ଶୀତ ଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇ ଫାଟିବା ଭଳି ସମସ୍ୟା ଦେଖାଯାଏ।
ତେଣୁ ଏହାର ଉପଯୁକ୍ତ ଯତ୍ନ ନ ନେଲେ ତ୍ୱଚା ଫାଟି ବେଳେବେଳେ ରକ୍ତ ବୋହିବା
ଭଳି ସମସ୍ୟା ବି ଦେଖିବାକୁ ମିଳିଥାଏ। ଶୀତଦିନେ ଶୁଷ୍କ ତ୍ୱଚାର କିଭଳି ଯତ୍ନ
ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ.. ଶୀତଦିନେ ତ୍ୱଚା ଅଧିକ ଶୁଷ୍କ ହୋଇଯାଉଥିଲେ ପ୍ରଚୁର ପାଣି ପିଅନ୍ତୁ। ଫଳରେ ତ୍ୱଚା ହାଇଡ୍ରେଟ୍‌ ରହିଥାଏ ଏବଂ ରୁକ୍ଷପଣ ଦୂର ହୋଇଥାଏ।

ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରନ୍ତୁ। ତ୍ୱଚାର ଶୁଷ୍କପଣ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଅଧିକ ଖାଆନ୍ତୁ। ବିଶେଷକରି ଋତୁକାଳୀନ ଫଳ ଓ ପନିପରିବାକୁ ଅଧିକ ଖାଆନ୍ତୁ। ଏହା ବ୍ୟତୀତ ସୁପ୍‌, ସାଲାଡ, ଜୁସ୍‌ ଏବଂ କ୍ଷୀର ମଧ୍ୟ ନିଜ ଡାଏଟରେ ସାମିଲ କରନ୍ତୁ।

ଶୀତଦିନେ ପିଇବା ପାଇଁ ହେଉ ବା ସ୍ନାନ କରିବା ପାଇଁ ହେଉ ଉଷୁମ ପାଣିର ବ୍ୟବହାର କରନ୍ତୁ। କିନ୍ତୁ ସାବଧାନ ଅଧିକ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। କାରଣ ଅଧିକ ଗରମ ପାଣି ସ୍ନାନ କିମ୍ବା ପିଇବା ପାଇଁ ବ୍ୟବହାର କଲେ ତାହା ତ୍ୱଚାର ତୈଳୀୟ ଅଂଶକୁ ନଷ୍ଟ କରି ଅଧିକ ଶୁଷ୍କ କରି ଦେଇଥାଏ।
ସ୍ନାନ କରିବା ପରେ ପରେ ତ୍ୱଚାରେ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।

ଶୀତଦିନେ ସ୍ନାନ କରିବା ସମୟରେ ଯେକୌଣସି ପ୍ରକାରର ତେଲ ମାଲିସ କରନ୍ତୁ, ତ୍ୱଚାର ଶୁଷ୍କପଣ ଦୂର କରିବ।

ନିୟମିତ ବ୍ୟବଧାନରେ ଫେସିଆଲ ମଧ୍ୟ କରାଇ ନିଅନ୍ତୁ। ଏହାଫଳରେ ତ୍ୱଚାରେ ଥିବା ମୃତ ତ୍ୱଚା ବାହାରିଯାଇ ତ୍ୱଚା ନରମ ଓ କୋମଳ ରହିଥାଏ।

ଶୀତଦିନେ ଗରମ ପାଣିରେ ବେଳେବେଳେ ଅଧିକ ସମୟ ସ୍ନାନ କରିବା ପାଇଁ ଇଚ୍ଛା ହୁଏ। କିନ୍ତୁ ଅଧିକ ସମୟ ସ୍ନାନ କରିବା ଫଳରେ ତ୍ୱଚାର ତୈଳୀୟ ଅଂଶ କମ୍‌ ହୋଇଯାଏ। ତେଣୁ ଉଷୁମ ପାଣିରେ ୫ ରୁ ୧୦ ମିନିଟ୍‌ ହିଁ ସ୍ନାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri