ସିଂଦେଓ ପରିବାର ଜିତିଲେ, ମିଶ୍ର ହାରିଲେ

ବଲାଙ୍ଗୀର, ୭ା୬(ବୀରେନ୍ଦ୍ର କୁମାର ଝାଙ୍କର): ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ବଲାଙ୍ଗୀର ଜିଲା ଏିଊ ପ୍ରମୁଖ ରାଜନୈତିକ କେନ୍ଦ୍ର ଭାବେ ପରିଚିତ ହୋଇଆସିଛି। ଏହି ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରିବାର ଭାବେ ବଲାଙ୍ଗୀର ରାଜପରିବାର ବା ସିଂଦେଓ ଏବଂ ବଲାଙ୍ଗୀରର ମିଶ୍ର ପରିବାର ମଧ୍ୟରେ ରାଜନୈତିକ ଲଢ଼େଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହି ପରିବାରର ବିଭିନ୍ନ ସଦସ୍ୟଙ୍କ ସହ ପରସ୍ପର ଲଢ଼େଇ ଓ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ରାଜନୀତିକୁ ଅନେକ ସମୟରେ ଉଷ୍ଣ କରିଦେବା ସହ ପ୍ରାଦେଶିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସଦ୍ୟ ସମାପ୍ତ ନିର୍ବାଚନରେ ବଲାଙ୍ଗୀର ରାଜପରିବାର ପୁଣି ଥରେ କ୍ଷମତା କେନ୍ଦ୍ର ପାଲଟିଛି।
୨୦୧୪ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓଙ୍କୁ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ସିଂଦେଓ ପରିବାର ଓ ମିଶ୍ର ପରିବାର ମଧ୍ୟରେ ଲଢ଼େଇ ହୋଇଥିଲା। ବଲାଙ୍ଗୀର ବିଧାନସଭା ଆସନରେ ବରିଷ୍ଠ କଂଗ୍ରେସ ନେତା ନରସିଂହଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଅନଙ୍ଗଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓ। ଏହି ନିର୍ବାଚନରେ ନରସିଂହ ବିଜୟୀ ହୋଇ ଲଗାତର ଦୁଇଥର ସଦର ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ସେପଟେ ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ବଲାଙ୍ଗୀର ଆସନରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଅନଙ୍ଗଙ୍କ ବଡ଼ପୁଅ କଲିକେଶ ନାରାୟଣ ସିଂଦେଓ, ନରସିଂହଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର ଓ କଲିକେଶଙ୍କ ଭାଉଜ ଭାଜପାର ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ସଙ୍ଗୀତା ଜିତିଥିଲେ। କଲିକେଶ ଏବଂ ସମରେନ୍ଦ୍ର ଉଭୟେ ପରାଜିତ ହୋଇଥିଲେ। ତେବେ ବଲାଙ୍ଗୀର ବିଧାନସଭା ସଦର ଆସନ ଏବଂ ଲୋକ ସଭା ଆସନରେ ପ୍ରାର୍ଥୀ ହୋଇଥିବା ଅନଙ୍ଗଙ୍କ ଦୁଇ ପୁଅ କଲିକେଶ ଓ ଅର୍କେଶ ଉଭୟେ ହାରି ଯିବାରୁ ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାରକୁ ଝଟକା ଲାଗିଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ ସମରେନ୍ଦ୍ର ହାରି ଯାଇଥିଲେ ମଧ୍ୟ ବାପା ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ମିଶ୍ର ପରିବାରକୁ ଆଶ୍ୱସ୍ତି ମିଳିଥିଲା। ଠିକ୍‌ ସେହିପରି ୨୦୧୯ ନିର୍ବାଚନରେ ପାଟଣାଗଡ଼ ଆସନରୁ ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ପରାଜୟ ବରଣ କରିଥିଲେ ମଧ୍ୟ ଲୋକ ସଭା ଆସନରୁ ତାଙ୍କ ସ୍ତ୍ରୀ ସଙ୍ଗୀତା ବିଜୟୀ ହୋଇଥିବାରୁ ପାଟଣାଗଡ଼ ସିଂଦେଓ ପରିବାରକୁ ମଧ୍ୟ ଆଶ୍ୱସ୍ତି ମିଳିଥିଲା। ୨୦୦୯ ମସିହା ନିର୍ବାଚନରେ ଲୋକ ସଭା ଆସନରେ ଭାଜପା ନେତ୍ରୀ ସଙ୍ଗୀତା ଦେବୀ, ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ଏବଂ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଇ ନିର୍ବାଚନରେ କଲିକେଶ ତାଙ୍କ ଭାଉଜ ସଙ୍ଗୀତା ଦେବୀ ଏବଂ ଭେଟେରାନ୍‌ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ପରାସ୍ତ କରି ଲୋକ ସଭା ସଦସ୍ୟ ହୋଇଥିଲେ। ଏସବୁ ଫଳାଫଳ ଦେଖିଲେ ସିଂଦେଓ ପରିବାର ଏବଂ ମିଶ୍ର ପରିବାର ସଦସ୍ୟଙ୍କ ଲଢ଼େଇ ଚର୍ଚ୍ଚାରେ ରହିଆସିଛି।
୨୦୨୪ ନିର୍ବାଚନ ଅନେକ ଦିଗରୁ ଉଭୟ ସିଂଦେଓ ଏବଂ ମିଶ୍ର ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ନିର୍ବାଚନ ପୂର୍ବରୁ ନରସିଂହ ମିଶ୍ର ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ତାଙ୍କ ସ୍ଥାନରେ ସଦର ଆସନରୁ ପୁଅ ସମରେନ୍ଦ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ କଲିକେଶଙ୍କଠାରୁ ୧୩,୪୦୯ ଖଣ୍ଡ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଏଥର ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂଦେଓ ୧,୩୫୭ ଖଣ୍ଡ ଅଧିକ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କନକଙ୍କ ସ୍ତ୍ରୀ ସଙ୍ଗୀତା କୁମାରୀ ସିଂଦେଓ ପଞ୍ଚମ ଥର ଲୋକସଭା ସଦସ୍ୟା ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ସେ ୧,୩୨,୬୬୪ ଖଣ୍ଡ ଅଧିକ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ପରାସ୍ତ କରିଛନ୍ତି। ଏବେ ତିନିଜଣ ସଦସ୍ୟ ନିର୍ବାଚନ ଜିତିଥିବାରୁ ସିଂଦେଓ ପରିବାର ଅଧିକ କ୍ଷମତାଶାଳୀ ହୋଇଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?