ଡରାଇଲାଣି ୪ ଜିଲାର ସ୍ଥିତି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍‌ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାର ସ୍ଥିତି ଭୟଙ୍କର ରହିଛି। ଯଦିଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, କିନ୍ତୁ ସୁନ୍ଦରଗଡ଼ ଓ ସମ୍ବଲପୁରରେ ଦୈନିକ ସଂକ୍ରମଣ ହାର ଅଧିକ ରହୁଛି। ଗତ ଦୁଇିଦନ ହେଲା ଏହି ଦୁଇଟି ଜିଲାରେ ସଂକ୍ରମଣ ହାର ପ୍ରାୟ ୨୦ପ୍ରତିଶତ ରହୁଥିବା ବେଳେ ଖୋର୍ଦ୍ଧା ଜିଲାରେ ୧୦ ପ୍ରତିଶତ ରହୁଛି। ସେପଟେ ସୁନ୍ଦରଗଡ଼ ଜିଲା ୟେଲୋ ଜୋନ୍‌ରୁ ଏବେ ରେଡ୍‌ ଜୋନ୍‌ରେ ସାମିଲ ହୋଇଛି। ଫଳରେ ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲା ରେଡ୍‌ ଜୋନ୍‌ରେ ରହିଥିବା ବେଳେ ସମ୍ବଲପୁର ଓ କଟକ ଜିଲା ୟେଲୋ ଜୋନ୍‌ରେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪,୩୦୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୪,୮୨୯ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୬.୫% ହୋଇଯାଇଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯୩୩ ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୮୬୯, ସମ୍ବଲପୁର ୬୪୪, କଟକ ୪୦୧, ବାଲେଶ୍ୱର ୨୧୦, ଝାରସୁଗୁଡ଼ା ୧୮୯, ମୟୂରଭଞ୍ଜ ୧୬୨, ପୁରୀ ୧୩୦, ବଲାଙ୍ଗୀର ୧୦୪ ଜଣ ଚିହ୍ନଟ ହୋଇଛନ୍ତି। ବାକି ସବୁ ଜିଲାରେ ସକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚତ୍ଛି।

ଅପରପକ୍ଷେ ରାଜ୍ୟରେ ଏବେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ଟପିଛି। ମୋଟ ସକ୍ରିୟ ରୋଗୀ ସଂଖ୍ୟା ୨୦,୧୪୬ ରହିଛି। ଏଥି ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬,୩୮୩ଜଣ ଥିବା ବେଳେ ସୁନ୍ଦରଗଡ଼ରେ ୨,୯୯୧ ଜଣ ରହିଛନ୍ତି। ସେହିଭଳି ସମ୍ବଲପୁରରେ ୧,୯୦୨, କଟକରେ ୧,୪୯୫ ଜଣ ରହିଛନ୍ତି। ମାଲକାନଗିରିରେ ସର୍ବନିମ୍ନ ୨୦ଜଣ ସକ୍ରିୟ ରୋଗୀ ରହିଥିବା ରାଜ୍ୟ କୋଭିଡ ଡ୍ୟାସବୋର୍ଡରୁ ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର

ପରଜଙ୍ଗ, ୫।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗ୍ରାମରେ ମଙ୍ଗଳବାର ରାତିରେ ଶ୍ୱଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଜ୍ୱାଇଁ...

ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ

କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ...

କଟକରୁ ଲମ୍ବିଛି ନକଲି ଔଷଧର ଚେର

ଝାରସୁଗୁଡା ଅଫିସ୍‌,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...

୫ ଜିଲାର ୪୯୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୭।୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସ ସୋମବାର ୫ ଜିଲାର ୪୯୦ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାର...

ବାଉଁଶ ବାଡ଼ିରେ ସୁରକ୍ଷା

ପରଜଙ୍ଗ, ,୧୨।୨(ଡି.ଏନ୍‌.ଏ.) ଧସିଯାଇଛି ପୋଲକୁ ଲାଗିଥିବା ଆପ୍ରୋଚ୍‌ ରୋଡ୍‌। ସାମାନ୍ୟ ଅସାବଧାନ ହେଲେ ବ୍ରିଜ୍‌ ତଳକୁ ଖସିପଡ଼ିବ ଯାନବାହନ। ଚାଲିଯିବ ମୂଲ୍ୟବାନ ଜୀବନ। ହେଲେ ମୁଖ୍ୟରାସ୍ତା...

ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ଏକାଧିକ ଟ୍ରେନ୍‌ ସମ୍ପୂର୍ଣ୍ଣ, ଆଂଶିକ ବାତିଲ

ଭୁବନେଶ୍ୱର,୬।୯ (ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ପାଇଁ ପୂର୍ବତଟ ରେଳପଥର ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କେତେକ ଟ୍ରେନକୁ ବାତିଲ କରାଯାଇଥିବାବେଳେ ଆଉକିଛି ଆଂଶିକ...

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା...

Advertisement
Archives

Model This Week