Posted inରାଜ୍ୟ

୬ଷ୍ଠ ଅର୍ଥ କମିଶନ ଗଠିତ, ଅରୁଣ ପଣ୍ଡା ଅଧ୍ୟକ୍ଷ

ଭୁବନେଶ୍ୱର,୨୩ା୧(ଅନିଲ ଦାସ): ରାଜ୍ୟ ସରକାର ବୁଧବାର ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟ ରହିଛନ୍ତି। ବୁଧବାର ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ନିଜ କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅରୁଣ କୁମାର ପଣ୍ଡା ଥିବାବେଳେ ସଦସ୍ୟ ଭାବେ ଏକ୍ସଆଇଏମ୍‌ବି ପ୍ରଫେସର ଅସିତ୍‌ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିଆଇଏସ୍‌ଏସ୍‌)ର ବିଭୁପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥଙ୍କୁ ସାମିଲ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ ରହିବ। ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍‌ ସେବା ପ୍ରଦାନ କରିପାରିବେ। ସଦସ୍ୟ ସଚିବ ନିଜର କାର୍ଯ୍ୟ ସହ ଆୟୋଗ ନିମନ୍ତେ ପୂର୍ଣ୍ଣକାଳୀନ ସେବା ଦେବେ।
କମିଶନଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୬ ମାସ ପାଇଁ ବୈଧ ରହିବ। କମିଶନ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିସ କରିବେ। ରାଜ୍ୟ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତା’ର ମଧ୍ୟ ସମୀକ୍ଷା କରିବେ।କମିଶନ ଯେଉଁସବୁ ସୁପାରିସ ତାଙ୍କ ରିପୋର୍ଟରେ କରିବେ, ତାହା କେଉଁ ମାନକ ଆଧାରରେ ପ୍ରସ୍ତୁତ କରିଛନ୍ତି ସେ ନେଇ ସରକାରଙ୍କୁ ଅବଗତ କରାଇବେ। ଆୟୋଗ ମୁଖ୍ୟତଃ ରାଜ୍ୟ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା ମଧ୍ୟରେ ଟିକସ ଆବଣ୍ଟନ, ଦାୟିତ୍ୱ, ରାଜ୍ୟ ଦ୍ୱାରା ସଂଗୃହୀତ ଟୋଲ୍‌ ଓ ଫି ଆଦି ସମ୍ପର୍କରେ ନିଜର ରିପୋର୍ଟ ଦେବେ।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା ଦ୍ୱାରା କେଉଁସବୁ କ୍ଷେତ୍ରରେ ଟିକସ, ଦାୟିତ୍ୱ, ଟୋଲ୍‌ ଓ ଫି ନିର୍ଦ୍ଧାରଣ କରାଯିବ ତାହା ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇବେ। ରାଜ୍ୟର କନ୍‌ସୋଲିଡେଟେଡ୍‌ ପାଣ୍ଠିରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥାକୁ କେତେ ଅନୁଦାନ ଦିଆଯିବ ତାହା କମିଶନ ସୁପାରିସ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri