ଶୀତ ଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇ ଫାଟିବା ଭଳି ସମସ୍ୟା ଦେଖାଯାଏ।
ତେଣୁ ଏହାର ଉପଯୁକ୍ତ ଯତ୍ନ ନ ନେଲେ ତ୍ୱଚା ଫାଟି ବେଳେବେଳେ ରକ୍ତ ବୋହିବା
ଭଳି ସମସ୍ୟା ବି ଦେଖିବାକୁ ମିଳିଥାଏ। ଶୀତଦିନେ ଶୁଷ୍କ ତ୍ୱଚାର କିଭଳି ଯତ୍ନ
ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ.. ଶୀତଦିନେ ତ୍ୱଚା ଅଧିକ ଶୁଷ୍କ ହୋଇଯାଉଥିଲେ ପ୍ରଚୁର ପାଣି ପିଅନ୍ତୁ। ଫଳରେ ତ୍ୱଚା ହାଇଡ୍ରେଟ୍‌ ରହିଥାଏ ଏବଂ ରୁକ୍ଷପଣ ଦୂର ହୋଇଥାଏ।

ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରନ୍ତୁ। ତ୍ୱଚାର ଶୁଷ୍କପଣ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଅଧିକ ଖାଆନ୍ତୁ। ବିଶେଷକରି ଋତୁକାଳୀନ ଫଳ ଓ ପନିପରିବାକୁ ଅଧିକ ଖାଆନ୍ତୁ। ଏହା ବ୍ୟତୀତ ସୁପ୍‌, ସାଲାଡ, ଜୁସ୍‌ ଏବଂ କ୍ଷୀର ମଧ୍ୟ ନିଜ ଡାଏଟରେ ସାମିଲ କରନ୍ତୁ।

ଶୀତଦିନେ ପିଇବା ପାଇଁ ହେଉ ବା ସ୍ନାନ କରିବା ପାଇଁ ହେଉ ଉଷୁମ ପାଣିର ବ୍ୟବହାର କରନ୍ତୁ। କିନ୍ତୁ ସାବଧାନ ଅଧିକ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। କାରଣ ଅଧିକ ଗରମ ପାଣି ସ୍ନାନ କିମ୍ବା ପିଇବା ପାଇଁ ବ୍ୟବହାର କଲେ ତାହା ତ୍ୱଚାର ତୈଳୀୟ ଅଂଶକୁ ନଷ୍ଟ କରି ଅଧିକ ଶୁଷ୍କ କରି ଦେଇଥାଏ।
ସ୍ନାନ କରିବା ପରେ ପରେ ତ୍ୱଚାରେ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।

ଶୀତଦିନେ ସ୍ନାନ କରିବା ସମୟରେ ଯେକୌଣସି ପ୍ରକାରର ତେଲ ମାଲିସ କରନ୍ତୁ, ତ୍ୱଚାର ଶୁଷ୍କପଣ ଦୂର କରିବ।

ନିୟମିତ ବ୍ୟବଧାନରେ ଫେସିଆଲ ମଧ୍ୟ କରାଇ ନିଅନ୍ତୁ। ଏହାଫଳରେ ତ୍ୱଚାରେ ଥିବା ମୃତ ତ୍ୱଚା ବାହାରିଯାଇ ତ୍ୱଚା ନରମ ଓ କୋମଳ ରହିଥାଏ।

ଶୀତଦିନେ ଗରମ ପାଣିରେ ବେଳେବେଳେ ଅଧିକ ସମୟ ସ୍ନାନ କରିବା ପାଇଁ ଇଚ୍ଛା ହୁଏ। କିନ୍ତୁ ଅଧିକ ସମୟ ସ୍ନାନ କରିବା ଫଳରେ ତ୍ୱଚାର ତୈଳୀୟ ଅଂଶ କମ୍‌ ହୋଇଯାଏ। ତେଣୁ ଉଷୁମ ପାଣିରେ ୫ ରୁ ୧୦ ମିନିଟ୍‌ ହିଁ ସ୍ନାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri