ମହାକାଶ ଯିବେ ସିରିଶା

ଓ୍ବାଶିଂଟନ୍‌, ୪ା୭: ଆସନ୍ତା ୧୧ ତାରିଖରେ ଭର୍ଜିନ ଗାଲେକ୍ଟିକ୍‌ର ସ୍ପେସ୍‌ ଯାନରେ ଅରବପତି ରିଚାର୍ଡ ବ୍ରାନସନ୍‌ଙ୍କ ସହ ଭାରତୀୟ-ଆମେରିକୀୟ ସିରିଶା ବାନ୍ଦଲା ମହାକାଶ ଯିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ୩୪ ବର୍ଷୀୟା ସିରିଶା ରିଚାର୍ଡଙ୍କ ସହ ଯାତ୍ରା କରୁଥିବା ୫ ମହାକାଶଯାତ୍ରୀଙ୍କ ମଧ୍ୟରୁ ଜଣେ। ଏରୋନଟିକାଲ ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଡିଗ୍ରୀଧାରୀ ସିରିଶା ଏବେ ଏହି କମ୍ପାନୀର ଗର୍ଭନମେଣ୍ଟ ଆଫାୟର୍ସ ଆଣ୍ଡ ରିସର୍ଚ୍ଚ ଅପରେଶନର ଉପାଧ୍ୟକ୍ଷ ଅଛନ୍ତି। ପୂର୍ବରୁ ଟେକ୍ସାସରେ ସେ ଏରୋ ସ୍ପେସ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଛନ୍ତି। ସିରିଶା ମହାକାଶ ଯିବା ଖବର ଆସିବା ପରେ ଆନ୍ଧ୍ରପ୍ରଦେଶ ସମେତ ସମଗ୍ର ଭାରତରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଳ୍ପନା ଚାଓ୍ବଲା ଏବଂ ସୁନିତା ଓ୍ବିଲିୟମ୍ସଙ୍କ ପରେ ମହାକାଶ ଯାତ୍ରା କରିବାରେ ସିରିଶା ତୃତୀୟ ଭାରତୀୟ ବଂଶୋଭବ ହେବେ।
୨୦୧୫ରେ ସିରିଶା ଭର୍ଜିନ ଗାଲାକ୍ଟିକ୍‌ରେ ଗଭର୍ନମେଣ୍ଟ ଆଫାୟର୍ସରେ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଏହାପରଠାରୁ ତାଙ୍କ ପଦୋନ୍ନତି ହୋଇଆସିଛି। ନିକଟରେ ୭୪୭ ପ୍ଲେନ ଦ୍ୱାରା ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କରିଥିବା ଭର୍ଜିନ ଅରବିଟ୍‌ର ଓ୍ବାଶିଂଟନ୍‌ ଅପରେଶନର ଦାୟିତ୍ୱ ମଧ୍ୟ ସେ ତୁଲାଉଛନ୍ତି। ପର୍‌ଡୁଏ ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରୀ ହାସଲ ପରେ ସିରିଶା ଜର୍ଜଟାଉନ ୟୁନିଭର୍ସିଟିରେ ଏମ୍‌ବିଏ କରିଥିଲେ। ବ୍ରାନସନ୍‌ ମହାକାଶ ଯିବା ସମ୍ପର୍କରେ ଗୁରୁବାର ତାଙ୍କ କମ୍ପାନୀ ଭର୍ଜିନ ଗାଲାକ୍ଟିକ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହକାଶ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। ଆମାଜନ୍‌, ଭର୍ଜିନ ଏବଂ ସ୍ପେସ୍‌ ଏକ୍ସ ବର୍ତ୍ତମାନ ବ୍ୟବସାୟିକ ମହାକାଶ ଭ୍ରମଣ ନିମନ୍ତେ ଏକ ପ୍ରକାର ପ୍ରତିଯୋଗିତାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri