ସ୍ଥିତି ଅଣାୟତ୍ତ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୬୯ ହଜାର ୯୫୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୬.୯୮ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷରେ ସକ୍ରିୟ ମାମଲା ୮ ଲକ୍ଷ ୨୧ ହଜାର ୪୪୬ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୦.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ସଂକ୍ରମଣ ହାର ୭.୯୨ ପ୍ରତିଶତ ରହିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୪ ହଜାର ୨୧୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୫୨ କୋଟି ୭୮ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଇତିମଧ୍ୟରେ ୬୯ କୋଟି ୩୧ ଲକ୍ଷ ୫୫ ହଜାର ୨୮୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୭୯ ହଜାର ୯୨୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ରେ ପହଞ୍ଚିଛି। ସେହିପରି ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୈନିକ ସଂକ୍ରମଣ ପୁଣି ବଢୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା...

ଦିବାଲୋକରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ୍‌, ୧୭।୨ : ତେଲାଙ୍ଗାନାର ପେଡାପଲ୍ଲି ଜିଲାର କାମାନପୁରଠାରେ ସ୍ପଷ୍ଟ ଦିବାଲୋକରେ ଖେଳିଯାଇଛି ଆତଙ୍କ। ତେଲାଙ୍ଗାନା ହାଇକୋର୍ଟ ଓକିଲ ଗାଟୁ ବମନ ରାଓ ଏବଂ ତାଙ୍କ...

ବିଷାକ୍ତ ମଦ ପିଇ ଚାଲିଗଲା ୭ ଜୀବନ: ୫ ହରାଇଲେ ଦୃଷ୍ଟିଶକ୍ତି

ଆଲିଗଡ,୨୮।୫: ଉତ୍ତରପ୍ରଦେଶର ଆଲିଗଡ ଜିଲାରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ଦୁଇ ଟ୍ରକ ଡ୍ରାଇଭରଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ...

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ଏଭଳି ନେତା ଯାହାଙ୍କୁ ଦେଖି ଥରୁ ଥିଲା କଂଗ୍ରେସ

ହାଇଦ୍ରାବାଦ୍‌,୨୨।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ୪୮ ବର୍ଷରେ ପାଦ ଦେଇଛନ୍ତି। ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (YSRCP)ର...

ଥରୁରଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୯ ।୨: ଦେଶରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ଏଜେଣ୍ଟଙ୍କ ଟୁଇଟକୁ ରି ଟୁଇଟ କରି ଏବେ ଅଡୁଆରେ ଫସି ଯାଇଛନ୍ତି କଂଗ୍ରେସର ବରିଷ୍ଠ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ସଭିଙ୍କୁ ବାଧିବ

ନୂଆଦିଲ୍ଲୀ,୨୩।୧୧: କୃଷିଜାତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଆସିଲେ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏଭଳି କହିଛନ୍ତି...

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ରୂପାନୀଙ୍କ ଇସ୍ତଫାର କାରଣ

ମାଞ୍ଚେଷ୍ଟର,୧୧।୯: ହଠାତ୍‌ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଭିଙ୍କୁ ଚମକାଇ ଦେଇଛନ୍ତି ବିଜୟ ରୂପାନୀ। ଗତ ୬ ମାସରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରେ ରୂପାନୀ...

Advertisement
Archives

Model This Week