Posted inUncategorized

କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ

ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମନୁଷ୍ୟ ସମାଜରେ ବଢୁଥିବା କ୍ୟାନ୍‌ସର ପାଇଁ ମଧ୍ୟ ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଦାୟୀ। କରୋନା ଭୂତାଣୁ ବ୍ୟାପିବାରେ ମଧ୍ୟ ଏହି ପ୍ଲାଷ୍ଟିକ ସାମଗ୍ରୀ ଦାୟୀ ବୋଲି କେତେକ ବୈଜ୍ଞାନିକ ମତ ପ୍ରକାଶ କରିଥିଲେ। କେବଳ ବିଭିନ୍ନ ବ୍ୟାଧି ସୃଷ୍ଟି ପାଇଁ ନୁହେଁ, ପରିବେଶ ସନ୍ତୁଳନ ବିଗିଡିବାରେ ମଧ୍ୟ ଏହି ଏକକ ବ୍ୟବହୃତ ପ୍ଲାଷ୍ଟିକର ଭୂମିକା ରହିଛି। ଏହି ପ୍ଲାଷ୍ଟିକକୁ ପୋଡ଼ିଲେ ବା ଏହା ବହୁଦିନ ରହିଗଲା ପରେ ଏଥିରୁ ସବୁଜ କୋଠରି ବାଷ୍ପ (green house gases) ତଥା କେତେକ ବିଷାକ୍ତ ବାଷ୍ପ ନିର୍ଗତ ହୁଏ। ଏହା ଯୋଗୁ ବାୟୁମଣ୍ଡଳ ଦୂଷିତ ହୁଏ। ସବୁଜ କୋଠରି ବାଷ୍ପ ଭୂତାପ ମାତ୍ରା ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ। ଏଥିପାଇଁ କୁହାଯାଇଛି ଯେ କେବଳ ମନୁଷ୍ୟ ଦ୍ୱାରା ସୃଷ୍ଟି ବର୍ଜ୍ୟ ବସ୍ତୁକୁ ହଜମ କରିବାର କ୍ଷମତା ପୃଥିବୀମାତାର ନାହିଁ। ତେଣୁ ଏକବିଂଶ ଶତାବ୍ଦୀରେ ପୃଥିବୀକୁ ମାଡି ଆସୁଥିବା ମହାବିପତ୍ତି ମଧ୍ୟରୁ ପ୍ଲାଷ୍ଟିକ ପ୍ରଦୂଷଣ ଅନ୍ୟତମ। ତେଣୁ ଏହି ସୁନ୍ଦର ପୃଥିବୀକୁ ଓ ଆମର ଭବିଷ୍ୟତ ପିଢ଼ିକୁ ଏହି ବିତ୍ପତିରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଗଭୀର ଚିନ୍ତା କରିବାର ସମୟ ଉପସ୍ଥିତ।
ସେଥିପାଇଁ ଆମକୁ ‘୫ R’ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସେହି ‘୫ R’ ହେଲା Reduce, Re-use, Recycle, Research and Rethinkd Reduce, ଏହାର ଅର୍ଥ ଯେତେ ସମ୍ଭବ ଆମେ ପ୍ଲାଷ୍ଟିକରୁ ତିଆରି ପଦାର୍ଥର ବ୍ୟବହାର କମେଇବା। ପଲିଥିନ ଜରି ବଦଳରେ କପଡ଼ା ବ୍ୟବାହାର କରିବା, ପ୍ଲାଷ୍ଟିକ ଆବରଣ ସ୍ଥାନରେ କପଡ଼ା ଆବରଣ ବ୍ୟବହାର କରିବା, ପ୍ଲାଷ୍ଟିକ ଚାମଚ ସ୍ଥାନରେ କାଠ କିମ୍ବା ଧାତୁ ଚାମଚ ବ୍ୟବହାର କରିବା, ପ୍ଲାଷ୍ଟିକ ଥାଳି ବଦଳରେ ପତ୍ର କିମ୍ବା ଧାତୁ ଥାଳି ବ୍ୟବହାର କରିବା, ପ୍ଲାଷ୍ଟିକ ଗ୍ଲାସ ବଦଳରେ କାଚ କିମ୍ବା ସୋଲ ଗ୍ଲାସ ବ୍ୟବହାର କରିବା, ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରିବା ଇତ୍ୟାଦି କରିବା ଦ୍ୱାରା ଆମେ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବା। Re-use ମାନେ ପ୍ଲାଷ୍ଟିକ ସାମଗ୍ରୀଗୁଡ଼ିକୁ ଥରେ ବ୍ୟବହାର ପରେ ଫୋପାଡ଼ି ନ ଦେଇ ବାରମ୍ବାର ବ୍ୟବହାର କରିବା। ଏତଦ୍ୱାରା ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ସହିତ ଉତ୍ପାଦନ ମଧ୍ୟ ହ୍ରାସ ପାଇବ। ଏଥିରେ ମଧ୍ୟ ଟିକେ ସାବଧାନ ହେବାକୁ ପଡ଼ିବ। ବାରମ୍ବାର ବ୍ୟବହାର କରିବା ଅର୍ଥ ନୁହେଁ ଏତେ ଅଧିକ ବ୍ୟବହାର କରିବା ଯେ ପ୍ଲାଷ୍ଟିକର ବିଷାକ୍ତ ପ୍ରଭାବ ଆମ ଉପରେ ପଡ଼ିବ। କୌଣସି ପ୍ଲାଷ୍ଟିକ ସାମଗ୍ରୀର ବୈଧ ସମୟ ସରିବା ପରେ ତାକୁ ଆଉ ବ୍ୟବହାର କରିବା ଉଚିତ ନୁହେଁ। Recycle ମାନେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରି ପୁଣି ଥରେ ସେଥିରୁ ନୂଆ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତ କରିବା। ଏପରି କଲେ ପ୍ଲାଷ୍ଟିକରୁ ପ୍ରସ୍ତୁତ ସାମଗ୍ରୀ ବର୍ଜ୍ୟର ହ୍ରାସ ଘଟିବ। ଏହା ଉପରେ ଅଧିକ ଗବେଷଣା କରାଯିବାର ଅର୍ଥ ଏଇଆ ଯେ, ରସାୟନ ବିଜ୍ଞାନୀମାନେ ଭବିଷ୍ୟତରେ ଗବେଷଣା କରି ନୂତନ ପରିବେଶଗ୍ରାହୀ ପଳିମର ବା ପ୍ଲାଷ୍ଟିକ ଉଦ୍ଭାବନ କରିବେ। ଏହାଦ୍ବାରା ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ବିଷାକ୍ତ ପ୍ରବାହରୁ ପୃଥିବୀ ତଥା ମାନବ ସମାଜ ମୁକ୍ତି ପାଇବ। Rethink ମାନେ ପ୍ଲାଷ୍ଟିକ ଉତ୍ପାଦନଠାରୁ ଆରମ୍ଭ କରି ଏହାର ବ୍ୟବହାର ଓ ନିକାଶ (disposal) ପର୍ଯ୍ୟନ୍ତ କୌଶଳକୁ ଆଉ ଥରେ ନୂତନ ଭାବରେ ଚିନ୍ତା କରିବାକୁ ପଡ଼ିବ, ଯଦ୍ଦ୍ବାରା ଆମେ ଭଲରେ ରହିବା ସହିତ ଆମର ଉତ୍ତର ପିଢ଼ି ମଧ୍ୟ ଭଲରେ ରହିବେ। ନଚେତ୍‌ ଆମ ଅଣ ନାତି ଓ ନାତୁଣୀମାନଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ଅତି କ୍ଷୁଦ୍ର ପ୍ଲାଷ୍ଟିକ କଣିକା ହିଁ ହୋଇଥିବ। ତେଣୁ ସମସ୍ତେ ସଜାଗ ହୁଅନ୍ତୁ ଓ ପ୍ଲାଷ୍ଟିକ ପ୍ରଦୂଷଣ ରାକ୍ଷସ ପ୍ରଭାବରୁ ଆମ ସୁନ୍ଦର ପୃଥିବୀକୁ ରକ୍ଷା କରନ୍ତୁ।
-ଡ. ଦେବାଶିଷ ମହାନ୍ତି, ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ

(ଶେଷ ଭାଗ)

ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର...

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri