ଡରାଇଲାଣି ୪ ଜିଲାର ସ୍ଥିତି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍‌ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାର ସ୍ଥିତି ଭୟଙ୍କର ରହିଛି। ଯଦିଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, କିନ୍ତୁ ସୁନ୍ଦରଗଡ଼ ଓ ସମ୍ବଲପୁରରେ ଦୈନିକ ସଂକ୍ରମଣ ହାର ଅଧିକ ରହୁଛି। ଗତ ଦୁଇିଦନ ହେଲା ଏହି ଦୁଇଟି ଜିଲାରେ ସଂକ୍ରମଣ ହାର ପ୍ରାୟ ୨୦ପ୍ରତିଶତ ରହୁଥିବା ବେଳେ ଖୋର୍ଦ୍ଧା ଜିଲାରେ ୧୦ ପ୍ରତିଶତ ରହୁଛି। ସେପଟେ ସୁନ୍ଦରଗଡ଼ ଜିଲା ୟେଲୋ ଜୋନ୍‌ରୁ ଏବେ ରେଡ୍‌ ଜୋନ୍‌ରେ ସାମିଲ ହୋଇଛି। ଫଳରେ ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲା ରେଡ୍‌ ଜୋନ୍‌ରେ ରହିଥିବା ବେଳେ ସମ୍ବଲପୁର ଓ କଟକ ଜିଲା ୟେଲୋ ଜୋନ୍‌ରେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪,୩୦୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୪,୮୨୯ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୬.୫% ହୋଇଯାଇଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯୩୩ ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୮୬୯, ସମ୍ବଲପୁର ୬୪୪, କଟକ ୪୦୧, ବାଲେଶ୍ୱର ୨୧୦, ଝାରସୁଗୁଡ଼ା ୧୮୯, ମୟୂରଭଞ୍ଜ ୧୬୨, ପୁରୀ ୧୩୦, ବଲାଙ୍ଗୀର ୧୦୪ ଜଣ ଚିହ୍ନଟ ହୋଇଛନ୍ତି। ବାକି ସବୁ ଜିଲାରେ ସକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚତ୍ଛି।

ଅପରପକ୍ଷେ ରାଜ୍ୟରେ ଏବେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ଟପିଛି। ମୋଟ ସକ୍ରିୟ ରୋଗୀ ସଂଖ୍ୟା ୨୦,୧୪୬ ରହିଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬,୩୮୩ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୨,୯୯୧ ଜଣ ରହିଛନ୍ତି। ସେହିଭଳି ସମ୍ବଲପୁରରେ ୧,୯୦୨, କଟକରେ ୧,୪୯୫ ଜଣ ରହିଛନ୍ତି। ମାଲକାନଗିରିରେ ସର୍ବନିମ୍ନ ୨୦ଜଣ ସକ୍ରିୟ ରୋଗୀ ରହିଥିବା ରାଜ୍ୟ କୋଭିଡ ଡ୍ୟାସବୋର୍ଡରୁ ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?