Posted inଜାତୀୟ

ସିସୋଡିଆଙ୍କ ଚ୍ୟାଲେଞ୍ଜ, ୪ ଦିନ ମଧ୍ୟରେ ମତେ ଗିରଫ କର…

ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ପ୍ରକାଶିତ ଷ୍ଟିଙ୍ଗ ଭିଡିଓକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ସିବିଆଇ ଏହାର ତଦନ୍ତ କରିବା ଉଚିତ। ଭାଜପା ଏହାକୁ ତୁରନ୍ତ ସିବିଆଇକୁ ଦେବା ଆବଶ୍ୟକ। ଏହାର ୪ ଦିନ ମଧ୍ୟରେ ଯାଞ୍ଚ କରାଯିବା ଉଚିତ। ସିବିଆଇ ମାମଲାରେ ଦିଲ୍ଲୀର ଏକ୍ସାଇଜ ମନ୍ତ୍ରୀ ଭାବେ ମୁଖ୍ୟ ଅଭିଯୁକ୍ତ ହୋଇଥିବା ସିସୋଡିଆ କହିଛନ୍ତି ଯେ ଯଦି ତାଙ୍କୁ ଚାରି ଦିନ ମଧ୍ୟରେ ଗିରଫ କରାଯାଇ ନାହିଁ, ତେବେ ଏହି ଷ୍ଟିଙ୍ଗ ନକଲି ବୋଲି ବିଶ୍ୱାସ କରାଯିବ।

ଗୁରୁବାର ଗଣମାଧ୍ୟମ ପକ୍ଷରୁ ଯେତେବେଳେ ତାଙ୍କୁ ଭାଜପାର ଷ୍ଟିଙ୍ଗ ଅପରେଶନ ସମ୍ପର୍କରେ ପଚରାଯାଇଥିଲା, ଏହାର ଉତ୍ତରରେ ସିସୋଡିଆ କହିଥିଲେ ଯେ ଭାଜପା ଏହି ଅଭିଯୋଗକୁ ବର୍ତ୍ତମାନ ସିବିଆଇକୁ ଦେବା ଉଚିତ। ଚାରି ଦିନ ମଧ୍ୟରେ ଏହାର ଅନୁସନ୍ଧାନ ପରେ ସିବିଆଇ ମୋତେ ଗିରଫ କରିବା ଆବଶ୍ୟକ। ସିବିଆଇ ଏହାର ଗଭୀର ଏବଂ ତ୍ୱରିତ ଅନୁସନ୍ଧାନ କରିବା ଜରୁରୀ। ଯଦି ଏହି ଷ୍ଟିଙ୍ଗ ସତ ତେବେ ଚାରି ଦିନ ମଧ୍ୟରେ, ଆଜି ଗୁରୁବାର ତେଣୁ ସୋମବାର ସୁଦ୍ଧା ମୋତେ ଗିରଫ କରାଯିବା ଆବଶ୍ୟକ। ଅନ୍ୟଥା, ଆପଣ ନିଶ୍ଚିତ ଭାବରେ ବିଶ୍ୱାସ କରିବେ ଯେ ଏହା ହେଉଛି ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ ହୋଇଥିବା ଏକ ଷଡଯନ୍ତ୍ର। ଆଜିକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସରକାରଙ୍କୁ ହଟାଇବା ପାଇଁ ଏକ ଷଡଯନ୍ତ୍ର ରଚାଯାଉଛି। ଭିଡ଼ିଓ ମିଥ୍ୟା ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷମା ମଗାଯାଉ ଯେ ଷ୍ଟିଙ୍ଗଟି ମିଥ୍ୟା। ଆମେ ଭୁଲ ଷଡ଼ଯନ୍ତ୍ର କରିଥିଲୁ।

ସିସୋଡିଆ କହିଛନ୍ତି, ସେମାନେ ମୋ ଘରେ ସିବିଆଇ ଚଢ଼ାଉ କରିଥିଲେ, କିଛି ମିଳିଲା ନାହିଁ। ତା’ପରେ ବ୍ୟାଙ୍କରେ ଥିବା ଲକରକୁ ଯାଇ କେବଳ ପିଲାଙ୍କର ବାଜା ଦେଖିବାକୁ ମିଳିଥିଲା ସେମାନେ ସମସ୍ତ ଅନୁସନ୍ଧାନ କରିଥିଲେ। ସିବିଆଇ ଇଡି ଅନୁସନ୍ଧାନ କରିବା ପରେ, ସେରେ କିଛି ନ ମିଳିବା ପରେ ଏବେ, ସେମାନେ ଷ୍ଟିଙ୍ଗ ଆଣିଛନ୍ତି, ଯାହା ଦେଖାଯାଉଛି ଜି ଏହି ବ୍ୟକ୍ତି କହୁଛନ୍ତି, ସେ ନିଶ୍ଚୟ ଦେଇଥିବେ, ସେ ନିଶ୍ଚୟ ଦେଇଥିବେ ବୋଲି ମିଥ୍ୟା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri