Posted inଜାତୀୟ

ନିଦ୍ରା ହେଲା ମହାନିଦ୍ରା: ଶୋଇଥିବା ୧୫ ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌, ଶୋକ ପ୍ରକାଶ କଲେ ମୋଦି

ସୁରଟ,୧୯।୧: ଗୁଜରାଟର ସୁରଟରେ ମଙ୍ଗଳବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ୧୫ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ଡମ୍ପର୍‌ ମାଡ଼ି ଯାଇଛି। କୋସମ୍ବା ଅଞ୍ଚଳର କିମ୍‌ ମାଣ୍ଡବି ରୋଡ୍‌ର ଫୁଟପାଥ୍‌ରେ ହାଲିଆ ହୋଇ ଶୋଇଥିବା ଶ୍ରମିକଙ୍କ ଉପରେ ନିୟନ୍ତ୍ରଣ ହରାଇ ଡମ୍ପର ମାଡ଼ି ଯାଇଛି। ଘଟଣାସ୍ଥଳରେ ଜଣେ ବାଳିକାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ୩ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଘଟିଛି। ବିପରିତ ଦିଗରୁ ଏକ ଆଖୁ ବୋଝେଇ ଟ୍ରାକ୍ଟର ଆସୁଥିଲା। ଡମ୍ପର ଚାଳକ ଟ୍ରାକ୍ଟରକୁ ରାସ୍ତା ଦେବାକୁ ଯାଇ ଏଭଳି ଦୁର୍ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଡମ୍ପର ଚାଳକ ଏବଂ କ୍ଲିନରଙ୍କ ସମେତ ୬ ଜଣ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ସୁରଟ ଡିଏସ୍‌ପି ସି.ଏମ୍‌. ଜାଡେଜା କହିଛନ୍ତି। ଶ୍ରମିକମାନେ ରାଜସ୍ଥାନର ବଂସଓ୍ବାଡ଼ା ଜିଲାର ବାସିନ୍ଦା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯିବ ଲାଗି ମୋଦି ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯିବ ଲାଗି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଖିମପୁର ଖେରି ହିଂସା ଘଟଣାର ସିନ୍ ରିକ୍ରିଏଶନ

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ଗୁରୁବାର ଏସ୍‌ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି । ଗୁରୁବାର ଏହି ଟିମ୍...

ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍‌’: ମୋଦି

ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍‌ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ...

ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି

ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା...

ପିଲାଙ୍କୁ କରାଟେ ଶିଖାଇଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ୍‌,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଳିଛି। ଏହି ଯାତ୍ରା ଗୁରୁବାର ରୁଦ୍ରାରାମ ଗ୍ରାମରୁ ଆରମ୍ଭ ହୋଇଥିଲା। ଏହି...

ଆର୍ଯ୍ୟ ସମାଜର ବିବାହ ପ୍ରମାଣକୁ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୬: ପ୍ରେମ ବିବାହକୁ ନେଇ ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଇଥିବା ପ୍ରମାଣ ପତ୍ରର ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ନାମାଙ୍କନ ଦାଖଲ ପୂର୍ବରୁ ୩୦ଲକ୍ଷ ଜରିମାନା ଦେଲେ ଆଜମଙ୍କ ସ୍ତ୍ରୀ

ରାମପୁର,୧।୧୦: ଉତ୍ତରପ୍ରଦେଶ ରାମପୁରରୁ ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଥିବା ଆଜମ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ନିଜ ପାଇଁ...

ଗେହଲଟଙ୍କ ନେତା ସୋନିଆ ଗାନ୍ଧୀ ନା ବସୁନ୍ଧରା ରାଜେ: ପାଇଲଟ

ଜୟପୁର,୯।୫: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ଧୌଲପୁରରେ ମୁଖ୍ୟମନ୍ତ୍ରୀ  ଗେହଲଟଙ୍କ ଭାଷଣ...

୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ ହେବ ଜଲିକାଟୁ

ମଦୁରେ,୧୧।୧: ତାମିଲନାଡୁରେ ପୋଙ୍ଗଲ ଅବସରରେ ଖେଳାଯାଉଥିବା ଜଲିକାଟୁ ମଦୁରେ ଜିଲାରେ ୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି। ମଦୁର ଜିଲାପାଳ...

Advertisement
Archives

Model This Week