ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା ବ୍ଲକ ଅଧୀନ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ନିକଟରେ ରହିଛି ଏହି ଜଳପ୍ରପାତ। ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ତଥା ବଣ ପାହାଡ଼ ଘେରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ୫୦ଫୁଟ ଉଚ୍ଚରୁ ଝରୁଥିବା ପାଣିରେ ସୂର୍ଯ୍ୟଙ୍କ ସୁନେଲୀକିରଣ କୁଣ୍ଡ ଉପରେ ପଡ଼ି ଝଲମଲ ହେବା ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷଯାକ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ବଣଭୋଜି ପାଇଁ ସୀତାକୁଣ୍ଡ ଏକ ପ୍ରକୃଷ୍ଠ ସ୍ଥାନ ରୂପେ ପରିଚିତ।
ଶୀତର ପ୍ରକୋପ ବୃଦ୍ଧି ପାଇଲେ ବଣଭୋଜି କରିବାକୁ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏଠାକୁ ଆସୁଥିବା ଲୋକେ ସୀତାକୁଣ୍ଡରେ ଗାଧୋଇବା ସହ ସେଲ୍‌ଫି ଉଠାଇଥାନ୍ତି।
ଏହି ପାଣି ବୋହିଯାଇ ମୁନିଦର ସ୍ଥିତ ପଳପଳା ନଦୀରେ ମିଶୁଛିି। ପଳପଳା ନଦୀର ପାଣି ବୁଢ଼ାବଳଙ୍ଗରେ ମିଶୁଛି। ସୀତାକୁଣ୍ଡ ସମ୍ପର୍କରେ ଅନେକ ଜନଶ୍ରୁତି ରହିଛି। ଝରଣା ପାଣି ସାତଟି କୁଣ୍ଡଦେଇ ପ୍ରବାହିତ ହେଉଥିବା ତଥା ବନବାସ ସମୟରେ ସୀତା ଏହି କୁଣ୍ଡରେ ଗାଧୋଇବା ଯୋଗୁ ଏହି ସ୍ଥାନଟିର ନାମକରଣ ସୀତାକୁଣ୍ଡ ହୋଇଥିବା ଲୋକକଥା ରହିଛି। ସେହିପରି ସୀତାକୁଣ୍ଡ ନିକଟ ପଥର ସନ୍ଦିରେ ହନୁମାନଙ୍କ ମୂର୍ର୍ତ୍ତିି ବହୁ ପୁରାତନ କାଳରୁ ପୂଜା ପାଇ ଆସୁଛି। ଏହାକୁ ଦେଖିବା ଓ ପୂଜା କରିବା ପାଇଁ ଶ୍ରଦ୍ଧାଳୁମାନେ ଆସିବା ସହିତ ପ୍ରକୃତିର ଅପରୂପ ଶୋଭାକୁ ଅତି ନିକଟରୁ ଦେଖିଥାନ୍ତି। ଜିଲା ସଦର ମହକୁମା ବାରିପଦାଠାରୁ ୨୦କି.ମି. ଓ ଶିମିଳିପାଳ ଅଭୟାରଣ୍ୟର ପିଠାବଟା ଗେଟ୍‌ର ବାମକୁ ୧କି.ମି. ଯିବା ପରେ ଏହି ସ୍ଥାନ ପଡ଼ିଥାଏ। ନଭେମ୍ବର ୧ରୁ ଜୁନ୍‌ ୧୫ପର୍ଯ୍ୟନ୍ତ ଶିମିଳିପାଳ ଖୋଲା ରହୁଥିବାରୁ ପ୍ରତିଦିନ ପର୍ଯ୍ୟଟକମାନେ ସୀତାକୁଣ୍ଡ ବୁଲି ଶିମିଳିପାଳକୁ ପ୍ରବେଶ କରିଥାନ୍ତି। ସଞ୍ଜ ନଇଁଲେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବାକୁ ଏହି କୁଣ୍ଡ ନିକଟକୁ ଆସିଥାନ୍ତି। ସେମାନଙ୍କୁ ଦେଖିବା ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ସନ୍ଧ୍ୟା ହେବା ପୂର୍ବରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ପୁଣି ବାରିପଦାକୁ ଫେରିଆସନ୍ତି। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ପାରିପାର୍ଶ୍ୱିକ ଉନ୍ନତି ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଠାକାର ବିକାଶ କରାଗଲେ ଅଞ୍ଚଳବାସୀଙ୍କ ସମେତ ଜିଲାବାସୀ ବେଶ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?