ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ। ଯାହାଦ୍ୱାରା ମୁଦ୍ରୀକରଣ ପ୍ରକ୍ରିୟାକୁ ପୁନର୍ବାର ଟ୍ରାକରେ ରଖାଯାଇପାରିବ। ଏହି ଆର୍ଥିକ ବର୍ଷ ପାଇଁ ବଜେଟ ଧାର୍ଯ୍ୟ ଲକ୍ଷ୍ୟଠାରୁ ମୁଦ୍ରୀକରଣର ଗତି ବହୁତ କମ ରହିଛି।

ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାତୀୟ ମୋନେଟାଇଜେଶନ ପାଇପଲାଇନ ଅଧୀନରେ ୧.୬ ଲକ୍ଷ କୋଟି ରାଜସ୍ବ ପ୍ରାପ୍ତି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ସାତ ମାସରେ ସରକାରଙ୍କ ମୋନେଟାଇଜେଶନରୁ ଆୟ ମାତ୍ର ୩୩,୪୪୩ କୋଟି ହୋଇପାରିଛି। ନୂତନ ସମ୍ପତ୍ତି ବିକ୍ରୟରୁ ଏହାର ରାଜସ୍ବ ୧.୨୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ଆଶା କରିଛି।

ରେଳବାଇ, ଟେଲିକମ ଏବଂ ପେଟ୍ରୋଲିୟମ ସମେତ ଅନେକ ମନ୍ତ୍ରଣାଳୟ ଅଛି, ଯାହା ଲକ୍ଷ୍ୟଠାରୁ ବହୁ ଦୂରରେ ପଛୁଆ ରହିଛନ୍ତି। ଏହି ଦିଗରେ ଗତି ତ୍ୱରାନୱିତ କରିବାକୁ ସେମାନଙ୍କୁ କୁହାଯାଇଛି। ରେଳବାଇକୁ ୩୦ ହଜାର କୋଟି ଟଙ୍କା ହାସଲ ଧାର୍ଯ୍ୟ କରାଯାଇଥିବାବେଳେ ଏହାର ରାଜସ୍ବ ସଂଗ୍ରହ ଏପର୍ଯ୍ୟନ୍ତ ୪,୯୯୯ କୋଟିରେ ପହଞ୍ଚିଛି। ଟେଲିକମ ମନ୍ତ୍ରଣାଳୟକୁ ୨୦,୧୮୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ମାତ୍ର ୪,୭୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଜାରି ରଖିଛି। ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ମନ୍ତ୍ରଣାଳୟ ଦ୍ୱାରା କୌଣସି ସମ୍ପତ୍ତିର ମୋନେଟାଇଜେଶନ ହେବାର ସମ୍ଭାବନା ନାହିଁ।

ସେହିଭଳି ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଚଳିତ ଆର୍ଥିକ ବର୍ଷ ପାଇଁ ମୋନେଟାଇଜେଶନ ଲାଗି ୯,୧୭୬ କୋଟି ଟଙ୍କାର ରାଜସ୍ବ ଧାର୍ଯ୍ୟ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ପ୍ରାୟ ୨ ହଜାର କୋଟିରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଯେଉଁ ମନ୍ତ୍ରଣାଳୟ ସେମାନଙ୍କ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହାଁନ୍ତି ସେମାନଙ୍କୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କୁହାଯାଇଛି। ଏହି ପ୍ରସଙ୍ଗରେ ଜଡିତ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ମନ୍ତ୍ରଣାଳୟ ଏବଂ ବିଭାଗକୁ ମଧ୍ୟ ସରକାର ଏକ ଗାଇଡଲାଇନ ପଠାଉଛନ୍ତି। ତାଙ୍କ କହିବାନୁସାରେ, ଏହି ପଦକ୍ଷେପ ନିଆଯାଇଛି ଯେତେବେଳେ ଅନେକ ମନ୍ତ୍ରଣାଳୟ ଏବଂ ବିଭାଗ ପୂର୍ବରୁ ଚିହ୍ନଟ ହୋଇଥିବା ବହୁ ସମ୍ପତ୍ତିର ମୋନେଟାଇଜେଶନ ବନ୍ଦ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?