ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ

ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍‌ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍‌ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍‌ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ ପର୍ଯ୍ୟନ୍ତ ଆଇଏନ୍‌ଏସ୍‌ ଗରୁଡ଼ାରେ ପହଞ୍ଚି ନାହାନ୍ତି କି ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ତାଙ୍କ ମା’ ନିତ୍ତ ପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୋଲିସ ଓ ନୌସେନାକୁ ନିବେଦନ କରିଛନ୍ତି। ପୋଲିସ ଏ ନେଇ ଏମ୍‌ଏମ୍‌ଆର ୦୨/୨୫ରେ ଷ୍ଟେଶନ ଡାଏରୀ କରିଛି। ସୌରଭଙ୍କର ଲୋକେଶନ ଜାଣିବା ପାଇଁ ଟ୍ରାକିଂ ଜାରି ରଖିଛି। ଶେଷ ମୋବାଇଲ ଲୋକେଶନ ଇଚ୍ଛାପୁରମ୍‌ ଥିବା ଜଣାପଡିଛିି।
ସୌରଭଙ୍କ ଭାଇ ସମୀରଙ୍କ ସୂଚନା ପ୍ରକାରେ, ୨୦୧୯ରୁ ସୌରଭ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏନଏସ ଗରୁଡ଼ାରେ ତାଙ୍କର ନିଯୁକ୍ତି ଥିଲା। ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ କୋଚି ଫେରିବାର ଥିଲା। ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ ଟିକେଟ ହୋଇଥିଲା। ସମୀର କହିଛନ୍ତି ଯେ, ୧୮ ତାରିଖ ରାତି ୩ଟାରେ ପରିବାର ଲୋକେ ବ୍ରହ୍ମପୁର ଷ୍ଟେଶନରେ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ। ଅପରାହ୍ନରେ ତାଙ୍କର ଫ୍ଲାଇଟ ଥିଲା। ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କୁ ଖୋଜିଥିଲେ। କିନ୍ତୁ ସେ ସେଠାରେ ସେ ଚେକ୍‌ ଇନ କରି ନ ଥିବା ଜଣାପଡିଥିଲା। ଏହାପରେ କୋଚି ଆଇଏଏସ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକେ। ସୌରଭ ସେଠାରେ ବି ନ ଥିବା ଅଧିକାରୀ ଫୋନ୍‌ରେ ଜଣାଇଥିବା ସମୀର କହିଛନ୍ତି। ପୋଲିସ ସୌରଭଙ୍କ ମୋବାଇଲ ଲୋକେଶନ ଯାଞ୍ଚ କରିଥିଲା। ଇଚ୍ଛାପୁରମ ତାଙ୍କର ଶେଷ ମୋବାଇଲ ଲୋକେଶନ ଥିବା ଜଣାପଡିଛି। ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୋଲିସ। ଟାଉନ ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ କହିଛନ୍ତି, ଅଭିଯୋଗ ପରେ ସୌରଭଙ୍କୁ ଖୋଜାଖୋଜି କରାଯାଉଛି। ବିଶାଖାପାଟଣା ଏୟାର ପୋର୍ଟ ଅଥରିଟିଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ପଠାଯାଇଛି ବୋଲି ସେ କହିଛନ୍ତି। ରେଳ ଧାରଣା କଡ଼ରୁ ନୌସେନା ଅଧିକାରୀ ସୌରଭଙ୍କ ଆଇଡି କାର୍ଡ ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ରେଳଷ୍ଟେଶନରୁ ସେ ବାହାରକୁ ଆସିଥିବା ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି। ସୌରଭଙ୍କ ଘରେ ତାଙ୍କର ଲାପଟପ ରହିଥିବା ମଧ୍ୟ ଜଣାପଡିଛି। ବଡ଼ବଜାର ପୋଲିସ ଓ ରେଳବାଇ ପୋଲିସ ପକ୍ଷରୁ ତାଙ୍କର ଗତିବିଧି ଉପରେ ଲଗାତାର ଟ୍ରାକିଂ କରାଯାଉଛି ବୋଲି ଟାଉନ ଥାନାଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri