ଚାନ୍ଦିବାଉଁଶମୂଳ ପଞ୍ଚାୟତରେ ୬ ଆହତ

ରାଜନଗର,୧୨ା୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପ୍ରଥମଥର ଦୁଇ ଗୋଷ୍ଠୀ ମଧ୍ୟରେ ନିର୍ବାଚନକୁ ନେଇ ହିଂସା ଉପୁଜିଛି। ଏଥିରେ ୬ଜଣ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ରାଜନଗର ଥାନାରେ ଚାନ୍ଦିବାଁଶମୂଳ ପଞ୍ଚାୟତ ବାହାରଗଡ ଗଁାର ରତ୍ନାକର ମହାକୁଡ ଓ ସସ୍ମିତା ମଳିକ ପୃଥକ୍‌ ଅଭିଯୋଗ କରିଛନ୍ତି। ରତ୍ନାକରଙ୍କ ଅଭିଯୋଗ ମୁତାବକ, ମଧ୍ୟାହ୍ନ ୧୨ ଟାରେ ତାଙ୍କ ପୁଅ ସନ୍ତୋଷ ବିବାହ ଉତ୍ସବରେ ଯୋଗଦେବାକୁ ଗୁଳା ଗଁାକୁ ଯାଉଥିଲେ। ଗଁା ଶେଷ ମୁଣ୍ଡରେ କାରଥିବା ସମୟରେ ପୂର୍ବ ଯୋଜନା ମୁତାବକ ଗ୍ରାମର ବାବୁଲି ମଳିକ, ମୁନା ମଳିକ ଗାଡି ଅଟକାଇ ପଥରରେ ସନ୍ତୋଷଙ୍କ ମୁଣ୍ଡକୁ ବାଡେଇ ଫଟେଇଥିଲେ। ବାବୁଲି ଲୁହା ରଡ ଦ୍ୱାରା ବାଡେଇ ମାରି ଦେବାକୁ ଉଦ୍ୟମ କଲାବେଳେ ସନ୍ତୋଷ ଦୌଡି ଗଁା ଭିତରକୁ ପଳାଇଥିଲେ। ରତ୍ନାକର ପହଞ୍ଚତ୍ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଗଣ୍ଡଗୋଳକାରୀ ତାଙ୍କୁ ଗାଳି ଗୁଲଜ ସହ ଅଜୟ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଏହି ସମୟରେ ଭାଗୀରଥ ମଳିକ, ମେଘନାଦ ମଳିକ ପହଞ୍ଚତ୍ ମିଳିମିଶି ବାଡେଇ ଥିଲେ। ଗଣ୍ଡଗୋଳକାରୀଙ୍କଠାରୁ ଉଦ୍ଧାର କରିବାକୁ ଯାଇ ସୁରେଶ ମଳିକ ଆହତ ହୋଇଛନ୍ତି। ଚିତ୍କାର ଶୁଣି ଗଁା ଲୋକ ପହଞ୍ଚତ୍ ଯିବାରୁ ଗଣ୍ଡଗୋଳକାରୀ ଛାଡି ଦେଇଥିଲେ। ଲୋକଙ୍କୁ ଭୋଟ ନ ଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି ବୋଲି ରତ୍ନାକର ଅଭିଯୋଗ କରିଛନ୍ତି। ସୁମିତ୍ରାଙ୍କ ଅଭିଯୋଗ ମୁତାବକ, ସେ ଘରକାମ କରୁଥିବା ସମୟରେ ତାଙ୍କ ଶ୍ୱଶୁର ସରେଶ ମଳିକ ଘର ପିଣ୍ଡାରେ ବସିଥିଲେ। ହଠାତ୍‌ ଗଁାର ରତ୍ନାକର, ସୁଧାକର, ସନ୍ତୋଷ, ଦୀପକ ପଲାଇ, ପବନ ମହାକୁଡ, ମିଲନ ପାଣି ପ୍ରମୁଖ ୧୦ରୁ୧୫ ଲୋକ ପହଞ୍ଚତ୍ ଶ୍ୱଶୁରଙ୍କୁ ଟାଣି ମାଡ ମାରିବା ସହ ଜାତି ନେଇ ଗାଳି ଗୁଲଜ କରିଥିଲେ। ଶ୍ୱଶୁରଙ୍କ କାନ୍ଦ ଶୁଣି ମୁଁ କାନ୍ଦିବାରୁ ବିବେକାନନ୍ଦ ମୋତେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ମୋ ତଳି ପେଟରେ ଗୋଇଠା ମାରିବାରୁ ପରିବାର ଲୋକେ ଆସି ଭଙ୍ଗା ରୁଜା କଲେ। ୮ ମାସର ଗର୍ଭବତୀ ବୋଲି ସସ୍ମିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥିସହ ରାତିରେ ଘରପୋଡି ଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ସୁମିତ୍ରାଙ୍କ ସହ କୁନା ମଳିକ, ସୁରେଶ ମଳିକ, ସୁବାସ ମଳିକ ଆହତ ହୋଇଥିବା ଦର୍ଶାଯାଇଛି। ସୁବାଷ ମଧ୍ୟ ରତ୍ନାକର ଓ ତାଙ୍କ ସମର୍ଥକଙ୍କ ବରୋଧରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବାହାରଗଡ ଗାଁର ଝୁନାରାଣୀ ମଳିକ ୧୦ନଂ. ୱାର୍ଡରୁ ୱାର୍ଡସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ସ୍ବାମୀ ମାନଗୋବିନ୍ଦ ମଳିକ ରାଜନଗର ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ସେହି ଗାଁର ଅଜୟ ମଳିକ, ଜାମିନିକାନ୍ତ ଦାସ, କୈଳାସ ଚନ୍ଦ୍ର ଦାସ, କଳ୍ପତରୁ ଦାସ, ହେମନ୍ତ ମଳିକ ମଧ୍ୟ ଗୁରୁବାର ରାତି ୧ଟାରେ ମୋ ସ୍ତ୍ରୀ ଘରେ ଶୋଇଥିବା ସମୟରେ ସଂଘବଦ୍ଧ ଭାବେ ଆମ ଘରର କବାଟକୁ ବାଡେଇ ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ। ଆମେ କବାଟ ଖୋଲି ନ ଥିଲୁ। ଅଭିଯୁକ୍ତମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଆମ ଜାତି ନେଇ ଗାଳି ଗୁଲଜ କରିଥିଲେ। ଭୋଟ ପାଇଁ ଆଉ ପ୍ରଚାର କଲେ ମୋତେ ଓ ମୋ ସ୍ତ୍ରୀକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ପାଟିଶୁଣି ପଡୋଶୀ ଉଠିବାରୁ ସେମାନେ ପଳାଇ ଯାଇଥିଲେ। ଶୁକ୍ରବାର ଆପରାହ୍ନ ୩ଟାରେ ଝୁନାରାଣୀ ପ୍ରଚାର କରୁଥିବା ସମୟରେ ଗୁରୁବାର ରାତିରେ କବାଟ ବାଡେଇ ଧମକ ଦେଇଥିବା ବ୍ୟକ୍ତିମାନେ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri