ ଉପରେ ପରୀକ୍ଷା ଚିନ୍ତା। ସବୁବେଳେ ବହି ଉପରେ ଆଖି। ହେଲେ ପଢ଼ିବା ବେଳେ ଆସୁଛି ନିଦ, ଯାହାକି ବଢ଼ାଉଛି ଟେନ୍‌ସନ୍‌। ତେବେ ଏପରି ହୁଏ କାହିଁକି, ଜାଣିବା ଏହାର ବିଭିନ୍ନ କାରଣ ଓ ନିରାକରଣ ସମ୍ପର୍କରେ…
ଶୋଇବା ସମୟ ସ୍ଥିର କରନ୍ତୁ: ପଢ଼ିବାବେଳେ ନିଦ ଆସିବା ସମସ୍ୟା ସାଧାରଣତଃ ପିଲାଠୁ ବୃଦ୍ଧ ପ୍ରାୟ ସଭିଙ୍କଠାରେ ଦେଖାଦିଏ। ପଢ଼ାବହି, ଗପବହିଠୁ ଆରମ୍ଭ କରି ଖବରକାଗଜ ଓ ମାଗାଜିନ୍‌ ଆଦି ପଢ଼ିବାବେଳେ ଶରୀର ଏବଂ ମନ ସ୍ଥିର ରହୁଥିବାରୁ ଅନେକଙ୍କ ଆଖିକୁ ନିଦଆସେ। ନିଦ୍ରାହୀନତା ଭୋଗୁଥିବା ରୋଗୀକୁ ନିଦ ଆସିବା ଲାଗି ରିଡିଂ ଥେରାପି ଦିଆଯାଇଥାଏ। ତେବେ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରୀଛାତ୍ର ରାତି ଅନିଦ୍ରା ହେବା କିମ୍ବା ଆବଶ୍ୟକତାଠାରୁ ଖୁବ୍‌ କମ୍‌ ଶୋଉଥିବାରୁ ପଢ଼ିବା ଲାଗି ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବାମାତ୍ରେ ନିଦ ଆସିଥାଏ। ଫଳରେ ପାଠ ଭଲ ଭାବେ ମନେ ରହି ନଥାଏ। ତେଣୁ ଏପରି ନ ହେବା ଲାଗି ପଢ଼ିବା ସହିତ ମସ୍ତିଷ୍କକୁ ଆରାମ ଦେବା ଲାଗି ଶୋଇବା ପାଇଁ ମଧ୍ୟ ସମୟ ବାହାର କରନ୍ତୁ।
ସ୍ଥାନ ପରିବର୍ତ୍ତନ କରନ୍ତୁ: ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ପଢ଼ିବା ଦ୍ୱାରା ମସ୍ତିଷ୍କ ଏବଂ ଆଖିର ମାଂସପେଶୀ ଥକିଯାଏ ଓ ନିଦ ଆସେ। ହେଲେ ପଢ଼ିବାବେଳେ ବାରମ୍ବାର ନିଦ ଆସିଲେ ସ୍ମରଣ ଶକ୍ତି ପ୍ରଭାବିତ ହୋଇପାରେ। ତା’ଛଡ଼ା ଆଖିରେ ମଧ୍ୟ ଚାପ ପଡ଼ିଥାଏ। ତେଣୁ ନିଦ ଆସିବାମାତ୍ରେ କିଛି ସମୟ ଉଠିଯାଆନ୍ତୁ ଏବଂ ୫-୧୦ ମିନିଟ୍‌ ଚାଲନ୍ତୁ। ପାଣି ପିଇଲେ ଏବଂ କିଛି ହାଲୁକା ଖାଦ୍ୟ ଖାଇଲେ ନିଦ ଛାଡ଼ିଯିବ।
ଲେଖା ଅଭ୍ୟାସ ସବୁଠୁ ଭଲ: ପଢ଼ିବାବେଳେ ଅଧିକ ସମୟ ବସିବା ଦ୍ୱାରା ଶାରୀରିକ ପରିଶ୍ରମ ଆଦୌ ନ ଥାଏ, ତେଣୁ ମାଂସପେଶୀ କାର୍ଯ୍ୟ ନ କରୁଥିବାରୁ ନିଦ ଆସିଥାଏ। ଏପରି ନ ହେବା ଲାଗି ଉତ୍ତମ ଉପାୟ ହେଉଛି ଲେଖିବା। କେବଳ ନ ପଢ଼ି ଏକ ରଫ୍‌ ନୋଟ୍‌ରେ ଲେଖିବା ଦ୍ୱାରା ହାତର ମାଂସପେଶୀ ଚଳପ୍ରଚଳ ହେବା ଦ୍ୱାରା ନିଦ ଆସି ନ ଥାଏ। ତା’ଛଡ଼ା ପଢ଼ିବା ପରେ ଲେଖିବା ଦ୍ୱାରା ପାଠ ଶୀଘ୍ର ମନେରହିଥାଏ।
ଠିକ୍‌ ରଖନ୍ତୁ ସିଟିଂ ପୋଜିଶନ: ଅନେକ ଛାତ୍ରୀଛାତ୍ର ଆରାମ ଲାଗିବା ପାଇଁ ବସିବା ବଦଳରେ ଖଟ, ସୋଫା ଆଦି ସ୍ଥାନରେ ଶୋଇ ରହି ପଢ଼ନ୍ତି। ଏହା ମଧ୍ୟ ନିଦ ଲାଗିବାର ଆଉ ଏକ ବଡ଼ କାରଣ। ତା’ଛଡ଼ା ଅଧିକ ସମୟ ପେଟମାଡ଼ି ଶୋଇ ପଢ଼ିବା ଦ୍ୱାରା ପେଟ, ଅଣ୍ଟା, ବେକ ଆଦିରେ ଚାପ ପଡ଼ି ଯନ୍ତ୍ରଣା ହୋଇପାରେ। ତେଣୁ ଏପରି ନ କରି ଚେୟାର ଟେବୁଲ୍‌ରେ ବସି ପଢ଼ନ୍ତୁ।
ଲାଇଟ୍‌ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ନିଜ ପଢ଼ା ସ୍ଥାନ ଏପରି ବାଛନ୍ତୁ, ଯେଉଁଠାରେ ଦିନରେ ସୂର୍ଯ୍ୟାଲୋକ ଆସୁଥିବ କିମ୍ବା ଦିନ ଅବା ରାତିରେ ଭଲ ଲାଇଟ୍‌ ପଡ଼ୁଥିବ। ନଚେତ୍‌ ପଢ଼ାଘରେ ଲାଇଟ୍‌ ବ୍ୟବସ୍ଥା ଠିକ୍‌ ନ ରହିଲେ ବା ଅନ୍ଧାରିଆ ରହିଲେ ପଢ଼ିବା ବେଳେ ମଧ୍ୟ ନିଦ ଆସିଥାଏ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ତା’ଛଡ଼ା କମ୍‌ ଲାଇଟ୍‌ରେ ପଢ଼ିଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।
ସବୁ ବିଷୟକୁ ଧ୍ୟାନ ଦିଅନ୍ତୁ: ଅନେକେ ଭାବନ୍ତି କଷ୍ଟ ଲାଗୁଥିବା ବିଷୟଗୁଡ଼ିକୁ ଅଧିକ ସମୟ ପଢ଼ିଲେ ମନେରହିବ। ଆଉ ସେଥିପାଇଁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ବିଷୟକୁ ପଢ଼ନ୍ତି। ହେଲେ ଏହାଦ୍ୱାରା ନିଦ ଆସିଥାଏ। ତେଣୁ ଯେଉଁ ବିଷୟ ପଢ଼ିଲେ ନିଦ ଆସୁଛି ତା’କୁ ରାତି ବଦଳରେ ଦିନ କିମ୍ବା ସଂଧ୍ୟାରେ ପଢ଼ନ୍ତୁ।
ଖାଇବା ପରେ ପରେ ପଢ଼ନ୍ତୁ ନାହିଁ: ଖାଇବା ପରେ ଖାଦ୍ୟ ହଜମ ହେବା ଲାଗି ପାକସ୍ଥଳୀ ଅମ୍ଳଜାନ ଆବଶ୍ୟକ କରେ। ତେଣୁ ଏ ସମୟରେ ପଢ଼ିଲେ ବାରମ୍ବାର ହାଇ ଆସିବା ସହ ନିଦ ଲାଗିଥାଏ। ତେଣୁ ଖାଇବା ପରେ ଶରୀରକୁ କିଛି ସମୟ ବିଶ୍ରାମ ଦିଅନ୍ତୁ, ଯେପରି ଖାଦ୍ୟ ଭଲ ଭାବେ ହଜମ ହୋଇଯିବ। ଏହା ପରେ ପଢ଼ିଲେ ନିଦ ଆସିବ ନାହିଁ ଏବଂ ପାଠ ଭଲ ମନେରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri