ମହାକାଶ ଯିବେ ସିରିଶା

ଓ୍ବାଶିଂଟନ୍‌, ୪ା୭: ଆସନ୍ତା ୧୧ ତାରିଖରେ ଭର୍ଜିନ ଗାଲେକ୍ଟିକ୍‌ର ସ୍ପେସ୍‌ ଯାନରେ ଅରବପତି ରିଚାର୍ଡ ବ୍ରାନସନ୍‌ଙ୍କ ସହ ଭାରତୀୟ-ଆମେରିକୀୟ ସିରିଶା ବାନ୍ଦଲା ମହାକାଶ ଯିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ୩୪ ବର୍ଷୀୟା ସିରିଶା ରିଚାର୍ଡଙ୍କ ସହ ଯାତ୍ରା କରୁଥିବା ୫ ମହାକାଶଯାତ୍ରୀଙ୍କ ମଧ୍ୟରୁ ଜଣେ। ଏରୋନଟିକାଲ ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଡିଗ୍ରୀଧାରୀ ସିରିଶା ଏବେ ଏହି କମ୍ପାନୀର ଗର୍ଭନମେଣ୍ଟ ଆଫାୟର୍ସ ଆଣ୍ଡ ରିସର୍ଚ୍ଚ ଅପରେଶନର ଉପାଧ୍ୟକ୍ଷ ଅଛନ୍ତି। ପୂର୍ବରୁ ଟେକ୍ସାସରେ ସେ ଏରୋ ସ୍ପେସ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଛନ୍ତି। ସିରିଶା ମହାକାଶ ଯିବା ଖବର ଆସିବା ପରେ ଆନ୍ଧ୍ରପ୍ରଦେଶ ସମେତ ସମଗ୍ର ଭାରତରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଳ୍ପନା ଚାଓ୍ବଲା ଏବଂ ସୁନିତା ଓ୍ବିଲିୟମ୍ସଙ୍କ ପରେ ମହାକାଶ ଯାତ୍ରା କରିବାରେ ସିରିଶା ତୃତୀୟ ଭାରତୀୟ ବଂଶୋଭବ ହେବେ।
୨୦୧୫ରେ ସିରିଶା ଭର୍ଜିନ ଗାଲାକ୍ଟିକ୍‌ରେ ଗଭର୍ନମେଣ୍ଟ ଆଫାୟର୍ସରେ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଏହାପରଠାରୁ ତାଙ୍କ ପଦୋନ୍ନତି ହୋଇଆସିଛି। ନିକଟରେ ୭୪୭ ପ୍ଲେନ ଦ୍ୱାରା ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କରିଥିବା ଭର୍ଜିନ ଅରବିଟ୍‌ର ଓ୍ବାଶିଂଟନ୍‌ ଅପରେଶନର ଦାୟିତ୍ୱ ମଧ୍ୟ ସେ ତୁଲାଉଛନ୍ତି। ପର୍‌ଡୁଏ ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରୀ ହାସଲ ପରେ ସିରିଶା ଜର୍ଜଟାଉନ ୟୁନିଭର୍ସିଟିରେ ଏମ୍‌ବିଏ କରିଥିଲେ। ବ୍ରାନସନ୍‌ ମହାକାଶ ଯିବା ସମ୍ପର୍କରେ ଗୁରୁବାର ତାଙ୍କ କମ୍ପାନୀ ଭର୍ଜିନ ଗାଲାକ୍ଟିକ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହକାଶ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। ଆମାଜନ୍‌, ଭର୍ଜିନ ଏବଂ ସ୍ପେସ୍‌ ଏକ୍ସ ବର୍ତ୍ତମାନ ବ୍ୟବସାୟିକ ମହାକାଶ ଭ୍ରମଣ ନିମନ୍ତେ ଏକ ପ୍ରକାର ପ୍ରତିଯୋଗିତାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri