ବାଜିବ ସାଇରନ୍‌, ଜଳିବ ଲାଇଟ୍‌

ଢେଙ୍କାନାଳ, ୧।୭(ରତନ ନାୟାର): ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବାରମ୍ବାର ବିଫଳ ହେଉଥିବା ବନ ବିଭାଗ ପୁଣି ଥରେ ବୈଷୟିକ ଜ୍ଞାନକୌଶଳ ଉପରେ ନିର୍ଭର କରିଛି। ଗଁା ସୀମାନ୍ତରେ ହାତୀ ଉପସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା (ଏର୍ଲି ଓ୍ବାନିର୍ଂ ସିଷ୍ଟମ୍‌ ବା ଇଡବ୍ଲ୍ୟଏସ୍‌) ଆପଣାଯାଇଛି। ଫଳରେ ହାତୀ ଚଳପ୍ରଚଳ ଜାଣିବା ମାତ୍ରେ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ। ଏଥିସହ ନାଲି ଲାଇଟ୍‌ ମଧ୍ୟ ଜଳିଉଠିବ। ହିନ୍ଦୋଳ ରେଞ୍ଜ୍‌ର ହାତୀ ଉପଦ୍ରୁତ ବମ୍ପା ସେକ୍ସନ ବ୍ରାହ୍ମଣିଆପାଳ ବିଟ୍‌ ଅନ୍ତର୍ଗତ ଗଞ୍ଜରା ଗ୍ରାମରେ ଶୁକ୍ରବାର ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ ହୋଇଛି। ଏହା ସଫଳ ହେଲେ ଏହାକୁ ଅନ୍ୟତ୍ର ପ୍ରୟୋଗ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳ ଜିଲାରେ ହାତୀ ଉପଦ୍ରବକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏହା କେବଳ ବନ ବିଭାଗ ନୁହେଁ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନର ମଧ୍ୟ ମୁଣ୍ଡବ୍ୟଥା ବଢ଼ାଇଛି। ଗତ ଦେଢ଼ମାସରେ ହାତୀ ଆକ୍ରମଣରେ ୧୫ ଜଣଙ୍କ ଜୀବନ ଯିବା ପରେ ଚାରିଆଡୁ ପ୍ରବଳ ଚାପର ସମ୍ମୁଖୀନ ହୋଇଥିବା ବନ ବିଭାଗର ଚେତା ପଶିଛି। ଗଞ୍ଜରା ଗ୍ରାମରେ ଆରମ୍ଭ ହୋଇଥିବା ଇଡବ୍ଲ୍ୟଏସ୍‌କୁ ଟେଲିଫୋନ୍‌ ଟାଓ୍ବାର ସହିତ ସଂଯୋଗ କରାଯାଇଛି। ସାଇରନ୍‌ ଏବଂ ଲାଇଟ୍‌କୁ ସ୍ବତନ୍ତ୍ର ଖୁଣ୍ଟରେ ଲଗାଯାଇଛି। ହାତୀଙ୍କ ଉପସ୍ଥିତି ଜଣାପଡ଼ିବା ମାତ୍ରକେ ବନ କର୍ମଚାରୀ କିମ୍ବା କଣ୍ଟ୍ରୋଲ ରୁମ୍‌ କର୍ମଚାରୀ ଏହାକୁ ରିମୋଟ ମାଧ୍ୟମରେ ସକ୍ରିୟ କରିବେ। ଏହାପରେ ୫ ମିନିଟ୍‌ ଧରି ତୀବ୍ର ଶବ୍ଦରେ ସାଇରନ୍‌ ବାଜି ଓ ନାଲି ଲାଇଟ୍‌ ଜଳିଉଠିବ। ଫଳରେ ଲୋକମାନେ ସତର୍କ ହୋଇଯିବେ ଏବଂ ଧନଜୀବନ ସୁରକ୍ଷା ଲାଗି ଆଗୁଆ ପଦକ୍ଷେପ ନେଇପାରିବେ। ଇଡବ୍ଲ୍ୟଏସ୍‌ ସୌରଶକ୍ତି ଦ୍ୱାରା ପରିଚାଳିତ ସ୍ବୟଂକ୍ରିୟ ବ୍ୟବସ୍ଥା। ଏଥିରେ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ନାହିଁ। ତେଣୁ ଏହା ବର୍ଷସାରା କାର୍ଯ୍ୟକ୍ଷମ ହୋଇପାରିବ। ସ୍ଥାନୀୟ ଉଦ୍ୟୋଗୀଙ୍କ ସହାୟତାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ସଫଳ ହେଲେ ଏହାକୁ ଅନ୍ୟତ୍ର ଲାଗୁ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?