ଶ୍ରୀଲଙ୍କା ସରକାର ବିରୋଧରେ ଅନାସ୍ଥା ଆଣିବ ଏସ୍‌ଜେବି

କଲମ୍ବୋ,୯ା୪(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଯୋଗୁ ସାଧାରଣ ଲୋକେ ନାହିଁ ନ ଥିବା ହୀନସ୍ଥା ହେଉଛନ୍ତି। ଲୋକଙ୍କ ସମସ୍ୟା ଦୂର କରିବାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ସରକାର ବିଫଳ ହେଲେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ଏସ୍‌ଜେବି ଶୁକ୍ରବାର ଘୋଷଣା କରିଛି। ରାଷ୍ଟ୍ରପତି ଶାସନ ଉଚ୍ଛେଦ କରାଯାଇ କ୍ଷମତାକୁ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକା ମଧ୍ୟରେ ଭାଗ ଭାଗ କରିବା ଲାଗି ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ଆହ୍ବାନ ଦେଇଛନ୍ତି। ଦେଶରେ ରାଜପାକ୍‌ସେ ଇସ୍ତଫା ଦାବି ଜୋର୍‌ ଧରିଥିବାବେଳେ ସରକାର ଏହାକୁ ଏଡ଼ାଇ ଯାଇପାରିବେ ନାହିଁ। ଯଦି ସରକାର ଇସ୍ତଫା ନ ଦିଅନ୍ତି, ତେବେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ସମାଗି ଜନ ବଲଓ୍ବେଗୟା (ଏସ୍‌ଜେବି) ନେତା ପାର୍ଲାମେଣ୍ଟରେ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଏସ୍‌ଜେବି ଏମ୍‌ପିମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରୁଛି।
ଦେଶରେ ମିଳିତ ସରକାର ଗଠନ ଲାଗି ଗୋଟାବାୟା ପୂର୍ବରୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଖ୍ୟ ବିରୋଧୀ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଗୋଟାବାୟାଙ୍କ ରାଷ୍ଟ୍ରପତିତ୍ୱରେ ଅନ୍ତରୀଣ ସରକାରରେ ରହିବାକୁ ସେ ରାଜି ନୁହନ୍ତି ବୋଲି ପ୍ରେମଦାସା କହିଥିଲେ। ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଏସ୍‌ଜେବି ପ୍ରସ୍ତୁତି ଚଳାଇଛି। ଦେଶରୁ ଆର୍ଥିକ ସଙ୍କଟ ଦୂର କରିବା ଲାଗି ଏସ୍‌ଜେବି ପକ୍ଷରୁ ପ୍ରେମଦାସା ପାର୍ଲାମେଣ୍ଟରେ କେତେକ ପ୍ରସ୍ତାବ ଦେଇଥିଲେ।
ଦରଦାମ୍‌ ବୃଦ୍ଧି ଓ ବିଦ୍ୟୁତ୍‌ କାଟ୍‌କୁ ନେଇ ଅତିଷ୍ଠ ଲୋକେ ରାଷ୍ଟ୍ରପତି ଓ ତାଙ୍କ ପରିବାରର ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇଥିବାବେଳେ ବିରୋଧୀ ଦଳ ଏହାକୁ ସମର୍ଥନ ଜଣାଇଛି। ରାଷ୍ଟ୍ରପତି ଯଦି ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବହିଷ୍କାର କରିବା ଲାଗି ମହାଭିଯୋଗ ଅଣାଯିବା ଆବଶ୍ୟକ ବୋଲି ବିରୋଧୀ ଜେଭିପି ଏମ୍‌ପି ବିଜିଥା ହେରାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri