ଦକ୍ଷତା ବିକାଶ ଓ ଯୁବବର୍ଗ

ଶୁଭନାରାୟଣ ଶତପଥୀ

ଯୁବବର୍ଗଙ୍କ ନିମନ୍ତେ କୌଶଳ ଓ ଦକ୍ଷତାର ଆବଶ୍ୟକତା ଢେର ବେଶି। ଯୁବକ ନିଜର ଶିକ୍ଷା, କୌଶଳକୁ ଯେତେ ଉନ୍ନତ କରନ୍ତି ସେ ସେତେ ଦକ୍ଷ ହୁଅନ୍ତି। ଆଉ ଦକ୍ଷ ବ୍ୟକ୍ତିଟିଏ ହିଁ ସମାଜରେ ସହଜରେ ନିଜର ପତିଆରା ଜାହିର କରେ ଓ ତା’ର ସବୁ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୁଏ। ଏ ଲକ୍ଷ୍ୟ ପୂରଣ ପାଇଁ କେବଳ ସରକାର କାହିଁକି ପ୍ରତ୍ୟେକ ଯୁବବର୍ଗ ନିଜ ପାଇଁ ଚିନ୍ତାକରି ଆଗକୁ ବଢ଼ିବାର ପ୍ରୟାସ କଲେ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଜାତିଗତ ବିକାଶ ସମ୍ଭବ ହେବ।
କେବଳ ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼ାଇଲେ ଯେ ଅର୍ଥ ରୋଜଗାର ସମ୍ଭବ ହେବ ତାହା ନୁହେଁ, ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା ଉଚ୍ଚ ଶିକ୍ଷାଗତ ଯୋଗ୍ୟତାରେ ନିଜ ଦକ୍ଷତା ଆଧାରରେ ଅର୍ଥରୋଜଗାର କ୍ଷତ୍ରରେ ଶୀର୍ଷସ୍ଥାନ ଅଧିକାର କରି ଅନ୍ୟକୁ ରୋଜଗାର ପ୍ରଦାନ କରୁଛନ୍ତି। ଅଧାରୁ କଲେଜ ପାଠ ଛାଡ଼ିଥିବା ବିଲ୍‌ ଗେଟ୍‌ସ ହେଉଛନ୍ତି ବିଶ୍ୱର ଧନିକ ବ୍ୟକ୍ତି ଯିଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା, ମାର୍କ ଜୁକରବର୍ଗ ହେଉଛନ୍ତି ଆଉଜଣେ ଅଧାରୁ ପାଠ ଛାଡ଼ିଥିବା ବ୍ୟକ୍ତିତ୍ୱ ଯିଏ ଫେସ୍‌ବୁକର ଜନକ। ସେପରି ଆଉ ଜଣେ ବିଖ୍ୟାତ କାର୍ଟୁନିଷ୍ଟ ଓ ଡିସନି କମ୍ପାନୀର ମାଲିକ ଓାଲ୍ଟ ଡିସନି। ଏମିତି ଅନେକ ସଫଳ ବ୍ୟକ୍ତି ଯେଉଁମାନେ ଉଚ୍ଚଶିକ୍ଷା ନୁହେଁ ବରଂ ନିଜର ଦକ୍ଷତା ବଳରେ ନିଜେ ପ୍ରତିଷ୍ଠିତ ହେବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ଏହାର ଅର୍ଥ ନୁହେଁ ଯେ ଆମେ ଉଚ୍ଚଶିକ୍ଷାର ଯୋଗ୍ୟତା ହାସଲ କରିବା ନାହିଁ। ଏଣୁ ବୁଦ୍ଧିମାନର କାମ ହେଉଛି, କୌଣସି ଏକ କ୍ଷେତ୍ରରେ ନିଜର ଦକ୍ଷତା ବିକାଶ କରିବା। ମାଟ୍ରିକ ଫେଲ୍‌ଠାରୁ ତଦୂର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ପର୍ଯ୍ୟନ୍ତ କୌଶଳ ବିକାଶ ଯୋଜନାଗୁଡ଼ିକ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ଦେଖାଯାଉଛି ଏ ସମ୍ବନ୍ଧରେ ଅନେକ ଯୁବତୀଯୁବକଙ୍କ ଅସଚେତନତା ହେତୁ ସେମାନେ ପାରମ୍ପରିକ ଶିକ୍ଷା ପଦ୍ଧତିରେ କେବଳ ଯୋଗ୍ୟତା ହାସଲ କରି ଚାକିରି ଖୋଜିବା ପଥରେ ଅଗ୍ରସର ହେଉଛନ୍ତି। ବରଂ ସେମାନେ ଧନ୍ଦାମୂଳକ ବୈଷୟିକ ତାଲିମପ୍ରାପ୍ତ ଶିକ୍ଷା ଗ୍ରହଣ କଲେ ଅଧିକ ରୋଜଗାରକ୍ଷମ ହୋଇପାରିବେ। ଏ ଶିକ୍ଷା କେବଳ ବୈଷୟିକ ତାଲିମ ନୁହେଁ ବରଂ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସୂଚନା ପ୍ରଯୁକ୍ତି ଆଦି କ୍ଷେତ୍ରରେ ନିଜ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ୬ ମାସ ଓ ତା’ଠାରୁ ଊର୍ଦ୍ଧ୍ୱ ସମୟ ତାଲିମ ଗ୍ରହଣ କରି ନିଜକୁ ଉକ୍ତ ବୃତ୍ତିଗତ ଧନ୍ଦାମୂଳକ ରୋଜଗାରରେ ନିୟୋଜିତ କଲେ ଅର୍ଥ ରୋଜଗାର ସହଜ ହୋଇଯିବ। ଏହି କୌଶଳ ଶିକ୍ଷା ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସ୍କଲାରଶିପ, ମାଗଣା ଶିକ୍ଷା ଆଦି କାର୍ଯ୍ୟକାରୀ କରାଯାଉଛି, ଯାହାର ଲାଭ ଉଠାଉଛନ୍ତିିି ମହିଳା, ଅନୁନ୍ନତ ଆଦିବାସୀ, ହରିଜନ ବର୍ଗର ଛାତ୍ରୀଛାତ୍ର। ତା’ଛଡା ଏହି ବ୍ୟବସ୍ଥା ସହ ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ଆଦି ଅନୁବନ୍ଧିତ ହେଉଥିବାରୁ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅର୍ଥ ମଧ୍ୟ ଯୋଗାଇ ଦେଉଛନ୍ତି। ସେହିପରି ବେସରକାରୀ ସଂସ୍ଥାମାନଙ୍କ ସହଭାଗିତାରେ ସାମାଜିକ, ଅର୍ଥନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ପାଠ୍ୟକ୍ରମର ବିକାଶ ଓ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାମରେ ସ୍ବୟଂସହାୟକ ଗୋଷ୍ଠୀ ନିଜକୁ ନିୟୋଜିତ କରି ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି।
ୟୁନିସେଫ ରିପୋର୍ଟ ୨୦୧୯ ଅନୁସାରେ ଅର୍ଦ୍ଧାଧିକ ଦକ୍ଷିଣ ଏସିଆର ଯୁବତୀଯୁବକ ୨୦୩୦ ସୁଦ୍ଧା ରୋଜଗାର ନିମନ୍ତେ ଆବଶ୍ୟକ ଶିକ୍ଷା ଓ କୌଶଳ ହାସଲ କରିବାର ପଥରେ ନାହାନ୍ତି। ଯେଉଁଥିରୁ ଭାରତର ହେଉଛନ୍ତି ୪୭ ଶତକଡା। ଏଥିପାଇଁ ଲୋଡ଼ା କେବଳ ବ୍ୟକ୍ତିଗତ ଆଗ୍ରହ ଓ ନିଜ ପସନ୍ଦର ଧନ୍ଦାକୁ ଚିହ୍ନିବା। ତାହାହେଲେ ଆମ ଦେଶ ବୈଷୟିକ, ଧନ୍ଦାମୂଳକ ବ୍ୟବସାୟ ଓ ଦକ୍ଷତାରେ ଆଗରେ ଥିବା ଦେଶଗୁଡ଼ିକୁ ଆଗାମୀ ଦିନରେ ପଛରେ ପକାଇଦେବ ଏଥିରେ ସନ୍ଦେହ ନାହିଁ। କାର୍ଯ୍ୟ ବା ଶ୍ରମଗୋଷ୍ଠୀଙ୍କୁ ଅତ୍ୟାଧୁନିକ ଓ ଅଧିକ ଦକ୍ଷ କରିବାକୁ ଯାଇ ସେମାନଙ୍କର ଦକ୍ଷତା, କୌଶଳ, ବ୍ୟବହାର, ବ୍ୟକ୍ତିଗତ ଗୁଣ, ମନୋବୃତ୍ତିକୁ ସମୃଦ୍ଧ କରି ତାଙ୍କ ପାଇଁ କାମ କରିବାର ପରିବେଶ ଓ ପରିସ୍ଥିତି ଅନୁକୂଳ କାର୍ଯ୍ୟ ଯୋଗାଇଦେବାର ପ୍ରୟାସ କରାଯାଉଛି, ଯାହାଫଳରେ ସେମାନେ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ସେହିପରି ବର୍ତ୍ତମାନ ସମୟରେ ଯୁବବର୍ଗ ସାମାଜିକ ଦକ୍ଷତା, ସମସ୍ୟା ସମାଧାନ, ଦଳଗତ କାର୍ଯ୍ୟ କରିବା, ନେତୃତ୍ୱ ବିକାଶ, ଯୋଗାଯୋଗ, ଉଚ୍ଚ ଭାବନା, ଆତ୍ମ ନିୟନ୍ତ୍ରଣ, ସକାରାତ୍ମକ ସ୍ବଧାରଣା ଆଦି ବିଷୟରେ ଦକ୍ଷତା ହାସଲ କରିବା ଉଚିତ।
ଆକଳନରୁ ଜଣାଯାଏ, ଆମ ଦେଶରେ ୨୫ବର୍ଷ ଓ ୩୫ ବର୍ଷରୁ କମ୍‌ ବୟସର ଯୁବତୀଯୁବକଙ୍କ ସଂଖ୍ୟା ହେଉଛି ଯଥାକ୍ରମେ ୫୦ ଶତକଡା ଓ ୬୫ ଶତକଡା। ଭାରତର ଅନେକ ଯୁବତୀଯୁବକ ବିଦେଶରେ ରୋଜଗାରକ୍ଷମ ଓ ପ୍ରତିଷ୍ଠିତ। ତଥାପି ଦେଶର ଯୁବବର୍ଗର ସିଂହଭାଗ ବେକାରି ସହ ଏବେବି ଯୁଝୁଛନ୍ତି। ନିଜର ଦକ୍ଷତାକୁ ନ ଚିହ୍ନି ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନ ନେଇ ସେମାନେ ନିର୍ଭରଶୀଳ ହୋଇପଡୁଛନ୍ତି। ଯୁବବର୍ଗଙ୍କ ଭବିଷ୍ୟତ ନିର୍ଦ୍ଧାରଣ ଓ ରୋଜଗାର ନିମନ୍ତେ ଗୋଷ୍ଠୀ ସ୍ତରରେ ଯୁବତୀଯୁବକଙ୍କ ସହଭାଗିତାରେ କୌଶଳ ଓ କ୍ୟାରିୟର ନକ୍ସା ପ୍ରସ୍ତୁତ କରି ସେମାନଙ୍କୁ ଉପଲବ୍ଧ ବ୍ୟବସ୍ଥା ସହ ଯୋଡ଼ିଲେ ଓ ସ୍ଥାନୀୟ ନିଯୁକ୍ତି ସୁବିଧା ସୃଷ୍ଟି କଲେ, ଗଁା ଓ ସହରରେ ବେକାରି ହାର ନିଶ୍ଚୟ କମିବ ଓ ସମସ୍ତ ଯୁବବର୍ଗଙ୍କ ନିମନ୍ତେ ରୋଜଗାର ନିଶ୍ଚିତ ହୋଇପାରିବ। ଏଥିପାଇଁ ଗ୍ରାମପଞ୍ଚାୟତସ୍ତରରେ ଦକ୍ଷ ପରାମର୍ଶ ଦଳ ନିୟୋଜିତ କରିବା ଓ ଯୁବଗୋଷ୍ଠୀଙ୍କ ସ୍ଥିତି ସମୀକ୍ଷା କରିବା ଜରୁରୀ।
ତେବେ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ହେଉଛି ଦେଶର ଏକ ଅଗ୍ରଣୀ ରାଜ୍ୟ। ଗ୍ରାମୀଣ ଯୁବତୀଯୁବକଙ୍କୁ କୌଶଳ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଆମ ରାଜ୍ୟ ଓଡ଼ିଶା କେବଳ ପୁରସ୍କୃତ ହୋଇଛି ତାହା ନୁହେଁ ବରଂ ଶ୍ରେଷ୍ଠ ୧୦୦ଟି ଶିଳ୍ପ ତାଲିମ କେନ୍ଦ୍ର ମଧ୍ୟରେ ଓଡ଼ିଶାର ୬ଟି ସ୍ଥାନ ପାଇଛି। ଏହା ଆମ ପାଇଁ ଗୌରବର ବିଷୟ। ସେହିପରି ଗତ ବର୍ଷ ଶିଶୁ ସୁରକ୍ଷା ୟୁନିଟ ପ୍ରୟାସରେ ପୁରୀ ଜିଲାର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ୨୧ ଜଣ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାଙ୍କୁ ମାଟ୍ରିକ ପାସ୍‌ ପରେ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଯାଇଛି। ଯାହା ସେମାନଙ୍କୁ ୧୮ ବର୍ଷ ପରେ ରୋଜଗାର ଯୋଗାଇବାରେ ସହାୟକ ହେବ। ଏସବୁ ଆମ ଗୋଟିଏ ଗୋଟିଏ ଉହାହରଣ। ତଥାପି ଏକ୍ଷେତ୍ରରେ ବ୍ୟବସ୍ଥିତ ଢଙ୍ଗରେ ଆହୁରି ଆଗକୁ ଯିବାର ବାକି ଅଛି।
ସମ୍ପ୍ରତି ଏ ବିପରୀତ ସମୟ ବାଧକ ସାଜିଛି। କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇଛି ଶିକ୍ଷା, ତାଲିମ, ନିଯୁକ୍ତି ଇତ୍ୟାଦି। ନିଯୁକ୍ତି ବଜାର ସଂକୋଚନ ଓ ତାଲାବନ୍ଦର ପ୍ରଭାବ ଯୁବଗୋଷ୍ଠୀଙ୍କ ଉପରେ ପଡିବା ସ୍ବାଭାବିକ କଥା। ଫଳସ୍ବରୂପ ଅନ୍ତର୍ଜାତୀୟ ଶ୍ରମ ସଂସ୍ଥାର ଆକଳନ ଅନୁଯାୟୀ ୨୦୨୦ରେ ସାରା ବିଶ୍ୱରେ ୮.୭ ଶତକଡା ଯୁବତୀଯୁବକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ହ୍ରାସ ପାଇଛି। ତେବେ ମହାମାରୀ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ନିଜକୁ ଖାପଖୁଆଇ ସ୍ବାବଲମ୍ବନ ହେବା ଓ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାକୁ ଯୁବଗୋଷ୍ଠୀ ଆଗେଇ ଆସିବା ଦରକାର। ଏହାଦ୍ୱାରା ଆମେ ଦକ୍ଷତାସମ୍ପନ୍ନ ଧନ୍ଦାମୂଳକ, ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇପାରିବା।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri