ଶୁଖୁଆପଡ଼ା ବଦଳରେ କେଶରାଇପୁର

ଚଣ୍ଡିଖୋଲ, ୯ା୪(ଡି.ଏନ୍‌.ଏ): ରାଜ୍ୟ ସରକାର ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ଖଣ୍ଡୋଲାଇଟ୍‌ ପଥର ଆବଶ୍ୟକ କରୁଥିବାରୁ ଏଥିପାଇଁ ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ବୌଦ୍ଧସ୍ତୂପ ପାହାଡ଼ରୁ ଖନନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଶୁଖୁଆପଡ଼ାରୁ ଖନନ କରାଯିବ ବୋଲି ଗତ ଡିସେମ୍ବର ୧୫ରେ ପଲାଇଠାରେ ଜନଶୁଣାଣି ହୋଇଥିଲା। ଏଥିରେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମର ଶୁଖୁଆପଡ଼ା ପାହାଡ଼ରୁ ୪୬.୧୫୯ହେକ୍ଟର ପରିମିତ ଖଣ୍ଡୋଲାଇଟ୍‌ ପଥର ଖଣି ଖୋଳାଯିବା ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଖନନ ହେବାକୁ ଥିବା ଅଞ୍ଚଳରେ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ତେଣୁ ‘ବୁଦ୍ଧାୟନ’ ଓ ନିକଟସ୍ଥ ଶୁଖୁଆପଡ଼ା ଗ୍ରାମବାସୀ ଖଣିଖନନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଏହାପରେ ଓଡ଼ିଶା ଖଣିନିଗମ ପକ୍ଷରୁ ଚଞ୍ଚକତା କରାଯାଇ ଶୁଖୁଆପଡ଼ା ବଦଳରେ କେଶରାଇପୁର ରାଜସ୍ବ ଗ୍ରାମରୁ ଖଣି ଖନନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେଥିପାଇଁ କେଶରାଇପୁର ମୌଜାରେ ପାହାଡ଼ ପାଦଦେଶରେ ନିଗମ ତରଫରୁ ମେଶିନ୍‌ ବସିସାରିଲାଣି। ଏହି ଖନନକୁ କେଶରାଇପୁର ଗ୍ରାମବାସୀ ବିରୋଧ କରି ଯାଜପୁର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଥାଉ କି ପାରାଭାଡ଼ି ପାହାଡ଼ଟି ୩ ରାଜସ୍ବ ଗ୍ରାମ ମଧ୍ୟରେ ଅବସ୍ଥିତ। ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ କେଶରାଇପୁର ଓ ବନ୍ଦରେଶ୍ୱର ଗ୍ରାମ ଥିବାବେଳେ ଏହି ପାହାଡ଼ର ଅନ୍ୟ ଏକ ଅଂଶ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ମୌଜାରେ ରହିଅଛି। ପାହାଡ଼ର ଶିଖର ଦେଶରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ବୌଦ୍ଧସ୍ତୂପ ପାରାଭାଡ଼ି ରହିଥିବା ବେଳେ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ପ୍ରାଚୀନ ବୌଦ୍ଧ ତାରା ମୂର୍ତ୍ତିକୁ ସ୍ଥାନୀୟ ଅଧିବାସୀ ‘ଘଣ୍ଟିଆଶୁଣୀ’ ନାମରେ ଠାକୁରାଣୀ ଭାବେ ପୂଜା କରୁଛନ୍ତି। ପାହାଡ଼ର ପାଦଦେଶରେ ଅଷ୍ଟାଦଶ ଶତାବ୍ଦୀର ପ୍ରାଚୀନ ଲଙ୍ଗୁଳିମଠ ରହିଛି। ୨୦୦୫ରେ ଦର୍ପଣ ତହସିଲ ତରଫରୁ ଏହି ପାହାଡ଼କୁ ଖନନ କରାଯିବାକୁ ଲିଜ୍‌ ଦିଆଯିବାରୁ ବୌଦ୍ଧ କୀର୍ତ୍ତିରାଜି ସୁରକ୍ଷାରେ ଥିବା ସଂସ୍ଥା ‘ବୁଦ୍ଧାୟନ’ ତରଫରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାକୁ ନେଇ ଯାଜପୁରର ତତ୍କାଳୀନ ଜିଲାପାଳ ଶାଶ୍ୱତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ପାହାଡ଼ର ଅନୁଧ୍ୟାନ କରିଥିଲେ। ଏଥିରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ), ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ସମେତ ବିଭିନ୍ନ ଅଧିକାରୀ ଯୋଗଦେଇଥିଲେ। ପାହାଡ଼କୁ ଅନୁଧ୍ୟାନ କଲାପରେ କମିଟି ତରଫରୁ ସୂଚନା ଦିଆଯାଇଥିଲା ଯେ, ପାହାଡ଼ ଉପରି ଭାଗରେ ବୌଦ୍ଧସ୍ତୂପ ପାରାଭାଡ଼ି ରହିଥିଲାବେଳେ ଏହାର ଉତ୍ତର ପାର୍ଶ୍ୱରେ କେଶରାଇପୁର ମୌଜାରେ ବୌଦ୍ଧ କୀର୍ତ୍ତିରାଜି ହାତିଖାଲ ରହିଛି। ତେଣୁ ଏହି ପରିଧିକୁ ମାପିବା ପରେ ପାହାଡ଼ ଖନନ ସମ୍ଭବ ନୁହେଁ ବୋଲି ସେମାନେ ଜଣାଇଥିଲେ। ଯଦ୍ଦ୍ବାରା ସେତେବେଳେ ଲିଜ୍‌ ଦିଆଯାଇଥିବା ଅଂଶକୁ ବାତିଲ କରାଯାଇଥିଲା। ଏବେ ପୁନର୍ବାର ଏହି ପାହାଡ଼ର କେଶରାଇପୁର ମୌଜାରୁ ୪୬.୧୫୯ହେକ୍ଟର ଲିଜ୍‌ ପ୍ରଦାନ କରାଯାଇଥିବାବେଳେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମର ଶୁଖୁଆପଡ଼ା ଅଞ୍ଚଳରୁ ଏ୧.୪୨ଡିସିମିଲ ଲିଜ୍‌ ପ୍ରଦାନ କରାଯାଇଛି। ଓଏମ୍‌ସି ତରଫରୁ ଏହାକୁ ଚଞ୍ଚକତା କରାଯାଇ ଶୁଖୁଆପଡ଼ା ଅଞ୍ଚଳରୁ ଖନନ କରାଯିବା କଥା କୁହାଯାଉଥିବାବେଳେ ସେଠାରୁ ଖନନ ନ କରି ଏବେ କେଶରାଇପୁର ମୌଜାରୁ ଖନନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଐହାକୁ ନେଇ ଗ୍ରାମବାସୀ ଗତ ସୋମବାର ବନ୍ଦ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଓଏମ୍‌ସିର ଖଣ୍ଡୋଲାଇଟ୍‌ ଖଣି ପରିଚାଳକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କୁହନ୍ତି ଯେ, ବର୍ତ୍ତମାନ କେଶରାଇପୁର ଅଞ୍ଚଳରୁ ଖୋଳା ଯାଉଛି, ପରବର୍ତ୍ତୀ ସମୟରେ ଶୁଖୁଆପଡ଼ା ଅଞ୍ଚଳରୁ ଖନନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା...

ପିପିଲି ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ ମିଳିବ ୭ ଦିନ ସମୟ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରେସମିଟ୍‌ କରି କହିଛନ୍ତି,...

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା...

ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ନାବାଳିକା ଗୁରୁତର; ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

ଓଡ଼ଗାଁ,୧୦ା୩(ସ୍ବ.ପ୍ର.)- ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ଓ ନନ୍ଦିଘୋରଠାରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...

ତୁଡିଗଡିଆରେ ୭୭ତମ ଶହୀଦ ଦିବସ ‘ଶହୀଦଙ୍କ ତ୍ୟାଗକୁ ଯୁବପିଢି ଅନୁସରଣ କରନ୍ତୁ’

ଖଇରା, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆଠାରେ ୭୭ତମ ଶହୀଦ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ କୋର୍ଟଚାଲାଣ

କୋରୁକୋଣ୍ଡା,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୧୪୦ କେଜି ୩୫୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ...

ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ...

ବିଭୀଷିକା

ଲହୁ ଓ ଲୁହରେ ଭିଜିଛି ବାହାନଗା ମାଟି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏଠାରେ ଘଟିଥିବା ୩ ଟ୍ରେନ ଦୁର୍ଘଟଣା ୨୮ବର୍ଷର ରେକର୍ଡ ଭାଙ୍ଗିଛି। ଉଦ୍ଧାର...

Advertisement
Archives

Model This Week