ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା: ଜାଣନ୍ତୁ କେବେଠାରୁ କରିବେ ଆବେଦନ…

ଭୁବନେଶ୍ୱର(ବ୍ୟୁରୋ),୧୦ା୮-ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏକକ ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟତା ଭିତ୍ତିରେ ଛାତ୍ରୀଛାତ୍ରଙ୍କ ନାମଲେଖା ଅନୁଷ୍ଠିତ ହେବ। ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଉକ୍ତ ବିଜ୍ଞପ୍ତି ଅନୁସାରେ, ପ୍ରବେଶିକା ପରୀକ୍ଷା ଲାଗି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାରୁ ୩୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରୀଛାତ୍ର www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ନିଜର ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ସମଗ୍ର ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୦ ମଧ୍ୟରେ ଆବେଦନକାରୀ ସ୍ନାତକ ମାର୍କଶିଟ୍‌ ଦାଖଲ କରିବେ। ଅକ୍ଟୋବର ୨୦ ସୁଦ୍ଧା ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓକାକ୍‌କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବେ ଓ ୨୫ରେ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ। ପିଜି ପାଠ୍ୟକ୍ରମ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ପହିଲାରୁ ପିଜି ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: ଓଡିଶାବାସୀଙ୍କ କଲେ ମଙ୍ଗଳକାମନା,ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ…

ପୁରୁଷୋତ୍ତମପୁର, ୨୮।୭(ସବିତା ମିଶ୍ର): ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ମଙ୍ଗଳବାର ରାତ୍ରିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟାଦେବୀ ମା’…

ରେମାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବତୀ: ମିଳୁନି ପତ୍ତା, କେଶଦୁରାପାଳ ଗାଁରେ ଶୋକାକୂଳ…

ଆନନ୍ଦପୁର, ୨୮।୭(ସୁଶାନ୍ତ କୁମାର ସାହୁ): ଲଗାଣ ବର୍ଷା ଯୋଗୁ ଫୁଲିଉଠିଥିବା ରେମାଳ ନଦୀରେ ଭାସିଯାଇ ଜଣେ ୨୫ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଘସିପୁରା ବ୍ଲକ୍ ଅନ୍ତର୍ଗତ…

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…

ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି…

ବୁଧବାର ବରଗଡ଼ରେ ସ୍କୁଲ ଛୁଟି, ଜିଲା ଶିକ୍ଷା ବିଭାଗର ଘୋଷଣା:

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ)- ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲାର ସମସ୍ତ ସ୍କୁଲକୁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri