Posted inଖେଳ

ହାର୍ଦ୍ଦିକଙ୍କୁ କ୍ୟାପଟେନ କରିପାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅହମ୍ମଦାବାଦର ନୂଆ ଆଇପିଏଲ ଫ୍ରାଞ୍ଚାଇଜକୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଉଦ୍ଦେଶ୍ୟ ପତ୍ର) ହସ୍ତାନ୍ତର କରିଛି। ବୋର୍ଡ ସହ ଆଇନଗତ ଲଢ଼େଇ ଚାଲିଥିବା ବେଳେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ତା’ର ଟିମ୍‌ ମ୍ୟାନେଜମେଣ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଫ୍ରାଞ୍ଚାଇଜ ପୂର୍ବତନ ଭାରତୀୟ ପେସର ଆଶିଷ ନେହେରାଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛି। ମିଳିଥିବା ସୂଚନା ମୁତାବକ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଭାର ଦେଇପାରେ।

ହାର୍ଦ୍ଦିକଙ୍କ ବ୍ୟତୀତ ଆଫଗାନିସ୍ତାନ ଅଲରାଉଣ୍ଡର ରଶିଦ ଖାନଙ୍କ ସହ ଚୁକ୍ତି କରିବାକୁ ଉଦ୍ୟମ କରୁଛି ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌। ରଶିଦଙ୍କୁ ଦଳରେ ନେବା ପାଇଁ ଅହମ୍ମଦାବାଦ ଭଳି ଲକ୍ଷ୍ନୌ ଫ୍ରାଞ୍ଚାଇଜ ମଧ୍ୟ ଇଚ୍ଛୁକ। ଏହାବାଦ୍‌ ଇଶାନ କିଷନଙ୍କୁ ଦଳର ଉଇକେଟକିପର ଭାବେ ପ୍ରାଥମିକତା ଦିଆଯାଉଥିବା ସୂତ୍ରରୁ କୁହାଯାଇଛି।

ଆଗାମୀ ଆଇପିଏଲରେ ସାମିଲ ହେବାକୁ ଥିବା ଦୁଇ ଫ୍ରାଞ୍ଚାଇଜକୁ ମେଗା ଅକ୍‌ଶନ ପୂର୍ବରୁ ୩ ଖେଳାଳି(ଦୁଇ ଭାରତୀୟ ଓ ଜଣେ ବିଦେଶୀ)ଙ୍କ ନାମ ବାଛିବାକୁ କୁହାଯାଇଛି। ମେଗା ଅକ୍‌ଶନ ଫେବୃୟାରୀ ୧୧ ଓ ୧୨ ତାରିଖରେ ବେଙ୍ଗାଲୁରୁଠାରେ ହେବାର ଅଛି। ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ।

ଲୋକେଶ ରାହୁଲ ଲକ୍ଷ୍ନୌ ଦଳର ଅଧିନାୟକ ହେବା ପ୍ରାୟତଃ ନିଶ୍ଚିତ। ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜ ବିଦେଶୀ ଖେଳାଳି ଭାବେ ରଶିଦଙ୍କୁ ଦଳରେ ରଖିବାକୁ ଚାହୁଁଛି। ଯଦି ସେମାନେ ଏଥିରେ ବିଫଳ ହୁଅନ୍ତି, ତେବେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ବ୍ୟାକଅପ୍‌ ବିଦେଶୀ ଖେଳାଳି ଭାବେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri