Posted inଜାତୀୟ

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ

ଚେନ୍ନାଇ,୨୭।୧୦: ତାମିଲନାଡୁର କଲ୍ଲାକୁରିଚି ଜିଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲସେଲରେ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାକୁରିଚି ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୋକାନର ମାଲିକ ଓ ତାଙ୍କର କର୍ମଚାରୀ ଥିବା ଜଣାପଡିଛି।

ବାଣ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଆଖପାଖ ଦୋକାନକୁ ବ୍ୟାପି ଯାଇଥିଲା। ଅନ୍ୟ ଦୋକାନ ଗୁଡିକରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଫାଟିଯାଇଥିଲା। ଫଳରେ ନିଆଁ ଆହୁରି ବ୍ୟାପି ଯାଇଥିଲା। କଲ୍ଲାକୁରିଚି ଓ ତିରୁକୋଇଲୟୁରରୁ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ଏଯାଏ ଜଣାପଡିନାହିଁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରଥିବା ବେଳେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ପ୍ରୟାଗରାଜ,୨୭।୧୦: ୟୁପିର ପ୍ରୟାଗରାଜରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋରେନ ପୋଲିସ ଷ୍ଟେଶନ ପରିସରରେ ଥିବା ଶିବଗଡରୁ ବିନ୍ଧ୍ୟାଞ୍ଚଳ ଦର୍ଶନ ପାଇଁ...

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ

ନୂଆଦିଲ୍ଲୀ,୮।୧୦- କେନ୍ଦ୍ରମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗୁରୁବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ରାମବିଳାସ ପାଶଓ୍ବାନ ଆଖି...

ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା

କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା...

ପୋଲିସର ଶ୍ରେଷ୍ଠ ପଦରେ ବସିଲେ ୫ ଶିଶୁ

ବେଙ୍ଗାଲୁରୁ,୯।୯: ପୋଲିସ ଓ ‘ମେକ୍‌ ଏ ଓ୍ବିସ୍‌’ ଫାଉଣ୍ଡେଶନର ମିଳିତ ସହଯୋଗରେ ୫ଣି ରୋଗଗ୍ରସ୍ତ ଶିଶୁଙ୍କୁ ପୋଲିସ ବିଭାଗର ଶ୍ରେଷ୍ଠ ପଦରେ ଗୋଟିଏ ଦିନ ପାଇଁ...

ଏପ୍ରିଲ୍‌ ୧୧ରେ ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଏପ୍ରିଲ ୧୧ ଅର୍ଥାତ୍‌ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ହେବ ବୋଲି...

ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ

ନୂଆଦିଲ୍ଲୀ,୮ା୫: କୋଭିଡ୍‌-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

Advertisement
Archives

Model This Week