ଗାୟକ କେକେଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ, ଶରୀର ଓ ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା,୧ ।୬: ବଲିଉଡର ଆଗଧାଡିର ଗାୟକ କେକେ ଓରଫ କୃଷ୍ଣା କୁମାର କୁନ୍ନାଥଙ୍କର ମଙ୍ଗଳବାର ଅର୍ଥାତ୍ ମେ’ ୩୧ରେ ପରଲୋକ ହୋଇଯାଇଛି । କୋଲକାତାରେ ଏକ ଲାଇଭ୍ ପରଫରମାନ୍ସ ଦେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା ସେ ଦର୍ଶାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଷ୍ଟ ମର୍ଟମ ପରେ ଅସଲ କାରଣ ଜଣାପଡିବ ବୋଲି କୁହାଯାଉଛି । ଏବେ ଶୁଣିବାକୁ ମିଳିଛି କି କେକେଙ୍କ ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ କରାଯାଇଛି । ତେବେ କେକେଙ୍କ ଶରୀରରେ ଓ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଥୀବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେଉ ନ ଥିବାରୁ ଏହି ମାମଲା ରୁଜୁ କରାଯାଇଥିବା କୁହାଯାଉଛି । ଗୋଟିଏ ପଟେ ୫୩ ବର୍ଷୀୟ କେକେଙ୍କ ଅକାଳ ବିୟୋଗ ସାରା ବିଲିଉଡରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ବଲିଉଡ ଦୁନିଆର ସମସ୍ତ ସେଲିବ୍ରିଟି କେକେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଅନେକେ ଏହି ଖବରକୁ ବିଶ୍ୱାସ କରୁ ନ ଥିବା ବେଳେ ଏହା କିନ୍ତୁ ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ...

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ...

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ...

ଶାଶୁ ଘରେ ପ୍ରଥମ ରୋଷେଇରେ ହାଲୁଆ ତିଆରି କଲେ ହଂସିକା

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ତାଙ୍କ ପ୍ରେମିକା ସୋହେଲ କାଥୁରିଆ ରବିବାର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସ୍‌ରେ ସାତଫେରା ନେଇଛନ୍ତି। ନିକଟରେ ବିବାହ...

ସିଆଚେନ୍‌ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୩।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ...

ସଲ୍‌ମାନଙ୍କ ସହ କାମ କରିବାକୁ କିଛି ରୁଲ୍‌ ନାହିଁ

ମୁମ୍ବାଇ: ବିଗ୍‌ବସ୍‌ ଫେମ୍‌ ଶେହେନାଜ୍‌ ଗିଲ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ସହ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ରେ ବଲିଉଡ୍‌ ଡେବ୍ୟୁ...

‘ପେହଲୁ ଖାନ୍‌ ମରିନାହାନ୍ତି’

ଜୟପୁର,୧୫ା୮: ଗୋରୁ ବ୍ୟବସାୟୀ ପେହଲୁ ଖାନ୍‌ଙ୍କୁ ଦୁଇବର୍ଷ ତଳେ କେହି ମାରିନାହାନ୍ତି। ଅର୍ଥାତ ସେ ମରିନାହାନ୍ତି। ରାଜସ୍ଥାନର ଏହି ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାରେ ଅଲଓ୍ବର କୋର୍ଟ...

ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି

ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି...

Advertisement
Archives

Model This Week