ଚାନ୍ଦିବାଉଁଶମୂଳ ପଞ୍ଚାୟତରେ ୬ ଆହତ

ରାଜନଗର,୧୨ା୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପ୍ରଥମଥର ଦୁଇ ଗୋଷ୍ଠୀ ମଧ୍ୟରେ ନିର୍ବାଚନକୁ ନେଇ ହିଂସା ଉପୁଜିଛି। ଏଥିରେ ୬ଜଣ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ରାଜନଗର ଥାନାରେ ଚାନ୍ଦିବାଁଶମୂଳ ପଞ୍ଚାୟତ ବାହାରଗଡ ଗଁାର ରତ୍ନାକର ମହାକୁଡ ଓ ସସ୍ମିତା ମଳିକ ପୃଥକ୍‌ ଅଭିଯୋଗ କରିଛନ୍ତି। ରତ୍ନାକରଙ୍କ ଅଭିଯୋଗ ମୁତାବକ, ମଧ୍ୟାହ୍ନ ୧୨ ଟାରେ ତାଙ୍କ ପୁଅ ସନ୍ତୋଷ ବିବାହ ଉତ୍ସବରେ ଯୋଗଦେବାକୁ ଗୁଳା ଗଁାକୁ ଯାଉଥିଲେ। ଗଁା ଶେଷ ମୁଣ୍ଡରେ କାରଥିବା ସମୟରେ ପୂର୍ବ ଯୋଜନା ମୁତାବକ ଗ୍ରାମର ବାବୁଲି ମଳିକ, ମୁନା ମଳିକ ଗାଡି ଅଟକାଇ ପଥରରେ ସନ୍ତୋଷଙ୍କ ମୁଣ୍ଡକୁ ବାଡେଇ ଫଟେଇଥିଲେ। ବାବୁଲି ଲୁହା ରଡ ଦ୍ୱାରା ବାଡେଇ ମାରି ଦେବାକୁ ଉଦ୍ୟମ କଲାବେଳେ ସନ୍ତୋଷ ଦୌଡି ଗଁା ଭିତରକୁ ପଳାଇଥିଲେ। ରତ୍ନାକର ପହଞ୍ଚତ୍ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଗଣ୍ଡଗୋଳକାରୀ ତାଙ୍କୁ ଗାଳି ଗୁଲଜ ସହ ଅଜୟ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଏହି ସମୟରେ ଭାଗୀରଥ ମଳିକ, ମେଘନାଦ ମଳିକ ପହଞ୍ଚତ୍ ମିଳିମିଶି ବାଡେଇ ଥିଲେ। ଗଣ୍ଡଗୋଳକାରୀଙ୍କଠାରୁ ଉଦ୍ଧାର କରିବାକୁ ଯାଇ ସୁରେଶ ମଳିକ ଆହତ ହୋଇଛନ୍ତି। ଚିତ୍କାର ଶୁଣି ଗଁା ଲୋକ ପହଞ୍ଚତ୍ ଯିବାରୁ ଗଣ୍ଡଗୋଳକାରୀ ଛାଡି ଦେଇଥିଲେ। ଲୋକଙ୍କୁ ଭୋଟ ନ ଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି ବୋଲି ରତ୍ନାକର ଅଭିଯୋଗ କରିଛନ୍ତି। ସୁମିତ୍ରାଙ୍କ ଅଭିଯୋଗ ମୁତାବକ, ସେ ଘରକାମ କରୁଥିବା ସମୟରେ ତାଙ୍କ ଶ୍ୱଶୁର ସରେଶ ମଳିକ ଘର ପିଣ୍ଡାରେ ବସିଥିଲେ। ହଠାତ୍‌ ଗଁାର ରତ୍ନାକର, ସୁଧାକର, ସନ୍ତୋଷ, ଦୀପକ ପଲାଇ, ପବନ ମହାକୁଡ, ମିଲନ ପାଣି ପ୍ରମୁଖ ୧୦ରୁ୧୫ ଲୋକ ପହଞ୍ଚତ୍ ଶ୍ୱଶୁରଙ୍କୁ ଟାଣି ମାଡ ମାରିବା ସହ ଜାତି ନେଇ ଗାଳି ଗୁଲଜ କରିଥିଲେ। ଶ୍ୱଶୁରଙ୍କ କାନ୍ଦ ଶୁଣି ମୁଁ କାନ୍ଦିବାରୁ ବିବେକାନନ୍ଦ ମୋତେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ମୋ ତଳି ପେଟରେ ଗୋଇଠା ମାରିବାରୁ ପରିବାର ଲୋକେ ଆସି ଭଙ୍ଗା ରୁଜା କଲେ। ୮ ମାସର ଗର୍ଭବତୀ ବୋଲି ସସ୍ମିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥିସହ ରାତିରେ ଘରପୋଡି ଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ସୁମିତ୍ରାଙ୍କ ସହ କୁନା ମଳିକ, ସୁରେଶ ମଳିକ, ସୁବାସ ମଳିକ ଆହତ ହୋଇଥିବା ଦର୍ଶାଯାଇଛି। ସୁବାଷ ମଧ୍ୟ ରତ୍ନାକର ଓ ତାଙ୍କ ସମର୍ଥକଙ୍କ ବରୋଧରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବାହାରଗଡ ଗାଁର ଝୁନାରାଣୀ ମଳିକ ୧୦ନଂ. ୱାର୍ଡରୁ ୱାର୍ଡସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ସ୍ବାମୀ ମାନଗୋବିନ୍ଦ ମଳିକ ରାଜନଗର ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ସେହି ଗାଁର ଅଜୟ ମଳିକ, ଜାମିନିକାନ୍ତ ଦାସ, କୈଳାସ ଚନ୍ଦ୍ର ଦାସ, କଳ୍ପତରୁ ଦାସ, ହେମନ୍ତ ମଳିକ ମଧ୍ୟ ଗୁରୁବାର ରାତି ୧ଟାରେ ମୋ ସ୍ତ୍ରୀ ଘରେ ଶୋଇଥିବା ସମୟରେ ସଂଘବଦ୍ଧ ଭାବେ ଆମ ଘରର କବାଟକୁ ବାଡେଇ ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ। ଆମେ କବାଟ ଖୋଲି ନ ଥିଲୁ। ଅଭିଯୁକ୍ତମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହିତ ଆମ ଜାତି ନେଇ ଗାଳି ଗୁଲଜ କରିଥିଲେ। ଭୋଟ ପାଇଁ ଆଉ ପ୍ରଚାର କଲେ ମୋତେ ଓ ମୋ ସ୍ତ୍ରୀକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ପାଟିଶୁଣି ପଡୋଶୀ ଉଠିବାରୁ ସେମାନେ ପଳାଇ ଯାଇଥିଲେ। ଶୁକ୍ରବାର ଆପରାହ୍ନ ୩ଟାରେ ଝୁନାରାଣୀ ପ୍ରଚାର କରୁଥିବା ସମୟରେ ଗୁରୁବାର ରାତିରେ କବାଟ ବାଡେଇ ଧମକ ଦେଇଥିବା ବ୍ୟକ୍ତିମାନେ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri