ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….

କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର ମା’ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍‌ ଲାଗି ଖୁବ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ ନ ଥିବା କରିସ୍ମାଙ୍କ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଷ୍ଟୋରୀରେ କିଛି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ପ୍ରଶଂସକ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଯେମିତିକି ୟୁଜର୍ସ ତାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ବିଷୟ ପଚାରିଥିଲେ, ସେ ଉତ୍ତରରେ ବିରିୟାନୀଙ୍କୁ ବୋଲି କହିଥିଲେ। ସେହିପରି ଅନ୍ୟ ଜଣେ ପଚାରିଥିଲେ, ତୁମେ ରଣବୀର କପୁର ନା ରଣବୀର ସିଂଙ୍କୁ ପସନ୍ଦ କର ସେତେବେଳେ କରିସ୍ମା ମୁଁ ଉଭୟଙ୍କୁ ଭଲ ପାଏ ବୋଲି କହିଥିଲେ। ସେହି ସମୟରେ ଜଣେ ଫ୍ୟାନ୍ସ କରିସ୍ମାଙ୍କୁ ଏମିତି ଏକ ପ୍ରଶ୍ନ ପଚାରିଥିଲେ, ଯାହା ଶୁଣି ସେ ଦ୍ୱନ୍ଦରେ ପଡ଼ି ଯାଇଥିଲେ। ପ୍ରଶଂସକ ଜଣକ ପଚାରିଥିଲେ, ପୁଣି ଥରେ ବିବାହ କରିବେ କି? ଯେଉଁଥିରେ ସେ ଦ୍ବନ୍ଦରେ ଥିବା ଫଟୋ ଶେୟାର କରି ଡିପେଣ୍ଡସ କହି ଉତ୍ତର ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କରିସ୍ମା ୨୦୦୩ରେ ବିଜ୍‌ନେସମ୍ୟାନ୍‌ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ୨୦୧୬ରେ ଦୁହେଁ ଅଲଗା ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ, ବିବାହ ଏବଂ ଛାଡପତ୍ର ବିଷୟରେ ସେ ବହୁତ କମ କଥାବାର୍ତ୍ତା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri